ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନର ହୁଇଲ ରିଭରସାଇଡ ର ସଚେତନତା କାର୍ଯ୍ୟକ୍ରମ

ଇନର ହୁଇଲ ରିଭରସାଇଡ ର ସଚେତନତା କାର୍ଯ୍ୟକ୍ରମ

 ରାଉରକେଲା: ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ରିଭରସାଇଡ ତରଫରୁ ଛେଣ୍ଡ ସ୍ଥିତ ଏସଆରଏମ ଉଚ୍ଚ ବିଦ୍ୟାଳୟ ଠାରେ କୁମାରୀ ରୁ ନାରୀ ସମ୍ପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରିଭରସାଇଡ ର ସଭାପତି ଅଞ୍ଜଳୀ ହୋତା ଓ ସମ୍ପାଦକ ମଞ୍ଜୁଳା ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ରଥ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷା ଡ ମୀନତି ପଣ୍ଡା ଛାତ୍ରୀମାନଙ୍କୁ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ଝିଅମାନେ ସ୍ବପ୍ନକୁ ପୂରଣ କରିବା ପାଇଁ ଦୃଢ ମନୋବଳ, ଆତ୍ମବିଶ୍ଵାସ ରହିବା ସହ ଭଲ ଛୁଇଁବା ମନ୍ଦ ଛୁଇଁବା, ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହେବା, ପୃଷ୍ଟିସାର ଶ୍ୱେତସାର ଲୈ।ହସାର ଖାଦ୍ୟ ଗ୍ରହଣ ସହ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ଅନ୍ୟତମ ସଦସ୍ୟା ମୀନା ଶତପଥୀ ଏଆଇ,ରିଲ୍ସ, ମୋବାଇଲ ଠାରୁ ଦୂରେଇ ରହିବା ସହ ପୁସ୍ତକ ପଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ମାର୍ଶାଲ ଆର୍ଟ ର ଗୁରୁ ରାମଚନ୍ଦ୍ର ସାହୁ ଆତ୍ମରକ୍ଷା କୌଶଳ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ନିଜର ସୁରକ୍ଷା, ସ୍ବପ୍ନ ପୂରଣ,ଦୃଢ ବିଶ୍ବାସ, ଶିକ୍ଷିତ ଓ ସ୍ବାବଲମ୍ବୀ ପାଇଁ ଛାତ୍ରୀମାନେ ଶପଥ ପାଠ କରିଥିଲେ। ଅନ୍ୟତମ ସଦସ୍ୟା ମଞ୍ଜୁବାଳା ମହାପାତ୍ର ଯୋଗ ଶିକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନିତା ନାୟକ,ସୈ।ଦାମିନୀ ଶତପଥୀ, ମମତା ପାଠୀ, ଅମ୍ରିତା ତ୍ରିପାଠୀ, ପ୍ରତିମା ମହାପାତ୍ର ପ୍ରମୁଖ ଓ ବିଦ୍ୟାଳୟ ତରଫରୁ ସୁରେନ୍ଦ୍ର ମୁଦୁଲି, ସୁଧାକର ଲେଙ୍କା,ପି କେ ଦାସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲାବେଳେ ସୁପ୍ରିୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅନୁଷ୍ଠାନ ତରଫରୁ ଛାତ୍ରୀ ମାନଙ୍କୁ ସ୍ବଚ୍ଛତା କିଟ୍ ଓ ପରେ ସେକ୍ଟର ୧୬ ସ୍ଥିତ ଶ୍ରଦ୍ଧା ଆଶ୍ରମକୁ ଏକ ଗ୍ରାଇଣ୍ଡର ପ୍ରଦାନ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁରଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

୧- ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିଲେ ହାସୀନା ନାୟକ ଜାତୀୟ ପାୱାର ଲିଫ୍ଟଙ୍ଗି ରେ ସ୍ୱର୍ଣ୍ଣ ପଦ ପାଇଲେ , ୨- ଏକ ମାସ ପରେ ପମ୍ଫ ରେ ପହଁଞ୍ଚିଲା ପେଟ୍ରଲ ଓ ଡିଜେଲ, ଗାଡି ଚଡ଼ା ଦରରେ ଭରୁଥିଲେ ତେଲ 

ବସ୍ତାରେ ନିବେଦିତା ଇଂଲିଶ ମିଡିୟମ ପ୍ଲେ ସ୍କୁଲ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!