ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଡାବୁଗାଁ, ୨/୪ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ମେଦନା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୁରାତନ ଛାତ୍ର ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରବିବାର ଅନୁଷ୍ଠିତ ହୋଇଥିଲା | ଏଥିରେ ଉକ୍ତ ବିଦ୍ୟାଳୟ ର ଶିକ୍ଷକ ବିଜୟାନନ୍ଦ ପ୍ରଧାନ ମାର୍ଚ୍ଚ ମାସ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିଲେ | ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୁରାତନ ଛାତ୍ର ମାନେ ଶିକ୍ଷକ ବିଜୟାନନ୍ଦ ପ୍ରଧାନଙ୍କୁ ଉତ୍ତୋରୀୟ ଓ ପୁଷ୍ପଗୁଛ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଉକ୍ତ ସଭାରେ ପୁରାତନ ଛାତ୍ର ଯୁଧିଷ୍ଠୀର ମାଝି, ରବୀନ୍ଦ୍ର ପ୍ରଧାନ, ଜିତାମିତ୍ର ମେହେର, ପଦୁ ତନ୍ତୀ, ଉତ୍ତମ ପ୍ରଧାନ, ଅମର ମିଶ୍ର, ଯୋସେଫ ହରିଜନ, ସୁରେନ୍ଦ୍ର ମେହେର, ଚନ୍ଦ୍ରମଣି ମେହେର, ଗୁରୁବନ୍ଧୁ ଗୌଡ, ଯୋଗେଶ୍ଵର ଗୌଡ ପ୍ରମୁଖ ଛାତ୍ର ମାନେ ଉପସ୍ଥିତ ରହି ଶିକ୍ଷକ ଙ୍କ ଗୁଣାବଳୀବର୍ଣ୍ଣନା କରିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

masiha

ବି ଆର ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଫୁଲବାଣୀ ଠାରେ ବହୁ ସମାରୋହରେ ପାଳିତ 

Sunil Chandra Nayak

କୋକସରା ଠାରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କୋର କମିଟି ବୈଠକ 

Sunil Chandra Nayak

Leave a Comment

error: Content is protected !!