ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ ଲେଖା ନିମନ୍ତେ ସଚେତନତା ସଭା ଅନୁଷ୍ଠିତ

ନାମ ଲେଖା ନିମନ୍ତେ ସଚେତନତା ସଭା ଅନୁଷ୍ଠିତ

ଜୁନାଗଡ଼, ତା: ୯/୪/୨୬ (ମନୀ ସ): ପି.ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୁନାଗଡ଼ ତରଫରୁ ସ୍ଥାନୀୟ ତାଳବନ୍ଧ ପଡ଼ାରେ ଏକ ସଚେତନତା ସଭା ତଥା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବେସରକାରୀ ଶିକ୍ଷାନୁଷ୍ଠାନ ଅପେକ୍ଷା ସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଉତ୍ତମ ଥିବାରୁ ସରକାରୀ ସ୍କୁଲରେ ନାମ ଲେଖାଇବା ଉଚିତ୍ ଓ ଏଥିପ୍ରତି ସମସ୍ତଙ୍କ ଦାୟିତ୍ୱ ଅଛି ବୋଲି ମତ ବ୍ୟକ୍ତ କରିଥିଲେ।

ସ୍ଥାନୀୟ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ହିମାଦ୍ରୀ ନାଏକ ସ୍ଵତନ୍ତ୍ର ଅତିଥି ରୂପେ ଯୋଗଦେଇ ସରକାରୀ ଶିକ୍ଷକଙ୍କ ଉପଯୁକ୍ତ ଦକ୍ଷତା ଥିବା ଯୋଗୁଁ ସରକାରୀ ସ୍କୁଲରେ ନାମ ଲେଖାଇବା ଉଚିତ୍ ବୋଲି ମତାମତ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରୁପକ୍ଷ ନାଏକ , ସଭ୍ୟା ହିମାଦ୍ରୀ ସିନ୍ଦୂର, ସଭ୍ୟ ଚନ୍ଦ୍ରହାସ୍ୟ ଗୁରୁ, ବାଲାଜୀ ଯାଦବ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କ୍ଷୀରୋଦ କୁମାର ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ପରିପ୍ରେକ୍ଷୀରେ “ମୁଇଁ ଇସ୍କୁଲକେ ଯିମି” ନାମକ ଏକ ପଥପ୍ରାନ୍ତ ନାଟକ ଛାତ୍ର-ଛାତ୍ରୀ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମଟିକୁ ବରିଷ୍ଠ ଶିକ୍ଷକ ମଳୟ କୁମାର ମୁଣ୍ଡ ସଂଯୋଜନା କରିଥିବା ବେଳେ ଶିକ୍ଷକ ସଞ୍ଜୀବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଲ୍ୟାମ୍ପସର ଵାର୍ଷିକ ସାଧାରଣ ବୈଠକ

Sunil Chandra Nayak

3 ମାସର STT(short term training ) ପ୍ରୋଗ୍ରାମ ର ଉଦଘାଟନ

masiha

ରାଇରଙ୍ଗପୁରରେ ଏଲପିଜି ଵ୍ଯବହାରର ସୁରକ୍ଷିତ ଉପାୟ ନେଇ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!