ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୁରକ୍ଷା ସପ୍ତାହ, ସଫେଇ କାର୍ଯ୍ୟକ୍ରମ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୁରକ୍ଷା ସପ୍ତାହ, ସଫେଇ କାର୍ଯ୍ୟକ୍ରମ

ବ୍ରହ୍ମପୁର ୨୨/୦୮ ସୁରକ୍ଷା ସପ୍ତାହ ପାଳନ ଅବସରରେ ଶନିବାର ବ୍ରହ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଦ୍ୟାଳୟ ପରିସରକୁ ପରିଷ୍କାର ଓ ସୁରକ୍ଷିତ ରଖିବା ସହ ଛାତ୍ରୀମାନଙ୍କ ମଧ୍ୟରେ ସ୍ୱଚ୍ଛତା ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ସଫେଇ କାର୍ଯ୍ୟକ୍ରମରେ ସିଆରସିସି ବାଙ୍କ ପ୍ରଧାନ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବନାନୀ ପାଣିଗ୍ରାହୀ, ଏସ ଏମ୍ ସି ସଭାପତି ଅନିଲ କୁମାର ଚୌଧୁରୀ, ଏସ ଏମ୍ ସି ସଦସ୍ୟ ଅଜୟ ଗୌଡ଼ା ଏବଂ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ଉତ୍ସାହର ସହିତ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଓ ସୁରକ୍ଷିତ ପରିବେଶ ଗଠନ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଥିଲା।

Related posts

ଆନ୍ତଃ ବିଦ୍ୟାଳୟ ବୈ।ଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ବିଧାୟକ ଙ୍କ ଦ୍ବାରା ସାପ୍ତାହିକ ବଜାର ପ୍ରାଙ୍ଗଣ ଉନ୍ନତିକରଣ ର ଭିତ୍ତିପ୍ରସ୍ତର ସ୍ଥାପନ

masiha

ବଡ଼ବିଲ ଥାନାର କର୍ତ୍ତବ୍ୟନିଷ୍ଠ ଓ ସଚେତନ ଥାନା ଅଧିକାରୀ ଡିଜିପି ଡିସ୍କ’ ପୁରସ୍କାରରେ ସମ୍ମାନିତ

Leave a Comment

error: Content is protected !!