ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ବାଇପାସ ନିକଟରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା 28/04 : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ରବିବାର ଭୋର ସମୟରେ ବସ୍ତା ବାଇପାସ ନିକଟରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଲା ଟ୍ରକ l ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ l ସୂଚନା ଅନୁଯାୟୀ ଉକ୍ତ ଟ୍ରକଟି ପଶ୍ଚିମବଙ୍ଗରୁ ବାହାରି ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବସ୍ତା ବାଇପାସ ନିକଟରେ ଉକ୍ତ ଟ୍ରକଟି ସୁରକ୍ଷା ବାଡ଼ କୁ ଧକ୍କା ଦେଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଖବର ପାଇ ପୋଲିସ ଉକ୍ତ ଟ୍ରକ କୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି l

========.======.==..=======.====

ବିଭିନ୍ନ ସ୍ଥାନରେ ଚଢାଉ କରି ଗୋଟିଏ ବେଆଇନ ବାଲି ବୋଝେଇ ଡ଼ମ୍ଫର କୁ ଜବତ କଲା ପୋଲିସ

ବସ୍ତା,28/04 :ବସ୍ତା ପୋଲିସ ପକ୍ଷରୁ ରବିବାର ସକାଳ ସମୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ଗୋଟିଏ ବେଆଇନ ବାଲି ବୋଝେଇ ଡ଼ମ୍ଫର କୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଦିନକୁ ଦିନ ବାଲି ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଅଭିଯୋଗକୁ ଭିର୍ତ୍ତି କରି ଆଜି ବସ୍ତା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ଗୋଟିଏ ବେଆଇନ ବାଲି ବୋଝେଇ ଡ଼ମ୍ଫର ଯଥା କରି ବସ୍ତା ଥାନା ପରିସରରେ ରହିଥିବା ଦେଖିବାକୁ ମିଳିଥିଲା l

==========================..===

କାର ଓ ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ଆହତ

ବସ୍ତା,28/04 :ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ରବିବାର ରାତି ସମୟରେ ଡେମୁରିଆ ଛକରେ କାର ଓ ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ଆହତ ହୋଇ ଜଳେଶ୍ୱର ଜିକେ ଭୋଟର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ବାଇକ ଚାଳକ ଚନ୍ଦନେଶ୍ୱର ରୁ ବାହାରି ଜଳେଶ୍ୱର ଅଭିମୁଖେ ଯାଉଥିବା ଡେମୁରିଆ ଛକରେ ସାମ୍ନାପଟୁ କାର ଉକ୍ତ ବାଇକ କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ବାଇକ ଆହତ ଅବସ୍ଥାରେ ରାସ୍ତାରେ ପଡି ଛଟପଟ ହେଉଥିଲେ ଫଳରେ ସ୍ଥାନୀୟ ଲୋକେ ଆହତ ବାଇକ ଚାଳକଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭୋଟର ଡାକ୍ତରଖାନାକୁ ପଠାଇଥିଲେ l ଆହତ ବାଇକ ଚାଳକଙ୍କ ପରିଚୟ ମିଳିପାରିନାହିଁ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅପରେସନ ସିନ୍ଦୂର ରେ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

masiha

ବିଡିଘାଟ ଓ ଚିକଲବାହାଲ ପଞ୍ଚାୟତରେ ରେ ଆମ ବ୍ୟାଙ୍କ୍ ଶୁଭାରମ୍ଭ

masiha

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

masiha

Leave a Comment

error: Content is protected !!