ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦାହାଣ୍ଡି ବିଡ଼ିଓ ଙ୍କ ଉଦ୍ୟମରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଦ୍ୱାରା ଥଇଥାନ ହେଲେ ୨ ଅଵହେଳିତ ଶିଶୁ

ତେନ୍ତୁଳିଖୁଣ୍ଟି -,୩/୫//୨୩- ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ବ୍ଲକର ଜଗନ୍ନାଥପୁର ଗ୍ରାମ ପଂଚାୟତ ପୋଲୁଗୁଡାକୁ ଗତ ୮ଦିନ ତଳେ ପରିଦର୍ଶନ ସମୟରେ ପୋଲୁଗୁଡା ଗ୍ରାମର ଦିନ ମଜୁରିଆ ତ୍ରିନାଥ ଜାନିଙ୍କ ସମସ୍ୟା ଜାଣିବାକୁ ପାଇଥିଲେ। ସ୍ତ୍ରୀ ବିମଳା ଜାନିଙ୍କ ଅକାଳ ବିୟୋଗ ପରେ ତ୍ରିନାଥ ଜାନି ବହୁ କଷ୍ଟରେ ନିଜର ଛୋଟ ଛୋଟ ୪ ଶିଶୁ ପୁତ୍ରଙ୍କୁ ଲାଳନପାଳନ କରୁଥିବା ଓ ସେମାନଙ୍କ ଦେଖାରେଖା କରୁଥିବା ଯୋଗୁଁ ତ୍ରିନାଥ କୁଲି ମଜୁରୀ କୁ ବି ଯାଇ ପାରୁନଥିବା ଯୋଗୁଁ ପରିବାର ବହୁତ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ନେଇ ବିଡ଼ିଓ ଜାଣିବାକୁ ପାଇଥିଲେ। ନିଜର ଉଦ୍ୟମ ବିଡ଼ିଓ ସାହୁ ବୁଧବାର ଦିନ ପୋଲୁଗୁଡା ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଜାନି ଜରିଆରେ ତ୍ରିନାଥ ଜାନିଙ୍କ ବଡ଼ ଭାଉଜ ମାଗୁଣି ଜାନି ଓ ୪ ଜଣ ଶିଶୁ ପୁତ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟି ଠାରେ ହାଜର କରାଇଥିଲେ।ଏହି ସମୟରେ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ଅଜନ୍ତା ଶୁଭଦର୍ଶିନୀ, ସଦସ୍ୟ ସନ୍ତୋଷ ଷଡଙ୍ଗୀ ଓ ରବୀନ୍ଦ୍ର ପଧାନ, ସଦସ୍ୟା ଅନିତା ହୋତା ଓ ବିଜୟଲଷ୍ମୀ ସାହୁ ଉପସ୍ଥିତ ଶିଶୁ ,ତାଙ୍କ ବଡ ମାଆ ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ସହ ବିସ୍ତ୍ରୁତ ଆଲୋଚନା କରି ୪ ଶିଶୁ ମଧ୍ୟରୁ ୨ଜଣ ବଡ଼ ଶିଶୁଙ୍କୁ ସିନ୍ଧିଗୁଡା ସ୍ଥିତ ଉତ୍କଳ ବାଳାଶ୍ରମ ରେ ଥଇଥାନ ନିମନ୍ତେ ନିଷ୍ପତ୍ତି ନେଇ ଆଦେଶ ଜାରି କରିଛନ୍ତି।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସ୍ବେଚ୍ଛାସେବୀ ସମରେନ୍ଦ୍ର ପରିଡା ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟିର କର୍ମକର୍ତ୍ତା ସନ୍ତୋଷ ଜେନା ମଧ୍ୟ ଉପସ୍ଥିତ ଥିଲେ।ଅନ୍ୟ ୨ ଶିଶୁ ପୁତ୍ରମାନଙ୍କୁ ମଧ୍ୟ ଆଗାମୀ ଦିନରେ ଉଚିତ୍ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଅଜାନ୍ତା ଶୁଭଦର୍ଶିନୀ ନିଜର ପ୍ରତିକ୍ରିୟା ରେ ପ୍ରକାଶ ରଖିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଧରାକୋଟ ରେ ପଞ୍ଚାୟତି ରାଜ ଦିବସ ପାଳନ 

Sunil Chandra Nayak

ବାସିଙ୍ଗିରେ ବାଇକ୍ କାର୍ ମୁହାଁମୁହିଁ; ବାଇକରେ ଥିବା ୩ ଆରୋହୀ ଗୁରୁତର

masiha

ଆୟୁଷ୍ମାନ୍ କାର୍ଡରେ ଠକେଇ ଅଭିଯୋଗ। ଜିଲ୍ଲାପାଳଙ୍କ ତଦନ୍ତ ପରେ ସାମ୍ନାକୁ ଆସିଲା ସତ୍ୟ , ରୋଗୀଙ୍କୁ ୪ଗୁଣା ଟଙ୍କା ଫେରାଇଲେ ନସିଂହୋମ କର୍ତ୍ତୃପକ୍ଷ

Leave a Comment

error: Content is protected !!