ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକୁନ୍ଦପୁର ରେ ବର୍ଷା, ଲୋକଙ୍କୁ ମିଳିଲା ଥଣ୍ଡା ପବନର ସ୍ୱର୍ଶ

କୋଲନରା :- ୩/୭ :ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଆଜି ବର୍ଷା ହୋଇଥିବା ଦେଖିବାକୁ ମିଳିଛି | ଫଳରେ ଲୋକେ ଟିକେ ଆଶ୍ଵସ୍ଥ ଅନୁଭବ କରିଛନ୍ତି | ସାରା ରାଜ୍ୟରେ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଅନ୍ୟପଟେ ଗତ ସପ୍ତାହରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ଦେଖା ମିଳି ନଥିଲା | ତେଣୁ ଚାଷୀ କୂଳ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା | କାହିଁକି ନା ଏହି ଶ୍ରାବଣ ମାସରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ଧାନ ତୋଳି ବୁଣା ଯାଇଥାନ୍ତା | କିନ୍ତୁ ବୃଷ୍ଟିପାତର ଅଭାବରୁ ଧାନ ତୋଳି ବୁଣିବା ତ ଦୂରର କଥା ଚାଷ ଜମିରେ ଚାଷ ମଧ୍ୟ ହୋଇନାହିଁ | କିଛି ଚାଷୀ ଧାନ ବିହନ ବୁଣି ଦେଇଥିବା ବେଳେ ସୂର୍ଯ୍ୟ ଙ୍କ ର ପ୍ରଖର ଖରା ଏବଂ ପାଣିର ଅଭାବ ହେତୁ ଚାଷୀଙ୍କ ଧାନ ତୋଳି ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡିଛି | ତେବେ ଆଜିର ଏହି ବର୍ଷା ହେତୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଟୁପୁରୁ ଟାପୁର ହୋଇ ଖୁସି ପ୍ରକାଶ କରିଥିବା ଜଣାପଡିଛି | ପାଖାପାଖି ୨୦ ମିନିଟ ଧରି ପ୍ରବଳ ବର୍ଷିଥିବା ଯୋଗୁଁ ଶୁଖିଲା ଚାଷ ଜମିରେ କିଛି ପାଣି ହୋଇଥିବା ଦେଖାଯାଇଛି | ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗରମରେ ଅତିଷ୍ଟ ଲୋକେ ଟିକେ ଭିଜା ମାଟି ର ବାସନା ଅନୁଭବ କରିଥିବା ଦେଖିବାକୁ ମିଳିଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ଭାରତୀ

masiha

ଧରାକୋଟ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ବିଧାୟକଙ୍କ ଉପସ୍ଥିତିରେ ପୌରପାଳିକାର ସମୁହ ସଫେଇ

masiha

Leave a Comment

error: Content is protected !!