ଗୋଳାମୁଣ୍ଡା୧୭/୫/ନିର୍ଭୟ, ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତର ମକୁନ୍ଦପୁର ଗ୍ରାମର ତପନ ମାଝୀ,ସ୍ବର୍ଗତ ପିତା, ଲକ୍ଷ୍ମୀଧର ମାଝୀ, ଆଜି ଓ ଇ ଏସ ପରୀକ୍ଷାରେ ସଫଳତା ଅର୍ଜନ କରିଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତପନ ମାଝୀଙ୍କ ପରିବାର ଅତି ଗରିବ ଥିଲେ । ସେ ପ୍ରଥମେ ପଞ୍ଚସଖା ଯୁବକ ସଂଘ କେଗାଁ ଆନୁକୂଲ୍ୟରେ ପରିଚାଳିତ ହେଉଥିବା ଧାମନପୁର ଶିଶୁ ଶ୍ରମିକ ବିଦ୍ୟାଳୟରେ ତିନି ବର୍ଷ ପାଠ ପଢି ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ । ବିଦ୍ୟାଳୟରେ ପଢ଼ୁଥିବା ବେଳେ ନବୋଦୟ ପରୀକ୍ଷା ଦେଇ ଚୟନ ହୋଇ ଜବାହରଲାଲ ନେହେରୁ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ସେ ମାଟ୍ରିକ ଓ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢି ଭୁବନେଶ୍ୱରରେ ୨୦୧୩ ମସିହାରେ ବିଏରେ ନାମ ଲେଖାଇଥିଲେ । ୨୦୧୬ ମସିହାରେ ଡିଗ୍ରୀ ହାସଲ କରି ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀ ବିହାରରେ ଇଂରାଜୀରେ ଏମ ଏ କରି କୃତିତ୍ୱ ହୋଇଥିଲେ । ୨୦୧୯ ରୁ ୨୦୨୧ ରେ ବିଇଡ଼ି ସମାପ୍ତ କରି ଯାଜପୁରର ଏକ ସରକାରୀ ବିଦ୍ୟାଳୟରେ ଅଧ୍ୟାପକ ହୋଇ ଆଜକୁ ବର୍ଷେ ହେବାକୁ ଯାଉଛି । ପୁଣି ତାଙ୍କ ମନରେ ଜିଲ୍ଲାସ୍ତରୀୟ ପ୍ରଶାସକ ହେବାକୁ ପ୍ରବଳ ଇଛା ଥିଲା । ଆଜି ତାଙ୍କର ଇଛା ପୂରଣ ହୋଇଛି । ଓ ଇ ଏସ ପରୀକ୍ଷା ଦେଇ ସଫଳତାର ପରିଚୟ ଦେଇଛନ୍ତି । ଏଠାରେ କୁହାଯାଇ ପାରେ ଇଚ୍ଛା ଥିଲେ ବୁଦ୍ଧି ଆପେ ଆପେ ଆସେ ।
previous post