ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ଡାକ୍ତର ପରାମର୍ଶ କରନ୍ତୁ ଗୁଣିଆକୁ ନୁହେଁ : ଅତିରିକ୍ତ ଜିଲ୍ଲାପାଳ 

କାହାକୁ ଡାହାଣୀ ବୋଲି ଚିହ୍ନଟ କରିବା ଆଇନତଃ ଅପରାଧ ବରଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ନିକଟସ୍ଥ ଡାକ୍ତର ଙ୍କ ସହ ପରାମର୍ଶ ନେବା ପାଇଁ ଉପସ୍ଥିତ ବକ୍ତା ମାନେ ଗୁରୁତ୍ଵ ଦେଇଛନ୍ତି 

ରାୟଗଡ: ୩ /୫ /୨୦୨୩ : ଜିଲ୍ଲାରେ ଡାହାଣୀ ପ୍ରଥା ନିରୋଧ ଆଇନ ବିଷୟରେ ସଚେତନତା ସୃଷ୍ଟି ନିମନ୍ତେ ଜିଲ୍ଲା ପ୍ରଶାସନ, ରାୟଗଡ ତରଫରୁ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ମଶାଳାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ମମତା ଚୋଧୁରୀ, ଆଇୟୁ ସି ଏ ଡବ୍ଲୁ ର ଡିଏସପି ଶ୍ରୀମତୀ ଉଲ୍ଲାସ ମାଝି ପ୍ରମୁଖ ଉପସ୍ଥିତ ଥିଲେ । 

ଏହି କର୍ମଶାଳାରେ ଆକ୍ସନଏଡର ଆସୋସିଏଟ ଡ଼ାଇରେକ୍ଟର ଦେବବ୍ରତ ପାତ୍ର ଓ ରାଜ୍ୟ ପରିଚାଳକ ବି ଏନ ଦୂର୍ଗା ପ୍ରମୁଖ ସାଧନ କର୍ମୀ ଭାବେ ଯୋଗ ଦେଇ ଗତ ଦିନରେ ଓଡିଶା ରାଜ୍ୟ ମହିଳା କମିଶନ ଓ ଆକ୍ସନ ଏଡ ଦ୍ଵାରା ବିଭିନ୍ନ ଜିଲ୍ଲାରେ ଡାହାଣୀ ପ୍ରଥା ଓ ଗୁଣିଗାରେଡି ସମ୍ବନ୍ଧରେ କରାଯାଇଥିବା ଅଧ୍ୟୟନର ରିପୋର୍ଟକୁ ଉପସ୍ଥାପନ କରି କହିଥିଲେ ଯେ ବିଶେଷ କରି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଲୋକ ମାନେ ଗୁଣିଗାରେଡି ଭଳି ଅନ୍ଧ ବିଶ୍ଵାସ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି ଏବଂ ଏହି ଅନ୍ଧ ବିଶ୍ଵାସର ପରିଣାମ ସ୍ୱରୂପ ଅନେକ ଲୋକଙ୍କ ଜୀବନ ଅସମୟରେ ଚାଲିଯାଉଛି । 

ଡାହାଣୀ ପ୍ରଥା ନିରୋଧ ଆଇନ ୨୦୧୩ ବିଷୟରେ ଆଲୋଚନା କରି ଶ୍ରୀ ଦୂର୍ଗା ଆଇନ ଅନୁସାରେ ଥିବା ଦଣ୍ଡ ବ୍ୟବସ୍ଥା ଗୁଡିକ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ଦୂର୍ଗା ଏହା ସହିତ କହିଥିଲେ ଯେ ରାୟଗଡା ଭଳି ଜିଲ୍ଲାରେ ଲୋକ ମାନଙ୍କର ନିଜସ୍ଵ ପରମ୍ପରା ରହିଛି ଏବଂ ପରମ୍ପରା ଅନୁସାରେ ଆମେ ବିଭିନ୍ନ ପୂଜା ପର୍ବ ପର୍ବାଣୀ ପାଳନ କରୁଛୁ କିନ୍ତୁ ଡାହାଣୀ ଭଳି ଅନ୍ଧ ବିଶ୍ଵାସ ଉପରେ ଆମେ ଅଧିକ ଗୁରୁତ୍ଵ ନ ଦେଇ ତୁରନ୍ତ ସ୍ୱାସ୍ଥ୍ୟ ସମସ୍ଯା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଡାହାଣୀ ଏକ ଅନ୍ଧ ବିଶ୍ଵାସ ବୋଲି ଯେତେଦିନ ଯାଏ ଲୋକ ମାନେ ଅନୁଭବ କରି ନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଡାହାଣୀ ପ୍ରଥା ଲୋକ ମାନଙ୍କ ଉପରେ ପ୍ରଭାବ ବିସ୍ତାର କରି ଚାଲିଥିବ । ଡାହାଣୀ ବୋଲି ଜଣକୁ ଚିହ୍ନଟ କରିବାର ଅର୍ଥ ହେଲା ଆମେ ସେହି ବ୍ୟକ୍ତି ଜଣଙ୍କ ଜୀବନ ଓ ଜୀବିକା ସର୍ବୋପରି ତାହାର ମାନବିକ ଅଧିକାରକୁ କ୍ଷୁର୍ଣ କରୁଛୁ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଚୋଧୁରୀ ଗାଁ କଲ୍ୟାଣ ସମିତି ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ । ଆମ ପୋଲିସ ସମିତି ସମିତି ମାଧ୍ୟମରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଉପସ୍ଥିତ ଅଧିକାରୀ ମାନେ ଗୁରୁତ୍ଵ ଦେଇଥିଲେ । ପୋଲିସ ଉପରେ ଲୋକ ମାନଙ୍କର ବିଶ୍ଵାସ ରହିଛି ତେଣୁ ସଠିକ ସମୟରେ ସଚେତନତା ହିଁ ଅନେକ ଲୋକଙ୍କ ଜୀବନ ରକ୍ଷା କରି ପାରିବ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଓ ଆକ୍ସନ ଏଡର ଜିଲ୍ଲା ସଂଯୋଜକ ରତ୍ନେଶ୍ୱର ସାହୁ ଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ସିଡିପିଓ ଓ ସୁପରଭାଜର,ସଖୀ ଓ୍ଵାନ ଷ୍ଟପ ସେଣ୍ଟର,ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ I ଏହି କାର୍ମଶାଳାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ସମସ୍ତଙ୍କୁ ସ୍ଵାଗତ କରିଥିଲା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରି ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଇଧୁନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

masiha

ବଲାରପୁର କାଗଜକଳ ଇପିଏଫ୍ ପେନସନଭୋଗୀଙ୍କ ବୈଠକ 

masiha

ମାଟ୍ରିକ ପରୀକ୍ଷାରେ ଛାତ୍ରୀ ପ୍ରତିଭା ମିଶ୍ର ବ୍ଲକ ଟପର 

masiha

Leave a Comment

error: Content is protected !!