ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲଗାଁ ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର : ଅଳ୍ପକେ ବର୍ତ୍ତିଲେ ଚାଳକ

ଗୋଳାମୁଣ୍ଡା/୬/୫/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫୁଣ୍ଡା ଗ୍ରାମ ପଞ୍ଚାୟତସ୍ଥିତ ଚିଲଗାଁ ନିକଟରେ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀଯାଇଥିଲେ କାର ଚାଳକ। ମିଳିଥିବା ସୂଚନା ରୁ ପ୍ରକାଶ ଯେ 0D 03 E 9496 ଗାଡିଟି ବୋରଗୁଡା ରୁ ଫରଙ୍ଗ ରାସ୍ତା ଦେଇ ଯାଉଥିବା ବେଳେ ଚିଲଗାଁ ନିକଟରେ ଭାରସାମ୍ୟ ହରାଇ କାର ଟି ରାସ୍ତା ତଳକୁ ଖସି ଯାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ହେବା ଫଳରେ କାର ଗାଡି ର ଅନେକ ଅଂଶ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଚାଳକଙ୍କ କିଛି ହୋଇ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି . ତେବେ ବର୍ତ୍ତମାନ କ୍ରେନ ମାଧ୍ୟମରେ ଗାଡିଟିକୁ କାଢ଼ିଥିବା ଦେଖିବାକୁ ମିଳିଛି,ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରାସାଶନ୍  ପକ୍ଷରୁ କୌଣସି ସୂଚନା ନଥିବା ଜଣା ଯାଇଛି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବିଧାୟକ. ଲଗାଣ ବର୍ଷା ଯୋଗୁଁ ବିଶ୍ରା ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ

ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳନ

masiha

Leave a Comment

error: Content is protected !!