ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁଳାପଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଆୟୋଜିତ

ତୁଳାପଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଆୟୋଜିତ

ରୁପ୍ରା :13/10 (ଅଜୟ ସେନାପତି) : ନର୍ଲା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ଦାମୋଦର ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଆୟୋଜିତ ହୋଇଯାଇଛି। କ୍ଲଷ୍ଟର ସଂଯୋଜକ ନୀଳମଣି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ, ମୁଖ୍ୟବକ୍ତା ଭାବେ ବିଆରସିସି ଗୋବର୍ଦ୍ଧନ ମାଝୀ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ସୁନାନି, ପାଙ୍ଗା ଉ.ପ୍ରା. ବି ର ପ୍ରଧାନ ଶିକ୍ଷକ ତ୍ରିନାଥ ନାଏକ , ବୋରିଙ୍ଗପଦର ଉ. ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋହନ କୁମାର ସାହୁ ତଥା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ।

ଏଥିରେ କ୍ଳଷ୍ଟର ଅନ୍ତର୍ଗତ ୧୨ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ,ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭିରେ ଯୋଗଦେବେ ବୋଲି ଜଣାପଡିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ମୋହନ କୁମାର ସାହୁ। କାର୍ଯ୍ୟକ୍ରମରେ ୪୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ବିଚାରକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ, ଶେଷରେ ସି ଆର୍ ସି ସି ନୀଳମଣି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts

ବିଷାକ୍ତ ସାପ କାମୁଡାରେ ନାବାଳକ ମୃତ 

masiha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ଆମଗୁଡା ରେ ଘୁମୁରା ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!