ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

 ରାଉରକେଲା: ସେକ୍ଟର ୧୯ ଥାନା ଆମ ପୁଲିସ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସେକ୍ଟର ୧୯ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଆମ ପୁଲିସର ବରିଷ୍ଠ ସଦସ୍ୟ ଡ଼ଃ ସୁମନ ଦତ୍ତଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୋନାଲ ଡିଏସପି ମନୋରଞ୍ଜନ ପ୍ରଧାନ ମୁଖ୍ୟଅତିଥି,ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଆବାହକ ଡ଼ଃ ଦତ୍ତ ପାର୍ବଣ ଉପଲକ୍ଷେ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରିବା ସହ ଅନୁଷ୍ଠାନର ଲକ୍ଷ୍ୟ ଓ ସବ୍ ଇନ୍ସପେକ୍ଟର ଦୁର୍ଯୋଧନ ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଓ ସମ୍ମାନିତ ଅତିଥି ଶ୍ରୀ ସାହୁ ସେମାନଙ୍କ ବକ୍ତବ୍ୟରେ ଥାନା ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା ହ୍ରାସ, ଭାରତୀୟ ଦଣ୍ଡବିଧି ଆଇନ ଓ ପରିବର୍ତ୍ତିତ ଆଇନ, ପାରିବାରିକ ସମସ୍ୟା ସମାଧାନ, ନିଶାମୁକ୍ତ ଓଡ଼ିଶା ଅଭିଯାନ, ସାଇବର ଠକେଇ ,ପୋସ୍କୋ ଆଇନ,ଯୈ।ତୁକ ନିରୋଧ ଆଇନ, ଟ୍ରାଫିକ ନିୟମ ପାଳନ, ନାବାଳିକା ବିବାହ ବନ୍ଦ ଓ ନାବାଳିକା ତଥା ନାରୀ ମାନଙ୍କ ସୁରକ୍ଷା ଅଧିକାର ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। 

କୈ।ଣସି ଅସୁବିଧାର ସମ୍ମୁଖୀନ ହେଲେ ୧୧୨ ନମ୍ବର ଓ ସାଇବର ଠକେଇ ରେ ୧୯୩୦ ନମ୍ବର କୁ ଯୋଗାଯୋଗ ତଥା ଦୁର୍ଘଟଣା ରେ ସମ୍ମୁଖୀନ ହେଉଥିବା ବ୍ୟକ୍ତି ଙ୍କ ପାଇଁ ପ୍ରଥମ ଏକ ଘଣ୍ଟା କିପରି ଗୁରୁତ୍ବପୂର୍ଣ୍ଣ, ଦୁର୍ଘଟଣା ରେ ମୃତ୍ୟୁ ମୁଖରୁ ଫେରାଇ ଆଣିଲେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହା ସହ ଉପସ୍ଥିତ ସାଧାରଣଲୋକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ। ଜନସାଧାରଣଙ୍କ ପକ୍ଷରୁ ସର୍ବଶ୍ରୀ ବିକାଶ ରାଉତରାୟ, ଗଙ୍ଗାଧର ଦାଶ, ସନ୍ତୋଷ କୁମାର ମହାପାତ୍ର, ଅଶୋକ ରାଉତ, ଅକ୍ଷୟ ରାଉତ,ସୁନାକର ସାହୁ, ଗୋପାଳ ମହାନ୍ତି, ସଂକୀର୍ତ୍ତନ ଜୟପୁରିଆ, ସୁବାସ କୁମାର ଗୁପ୍ତା, କୁଞ୍ଜବିହାରୀ ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅନ୍ୟତମ ସଦସ୍ୟ ନିହାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବୋପରି ଥାନା ଓ ଜନସାଧାରଣ ଙ୍କ ମଧ୍ୟରେ ଦୂରତା କମାଇବାରେ ଏଭଳି କାର୍ଯ୍ୟକ୍ରମ ବେଶ୍ ଫଳପ୍ରଦ ହୋଇଛି ବୋଲି ପ୍ରତୀୟମାନ ହୋଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇଣ୍ଡିଆ ବୁକ୍ ଅଫ ରେକର୍ଡ ପରେ  ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ’ରେ ସ୍ଥାନ ପାଇଲେ ଭବାନିପାଟଣା ର କୁନି ଶିଶୁ କଶିସ

Sunil Chandra Nayak

ଓଡିଶା ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ଅତୁଳନୀୟ,  ନିରୀହ ଥିଲେ ସତ କିନ୍ତୁ ସେମାନଙ୍କ ସଂକଳ୍ପ ଦୃଢ ଥିଲା–ମନ୍ତ୍ରୀ ସାରକା

masiha

ଆଦିବାସୀ ପ୍ରତିଭା ସମ୍ମାନ ପାଇଲେ କର୍ଲ।କୋଟ ଗ୍ରାମର ଗୋପୀନାଥ ଶବର

Sunil Chandra Nayak

Leave a Comment

error: Content is protected !!