ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଯୁବ ଦକ୍ଷତା ଦିବସ ‘2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

ବିଶ୍ୱ ଯୁବ ଦକ୍ଷତା ଦିବସ ‘2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

 ରାୟଗଡ:- ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ଠାରେ ତା 15/7/24 ରିଖ ରେ ବିଶ୍ୱ ଯୁବ ଦକ୍ଷତା ଦିବସ-2024 ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ସହିତ ଜିଲ୍ଲା ର 6 ଗୋଟି ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ ରୁଥିବା ପ୍ରାୟ 130 ଜଣ ଛାତ୍ର ଛାତ୍ରୀ ଯୋଗ ଦାନ କରିଥିଲେ l

            ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଭାସ୍କର ରାଇତୋ , ସମ୍ମାନିତ ଅତିଥି ଶ୍ରୀଯୁକ୍ତ ତତ୍ତ୍ୱମସୀ ମହାପାତ୍ର, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ରାୟଗଡା ଏବଂ ଶ୍ରୀଯୁକ୍ତ ଏନ କୋଟି ରତ୍ନମ, ସହକାରୀ ନିର୍ଦେଶକ,ଏମ ଏସ ଏମ ଇ, ରାୟଗଡା, ମୁଖ୍ୟ ବକ୍ତାଭାବରେ ଯୋଗ ଦାନ କରିଥିଲେ l ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅତୁଲ୍ୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ| ମୁଖ୍ୟ ଅତିଥି ଶ୍ରୀ ରାଇତୋ ଛାତ୍ର ଛାତ୍ରୀ ମାନଂକୁ ଦକ୍ଷ ହେଇ ସ୍ବ ରୋଜଗାର କ୍ଷମ ହେବା ସହିତ କୁଶଳୀ ହେବା ପାଇଁ ପରାମର୍ଶ ଦେଇଥି ଲେ I ଅନ୍ୟ ଅତିଥି ବୃନ୍ଦ ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ  ।

   ଅନୁଷ୍ଟାନ ର ଟ୍ରେଡ଼ ଭିତିକ ଦକ୍ଷତା ପ୍ରଦର୍ଶନୀ କୁ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ବୁଲି ଦେଖିଥିଲେ, ବର୍ଯ୍ୟ ବସ୍ତୁ ରୁ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ନିର୍ମିତ 20 ଫୁଟ ର ଶ୍ରୀ ଗଣେଶ ପ୍ରତି ମୂର୍ତ୍ତିକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ…ମୁଖ୍ୟ ଅତିଥି ଙ୍କ ଦ୍ୱାରା ରୋଲ ମଡେଲ ଏବଂ ବିଭିନ୍ନ ପ୍ରତିଯୋଗିତା ରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା! ଅତିଥି ମାନଙ୍କ ଦ୍ୱାରା ପ୍ରାୟ 10 ଗୋଟି ବୃକ୍ଷ ରୋପଣ କରାଯାଇଥିଲାl ତାଲିମ ଅଧିକାରୀ ଶ୍ରୀଯୁକ୍ତ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ସନ୍ତୋଷ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ବ୍ଳକର ସ୍ଵନକ୍ଷତ୍ର ଉତ୍ସବ ୨୦୨୫ 

masiha

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ୨୬ ତମ ବାର୍ଷିକ ସମ୍ମିଳନୀ  ହୀନମନ୍ୟତା କୁ ଦୂରେଇ ଐକ୍ୟବଦ୍ଧତା କୁ ଗୁରୁତ୍ବ ଦେବାକୁ ହେବ: ଡ଼ ବେହେରା 

Sunil Chandra Nayak

ଗରିବ କୃଷକ ପରିବାରର  ଝିଅ ଓ ପୁଅ ବ୍ଲକ ଟପର , ଗାଁ ରେ ଖୁସିର ଲହରୀ 

masiha

Leave a Comment

error: Content is protected !!