ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଣୀ ବନ୍ଧ କହୁଛି ବେଦନାର କଥା 

ରାଣୀ ବନ୍ଧ କହୁଛି ବେଦନାର କଥା 

 କେବେ ଗାଁର ଜୀବନରେଖା ଭାବେ ପରିଚିତ ଥିବା ନର୍ଲା ର ରାଣୀବନ୍ଧ ପୋଖରୀ ଆଜି ଅବହେଳାରେ ନିଜର ଅସ୍ତିତ୍ୱ ହରାଇବାର ସୀମାରେ ପହଞ୍ଚିଛି। ଯେଉଁଠି କେବେ ପ୍ରଚୁର ପରିମାଣରେ ଜଳ ଥିଲା ଏବଂ ଗ୍ରାମବାସୀଙ୍କ ଦୈନିକ ଜୀବନରେ ଏହାର ଗୁରୁତ୍ୱ ଅପରିହାର୍ଯ୍ୟ ଥିଲା, ତାହା ଆଜି ଚରମ ଅବହେଳା ର ଶୀକାର ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ଏହି ପୋଖରୀର ରକ୍ଷାଣବେକ୍ଷଣ ପ୍ରତି କୌଣସି ଧ୍ୟାନ ଦିଆଯାଇନାହିଁ। ଫଳରେ ପୋଖରୀର ପାର୍ଶ୍ୱ ଭାଙ୍ଗିଯାଇଛି, ପଙ୍କ ରେ ବନ୍ଧ ପୋତି ହୋଇ ଯାଇଛି ଏବଂ ଜଳ ଧାରଣ କ୍ଷମତା ଦିନକୁ ଦିନ କମିଯାଉଛି। ବର୍ଷା ଋତୁରେ ମଧ୍ୟ ପୋଖରୀ ପୂର୍ଣ୍ଣ ହେଉନାହିଁ, ଯାହା ଗ୍ରାମବାସୀଙ୍କ ପାଇଁ ଗଭୀର ଚିନ୍ତାର କାରଣ ହୋଇପଡ଼ିଛି।ଏହି ପୋଖରୀ ଉପରେ ନିର୍ଭର କରୁଥିବା ଚାଷୀମାନେ ଏବେ ଜଳାଭାବରେ ଚାଷ କାମ କରିବାରେ ବଢ଼ିଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋ-ପଶୁ ପାଣି ପାଇବାରେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ଏହା ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ପୋଖରୀ ପୁନରୁଦ୍ଧାର ପାଇଁ ପୂର୍ବରୁ କେତେକ ଯୋଜନା ଘୋଷଣା ହୋଇଥିଲେ ମଧ୍ୟ, ତାହା କାଗଜପତ୍ରରେ ସୀମିତ ରହିଯାଇଛି। କାମର ଗୁଣବତ୍ତା ଏବଂ ବ୍ୟୟ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କିନ୍ତୁ ସ୍ଥାନୀୟ ପ୍ରଶାସନ ଏହାପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି।

ବିଜେପି ରାଜ୍ୟ ପରିଷଦ ସଦସ୍ୟ ତଥା ସ୍ଥାନୀୟ ସଂଗ୍ରାମୀ ନେତା ମନ୍ମୟ ଚାନ୍ଦ (ଜିତୁ )ଅଭିଯୋଗ କରିଛନ୍ତି ଯେ ଏହି ରାଣୀ ବନ୍ଧ (ପୋଖରୀ)ର ମରାମତି ଓ ପୁନରୁଦ୍ଧାର କାମ ସହ ଏହାକୁ ଆଦର୍ଶ ପୋଖରୀ କରିବା ପାଇଁ ପୂର୍ବତନ ବିଧାୟକ ଭୂପିନ୍ଦର ସିଂ ପ୍ରାୟ ୫୭ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇ ଥିବା ବେଳେ ଇତି ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ । ଏହି ଅନୁଦାନ ଅର୍ଥ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରେ ଜମା ହୋଇ ଥିବା ଜଣା ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ କାହିଁକି ସ୍ଥାଣୁ ରହିଛି ତାହା ଜଣା ପଡୁନି। ଏହି କାମର ଆରମ୍ଭ ଯେତେ ବିଳମ୍ବ ହେବ ଏହାର ଖର୍ଚ୍ଚ ପରିମାଣ ବଢିବା ସହିତ ବୈଷୟିକ ଦୃଷ୍ଟିକୋଣରୁ ଏହାର କାମ ପରିମାଣ ମଧ୍ୟ କମି କମି ଯିବ। ତେଣୁ ନିଜ ରାଜନୈତିକ ଉତ୍ତର ଦାଇତ୍ୱ ତୁଲାଇ ପୂର୍ବତନ ବିଧାୟକ ଶ୍ରୀ ସିଂ ଏହି କାମ କିପରି ତ୍ୱରାନ୍ୱିତ ହୋଇ ପାରିବ ସେ ନେଇ ଯତ୍ନବାନ ହେବାକୁ ଦାବୀ କରିଛନ୍ତି। 

ରାଣୀବନ୍ଧ ପୋଖରୀ କେବଳ ଜଳର ଉତ୍ସ ନୁହେଁ, ଏହା ନର୍ଲା ଗ୍ରାମର ଭାବନା ଓ ଜୀବନର ଅଂଶ ଅଟେ। ତେଣୁ ଏହା ର କାମ ଶୀଘ୍ର ଆରମ୍ଭ କରାଯାଉ, ନହେଲେ ଆସନ୍ତା ଦିନରେ ପରିସ୍ଥିତି ଅଧିକ ଗମ୍ଭୀର ହେବ।

ଏହିପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି—କେବେ ଜାଗିବ ପ୍ରଶାସନ ? ଏବଂ କେବେ ଫେରିବ ରାଣୀବନ୍ଧର ପୁରୁଣା ରୂପ ?

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପୂର୍ବତନ ବିଜେପି ମୁଖପାତ୍ରଙ୍କ ବନ୍ଧୁ ମିଳନ ଓ କନ୍ୟା ପୂଜନ ଉତ୍ସବ

Sunil Chandra Nayak

କଙ୍କିଳି ଗ୍ରାମପଞ୍ଚାୟତରେ ପ୍ରଥମ ଥର ଧାନ ମଣ୍ଡି ଖୋଳିଲା

Sunil Chandra Nayak

ଫୁଲବାଣୀ ପୋୖର ପରିଷଦ ପାଣ ସମାଜ ଗଠିତ

Sunil Chandra Nayak

Leave a Comment

error: Content is protected !!