ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗିଗିନା ସରକାରୀ ୟୁପି ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗିଗିନା ସରକାରୀ ୟୁପି ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରୁପ୍ରା, ୨୧/୩ (ଅଜୟ ସେନାପତି ) : ନର୍ଲାବ୍ଲକ୍ ଶ୍ରୀପୁର୍ କ୍ଲଷ୍ଟର ଅଧିନ ଗିଗିନା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବର୍ଦ୍ଧନ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗିଗିନା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଧାମୟୀ କୁମାର, ମୁଖ୍ୟବକ୍ତା ଶ୍ରୀପୁର୍ କ୍ଲଷ୍ଟର୍ CRCC ରଘୁପତି ନାଏକ,  ସମ୍ମାନିତ ଅତିଥି ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷମାନିଧି ବିଶି, ରୁପ୍ରା କ୍ଲଷ୍ଟର୍ CRCC ଡମ୍ବରୁଧର ସାହୁ, ବନମାଳି ଗୌଡ, ଈଶ୍ୱର ଚନ୍ଦ୍ର ମାଝୀ ଓ ଜୟରାମ ମାଝୀ ପ୍ରମୁଖ ଯୋଗଦାନ କରିଥିଲେ। ମଞ୍ଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଉକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହରପ୍ରସାଦ ସାହୁ କରିଥିବା ବେଳେ ରବିନାରାୟଣ ସାହୁ ଓ ନିବେଦିତା ପଣ୍ଡା ସହଯୋଗ କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ। ପରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନଶିକ୍ଷକ ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

Related posts

ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ଦିବସ

masiha

ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ କାଉନସିଲରମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

masiha

ଵହଳଦା ବ୍ଲକ ! କାଦୁଆଣି ରେ ବଜ୍ରପାତରେ ଚାଷି ମୃତ

Sunil Chandra Nayak

Leave a Comment

error: Content is protected !!