ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁଳୀ ଘଡଘଡ଼ି ପଡି ୨ ଟି ମଇଁଷି ମୃତ୍ୟୁ

ବିଜୁଳୀ ଘଡଘଡ଼ି ପଡି ୨ ଟି ମଇଁଷି ମୃତ୍ୟୁ 

ବନ୍ଧୁଗାଁ ତା ୨୭/୪/୨୪  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ମୁଣ୍ଡିବାଲସା ଗ୍ରାମରେ ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳୀ ପଡିବାରୁ ୨ ଟି ମଇଁଷିର ମୃତ୍ୟୁ ହୋଇଯାଇଛି । ବର୍ଷା ପବନ ହେବାର ଦେଖି ମୁଣ୍ଡିବାଲସା ଗ୍ରାମର ରାମୁଡ଼ା ପୁଆଲା  ନିଜର ୨ ଟି ମଇଁଷି କୁ ବିଲ ଜମି ପାଖରେ ବାନ୍ଧି ଘରକୁ ଫେରି ଆସିଥିଲେ । ସାନ୍ଧ୍ୟ ହେବାରୁ ସକାଳେ ଯାଇ ଦେଖିବା ବେଳକୁ ୨ ଟି ମଇଁଷି ମରି ପଡ଼ିଥିବା ଦେଖିବାକୁ ପାଇଲେ । ଗରିବ ଆଦିବାସୀ ପରିବାର ବହୁ ଆଶା କରି ଛୋଟରୁ ବଡ଼ ପର୍ଯ୍ୟନ୍ତ ଯୋଗୀ ଥିଲେ।ଅଳ୍ପ ଦିନ ତଳେ ଦୁଇଟି ମଇଁଷି ଆଉ ଛୁଆ ଜନ୍ମ କରିଥାନ୍ତେ । ବିକ୍ରି କଲେ ଗରିବ ଆଦିବାସୀ ପରିବାର କିଛି ଅଧିକ ଅର୍ଥ ପାଇଥାନ୍ତା। ବିଜୁଳୀ ପଡିବାରୁ ମୃତ୍ୟୁ ହୋଇଥିବା ଜାଣିବା ପରେ କାହାକୁ ଜଣାଇବ ତାହା ନ ଜାଣି ଆମ ଗଣମାଧ୍ୟମ ଙ୍କୁ ଜଣାଇଥିଲେ । ଆମ ଗଣମାଧ୍ୟମ ପ୍ରତିନିଧି ସଙ୍ଗେ ସଙ୍ଗେ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ର ଏଲ ଆଇ ବାବୁଙ୍କୁ ଫୋନ ମାଧ୍ୟମରେ ଅବଗତ କରିଥିଲୁ । କିନ୍ତୁ ଘଟଣା ସ୍ଥଳରେ କିଏ ମଧ୍ୟ ନ ପହଞ୍ଚିବାରୁ ବ୍ୟକ୍ତି ଜଣକ ବାଧ୍ୟ ହୋଇ ମୃତ ୨ ଟି ମଇଁଷି କୁ ପୋତି ଦେଇଥିବା ଜାଣିବାକୁ ମିଳିଛି। ଏହି ପ୍ରକାର ମୃତ୍ୟୁ ହୋଇଥିବା କ୍ଷେତ୍ରରେ ସରକାରଙ୍କ  ତରଫରୁ ଆର୍ଥିକ ସହାୟତା ମିଳିବାର ବ୍ୟବସ୍ଥା ଥିଲେ ମଧ୍ୟ ଆଜି ସରକାରୀ ବାବୁଙ୍କ ଅବହେଳାରୁ ଅଶିକ୍ଷିତ ଗରିବ ଆଦିବାସୀ ବ୍ୟକ୍ତି ବଞ୍ଚିତ ହୋଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଅବସର ପ୍ରାପ୍ତ ଯବାନ ଙ୍କୁ ସମ୍ବର୍ଦ୍ଧନା

masiha

ସୁବାସ ବୋଷ ସଂଯୁକ୍ତ ଶାଖାର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଡାବୁଗାଁ ସମନ୍ଵିତ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସ ପାଳିତ

masiha

Leave a Comment

error: Content is protected !!