ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ସାଂସଦ ଙ୍କ ପ୍ରଥମ ଗସ୍ତ ସ୍ବାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ 

ବନ୍ଧୁଗାଁରେ ସାଂସଦ ଙ୍କ ପ୍ରଥମ ଗସ୍ତ ସ୍ବାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ 

ବନ୍ଧୁଗାଁ ତା, ୧୫/୭/୨୪, କୋରାପୁଟ ଜିଲ୍ଲା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲୁକାଙ୍କ ବନ୍ଧୁଗାଁରେ ପ୍ରଥମ ଗସ୍ତ I ବନ୍ଧୁଗାଁ ବ୍ଲକର କଂଗ୍ରେସ ଦଳର ସମସ୍ତ କର୍ମୀ ଆଜି ଅପରାନ ତାଙ୍କ ଗସ୍ତରେ ତାଙ୍କୁ ଫୁଲ ତଡା ଦେଇ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ I ଏଥିସହ ତାଙ୍କ ସାଥିରେ ରହିଥିଲେ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ନବ ନିର୍ବାଚିତ ବିଧାୟକ ପବିତ୍ର ସାଉନ୍ତାଙ୍କୁ ମଧ୍ୟ ଫୁଲ ମାଳ ପକେଇ ପୁଷ୍ପ ଗଛ ଦେଇ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ I ଦୁହିଁଙ୍କ ସ୍ୱାଗତ ପରେ ବିଧାୟକ ଓ ସାଂସଦ ଦୁହେଁ ମିଶି  ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ବ୍ଲକ ନିକଟରେ ରହିଥିବା ମାଉସୀମ ମନ୍ଦିର ପରିସରକୁ ଯାଇ ପ୍ରଭୂ ଜଗନ୍ନାଥ ଙ୍କ ସହ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ I ଦର୍ଶନ କରିବା ପରେ ବ୍ଲକର କଂଗ୍ରେସ ଦଳର ସମସ୍ତ କର୍ମୀ ଉପସ୍ଥିତ ରହିବା ସହ ବାଜା ସହ ଢେମଶା ନାଛରେ ରାସ୍ତାରେ ଜୋମେଇଥିଲେ I ଏହି ପ୍ରକାର ଭାବରେ ଦୁହିଁଙ୍କୁ ସ୍ୱାଗତ ସହ ରାସ୍ତାରେ ଚାଲି ଚାଲି ସୋରପୋଲି ପର୍ଯ୍ୟନ୍ତ ଯାଇଥିଲେ I ସେଠାରେ କିଛି କର୍ମୀଙ୍କ ସହ ସାଖ୍ୟାତ କରି ସାରି ନିଲାବାଡ଼ି ଅଗ୍ନି ଗାଙ୍ଗାମା ମଣ୍ଡପକୁ ପହଁଞ୍ଚି ଥିଲେ I ସେଠାରେ ପହଞ୍ଚିବା ପରେ ସାଂସଦ ଓ ବିଧାୟକ ଦୁହିଁଙ୍କୁ ନିଲାବାଡ଼ି ଅଞ୍ଚଳବାସି ଦୁହିଁକି ସ୍ୱାଗତ ଓ ସମ୍ଭର୍ଦ୍ଧନା ଜଣାଇଥିଲେ I ସେଠାରେ ଦୋଳିୟ କର୍ମୀଙ୍କ ସହ କିଛି ଆଲଚନା ପରେ କୁମ୍ଭାରୀପୁଟ ଯାଇ ସେଠାରେ କର୍ମୀଙ୍କ ଠାରେ ନିଜର ଦଳକୁ ଧନ୍ୟବାଦ ଜଣାଇଥିଲେ  କି ଆମକୁ ବହୁ ମାତ୍ରରେ ବିଜୟ କରାଇ ଥିବାରୁ ଓ  ବର୍ତମାନ ଆମ ଦଳ ଭଲ ସ୍ଥିତିରେ ଅଛି ଓ ଆଗକୁ ମଧ୍ୟ ଅଧିକ ପରିଶ୍ରମ କରି ଦଳକୁ ଆହୁରି ସୁଦୃଢ କରିବା ଓ ଭଲ ସ୍ଥିତିକୁ ନେଇ ଦଳକୁ ପହଞ୍ଚାଇବା ହବ I ଏଥି ସହ ଦୋଳିୟ କର୍ମୀଙ୍କୁ ଆଉ କିଛି ଗୁରୁ ମନ୍ତ୍ର ଦେଇଥିଲେ I ଏହି ସ୍ୱାଗତ ସମ୍ଭର୍ଦ୍ଧନା କାର୍ଯ୍ୟ ବନ୍ଧୁଗାଁ ବ୍ଲକର ପୂର୍ବତନ ସାଂସଦ ପ୍ରତିନିଧି ଙ୍କ ଆୟୋଜନ ଦ୍ୱାରା ହୋଇଥିଲା I କାର୍ଯ୍ୟକ୍ରମର ଆୟୋଜନରେ ବନ୍ଧୁଗାଁ ବ୍ଲକର କଂଗ୍ରେସ ସଭାପତି ଡ଼ି. ଏଙ୍କାଟି, କାମେଶ୍ଵର ରତନାଲୁ, ଅସକ ପଣ୍ଡା, ବ୍ଲକ ଯୁବ ସଭାପତି ଦାମଦର କାଡ୍ରାକା,ଭାରତ ରାଜୁ, ଓ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ରହିଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସାମ୍ବାଦିକଙ୍କ ମାତୃ ବିୟୋଗ

Sunil Chandra Nayak

Medha Patkar Detained by Police at Rayagada Railway Station

masiha

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!