ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରି କ୍ଲବ ରିଭରସାଇଡର ଦଶମ ସ୍ଥାପନା ଦିବସ ପାଳିତ

ରାଉରକେଲା/ସମାଜରେ ଅନେକ ବ୍ୟକ୍ତିବିଶେଷ ନିରବଚ୍ଛିନ୍ନ ଭାବେ ଉତ୍ସର୍ଗୀକୃତ ସେବା ଯୋଗାଇ ଆସୁଅଛନ୍ତି। ସେମାନଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ସମ୍ମାନିତ କରିବା ରୋଟାରିର ଏକ ବିଶେଷ କର୍ତ୍ତବ୍ଯ ଭାବେ ବିବେଚିତ ହୋଇଥାଏ। ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଅନୁଷ୍ଠିତ ରୋଟାରି କ୍ଲବ ଅଫ ରାଉରକେଲା ରିଭରସାଇଡର ଦଶମ ସ୍ଥାପନା ଦିବସ ଅବସରରେ ଏହିପରି ବ୍ଯକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ଯରେ ଥିଲେ ରାଉରକେଲା ହାଇଟେକ ମେଡିକାଲ କଲେଜରେ କାର୍ଯ୍ୟରତ ସେବିକା ଅମିତାରାଣୀ ଜେନା, ଛେଣ୍ଡ କଲୋନୀର ଡାକସେବା କର୍ମଚାରୀ ଭାଗ୍ଯଧର ପଶାୟତ ଓ ରାଉରକେଲା ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ଗୌର ସୁନା। ଉତ୍ସବର ମୁଖ୍ୟଅତିଥି ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଏଫ. ସି. ମହାନ୍ତିଙ୍କ ଦ୍ବାରା ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ସଭାପତି ସିଦ୍ଧିନାଥ ଜ୍ୟୋତିଷୀ ସଭାରେ ପୌରୋହିତ୍ୟ କରି କ୍ଲବର ବିଗତ ଦଶବର୍ଷ ର ସ୍ଵର୍ଣ୍ଣିମ ଇତିହାସର ଅବତାରଣା କରିଥିଲେ। ସଂପାଦକ ଭଗବାନ ପାଢୀ କ୍ଲବ ତରଫରୁ ସମ୍ପାଦିତ ହୋଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଏସିଷ୍ଟାଣ୍ଟ ଗଭର୍ଣ୍ଣର ଶୁଚିସ୍ମିତା ବିଶ୍ୱାସ ବିଦାୟୀ ସଭାପତି ଓ ସଂପାଦକଙ୍କୁ ଚଳିତ ୨୦୨୨-୨୩ ରୋଟାରି ବର୍ଷରେ ସେମାନଙ୍କ ସଫଳତା ନିମିତ୍ତ ସମ୍ବର୍ଦ୍ଧିତ କରିଥିଲେ। 

    ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାୟିକା ରୀନା କଦମବାଲା ସଂଗୀତ ପରିବେଷଣ କରିଥିଲେ। ଅତିଥି ଅଞ୍ଜନା ମୈତ୍ରଙ୍କ ସହ କ୍ଲବ ସଦସ୍ଯ ଡଃ ପି.ସି.ମହାପାତ୍ର,ଜେ.ପି ସାହା,ପ୍ରମିଳା ମିଶ୍ର, ବନ୍ଦନା ଜୋତିଷୀ,ସୁଧାରାଣୀ ପ୍ରଧାନ,ଶଙ୍କର ପ୍ରସାଦ ତ୍ରିପାଠୀ,ସୁଖବିନ୍ଦର ଶେଖୋନ୍,ଡଃ ଭକ୍ତିପ୍ରସାଦ ମହାପାତ୍ର,ଜୟଶ୍ରୀ ପାଢୀ, ସିମରନଜିତ କାଉର, ପ୍ରତିମା ମହାପାତ୍ର,ବସନ୍ତ ପାଠୀ,ଅଜୟ ସାହୁ, ହରିହର ନାୟକ, ଲକ୍ଷ୍ମଣ ନାଥ ଦାସ,ପରମେଶ୍ଵର ପ୍ରଧାନ,ଅନଙ୍ଗ ମଞ୍ଜରୀ ପ୍ରଧାନ,ଅଜୟ ବିଶ୍ବାଳ, ସାଗର ସୁବୁଦ୍ଧି, ରାମଚନ୍ଦ୍ର ଜେନା,ମମତା ପାଠୀ ଓ ଦିବ୍ୟାନୀ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜେଏମଏମ ର ଅସନା ପଞ୍ଚାୟତ କୋମିଟୀ ଗଠିତ

Sunil Chandra Nayak

ପ୍ରଶାସନ ଗାଉଁ କି ଔର ” ୨୦୨୪ ସୁଶାସନ ସପ୍ତାହ ପାଳନ ଅବସରରେ ଡ଼ାବୁଗାଁ ବ୍ଲକରେ କର୍ମଶାଳା 

masiha

ପହଞ୍ଚି ପାରିଲେନି ମାମୁଁ ଘରେ:ଟ୍ରକ ଧକ୍କାରେ ଝିଅ ମୃତ ,ବାପା ଗୁରୁତର

Sunil Chandra Nayak

Leave a Comment

error: Content is protected !!