ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବ୍ଲକ ସ୍ତରୀୟ ଶିକ୍ଷଣ କର୍ମଶାଳା 

ଧରାକୋଟ ବ୍ଲକ ସ୍ତରୀୟ ଶିକ୍ଷଣ କର୍ମଶାଳା 

ଆସିକା, ୨୫/୮/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜିତ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ସାଧନ ସଂଯୋଜକ ସୌରୀ ଶଙ୍କର ବେହେରା ଓ ଅତିରିକ୍ତ ଶିକ୍ଷାଧିକାରି ବିଭୂତି ଭୂଷଣ ପତ୍ର ଙ୍କ ସହଯୋଗରେ ତଥା ବ୍ଲକର ସମସ୍ତ ଉଚ୍ଚ ପ୍ରାଥମିକ ,ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ,ସାଧନ ସଂଯୋକ ଓ ସମସ୍ତ କ୍ରୀଡ଼ା ଶିକ୍ଷକ ଙ୍କ ଉପସ୍ଥିତି ରେ CWSN ହଲ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରଥମେ ଗୋଷ୍ଠୀଶିକ୍ଷା ଅଧିକାରୀ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ମତ ପ୍ରକାଶ କରିଥିଲେ। ବିଦ୍ୟାଳୟକୁ କିପରି ସରସ ସୁନ୍ଦର କରାଯାଇପାରିବ , ଉତ୍ତମ ମାନର ମଧ୍ୟାହ୍ନ ଭୋଜନ ଓ ଛାତ୍ର ମାନଂକୁ ଉତ୍ତମମାନର , ଗଠନ ମୂଳକ,ଗୁଣାତ୍ମକ ଶିକ୍ଷା କିପରି ପ୍ରଦାନ କରାଯାଇପାରିବ ସେହି ବିଷୟ ଉପରେ ପୂର୍ଣ୍ଣ ଗୁରୁତ୍ୱଦେବାକୁ ପରାମର୍ଶ ଦେଇଥିଲେ I ପରେ ବି ଆର ସି ସି ସୌରୀ ଶଙ୍କର ବେହେରା ସରକାରଙ୍କ ଦ୍ୱାରା ପ୍ରଣୋଦିତ ହେଉଥିବା ସମସ୍ତ କାର୍ଯ୍ଯକ୍ରମ ଯଥା ପ୍ରଶସ୍ତ, ଏସ ହେଚ ବିଭି ଆର,ଉଲ୍ଲାସ, ଇ ପି ଏମ କେ ଏନ ଇତ୍ୟାଦି ସମସ୍ତ ବିଷୟ କିପରି ସୁଚାରୁରୂପେ ସମ୍ପାଦନ ହୋଇପାରିବ ଓ ଆମ ବ୍ଲକ କିପରି ଜିଲ୍ଲା ସ୍ତରରେ ଅଗ୍ରଣୀ ହେବ ସେ ବିଷୟରେ ପୁଙ୍ଖାନୁପୁଖ ଆଲୋଚନା କରିଥିଲେ I ମୁଖ୍ୟତଃ ଜୋନାଲ ସ୍ତରୀୟ ଓ ବ୍ଲକ ସ୍ତରୀୟ କ୍ରୀଡ଼ା କିପରି ସୁନ୍ଦର ଓ ସୁଚାରୁରୂପେ ସମ୍ପାଦନ କରାଯିବ ସେ ବିଷୟରେ ସମସ୍ତ କ୍ରୀଡ଼ା ଶିକ୍ଷକଙ୍କ ସହ ଆଲୋଚନା କରି ନିର୍ଯ୍ୟାସରେ ଏହାର ସଫଲତା ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଥିଲା I ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଜାରି ରହିଥିବା ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ରେ ଦେଶରୁ ନିରକ୍ଷର ଦୂର କରିବା ଲକ୍ଷରେ ଜିଲ୍ଲା ସ୍ତରରୁ ତାଲିମ୍ ଗ୍ରହଣ କରି ଆସିଥିବା ସମ୍ବଳ ଶିକ୍ଷକ ଭାବେ ଧରାକୋଟ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସୌରୀ ଶଙ୍କର ବେହେରା ଓ ମାଣିକ୍ୟ ପୁର ସି.ଆର୍. ସି.ସି. ଶିବାନନ୍ଦ ବେହେରା ଓ କଳାସୂତା ସି.ଆର୍.ସି.ସି. ଶ୍ରୀକାନ୍ତ ନାୟକ ବ୍ଲକ୍ ର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କିପରି ମୋବାଇଲରେ ଉଲ୍ଲାସ ଆପ ରେ ଶିକ୍ଷାର୍ଥୀ ଯୋଗ କରିବା ନେଇ ତାଲିମ ପ୍ରଦାନ କରିଥିଲେ । ଏ ସମ୍ପର୍କରେ ଏକ ପରୀକ୍ଷା ଆସନ୍ତା ତା -20.09.2026 ରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାର ଫଳାଫଳ ପ୍ରକାଶ ପରେ ପ୍ରମାଣ ପତ୍ର ବଣ୍ଟନ କରାଯିବାର ସ୍ଥିରୀକୃତ ହୋଇଥିବା ସୂଚନା ପ୍ରଦାନ କରାଯାଇଥିଲା ।

Related posts

ଲାଞ୍ଜିଗଡ ବ୍ଲକରେ ସାମାଜିକ ସୁରକ୍ଷା ଭତ୍ତା ୨୫୦୦ଟଙ୍କା କରିବା ପାଇଁ “ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି” ସଙ୍ଗଠନର ଦସ୍ତଖତ ଅଭିଯାନ

masiha

ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

masiha

କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ,ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ୧୧୧ କୋଟି ସହାୟତା ଘୋଷଣା,ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କଲେ ରାଜ୍ୟସଭା ସାଂସଦ

Leave a Comment

error: Content is protected !!