ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଅଟିଜିମ୍ ଦିବସ ପାଳିତ

ପ୍ରିୟ ସ୍ଵେଚ୍ଛାସବୀ ଅନୁଷ୍ଠାନ ଦ୍ଵାରା ଲାଉଲାଇସ୍ଥିତ ଫିସିଓଥେରାପି କେନ୍ଦ୍ର ଠାରେ ବିଶ୍ବ ଅଟିଜିମ ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ୧୦୨ ଜଣ ଭିନ୍ନକ୍ଷମ ଶିଶୁ ଓ ଅଭିଭାବକ ଉପସ୍ଥିତ ଥିଲେ। ସମସ୍ତ ସିପି, ମାନସିକ ଅନଗ୍ରସର ଓ ଅଟିଜିମ ଭିନ୍ନକ୍ଷମ ମାନଙ୍କୁ ନେଇ ଡ଼ା. କୃଷ୍ଣଚନ୍ଦ୍ର ରାଏଙ୍କ ଦ୍ଵାରା ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ, ପ୍ରୋଟିନ ବଣ୍ଟାଯାଇଥିଲା। ଶିଶୁ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଅଭିଭାବକ ମାନଙ୍କୁ ନେଇ ସଚେତନ କରାଯାଇଥିଲା। ଉକ୍ତ ଶିବିରରେ ଫିସିଓଥେରାପିଷ୍ଟ୍ ଡ଼ା. ନିବେଦିତା ନାୟକ, ସ୍ଵତନ୍ତ୍ର ଶିକ୍ଷୟିତ୍ରୀ ପଙ୍କଜିନୀ ବେହେରା, ଇଲନପ୍ରଭା ସେନାପତି, ସ୍ୱାଗତିକା ରାଉତ, ଅନ୍ନପୂର୍ଣା ଧଳ, ପର୍ଶୁରାମ ଦାସ, ଦିବ୍ୟରଞ୍ଜନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରିୟର ନିର୍ଦ୍ଦେଶକ ଟଙ୍କଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ରେ ଖାଦ୍ୟ ସୁରକ୍ଷା ପକ୍ଷରୁ ବିଭିନ୍ନ ଦୋକାନ ରେ ଚଢ଼ାଉ

Sunil Chandra Nayak

ପାନୀୟ ଜଳ ସମସ୍ୟା ପାଇଁ ବିଜାତଳା ବ୍ଲକ ରେ ତାଲା / ୩ ଘଣ୍ଟା ପରେ ପାନୀୟ ଜଳ ଦୁଇ ଗାଁକୁ ମିଳିବା ପରେ ତାଲା ଖୋଲା ଗଲା /ମାସା ସଙ୍ଘଠନ ଏବଂ ଦୁଇ ଗ୍ରାମବାସୀ ମିଶିକି ତାଲା ବନ୍ଦ କରିଥିଲେ /ମାସା ସଂଘଠନ ଜିଲ୍ଲା ସମ୍ପାଦକ ହାଡିବନ୍ଧୁ ଟୁଡୁ ନେତୃତ୍ୱ ରେ ଯୋଡାପୋଖରୀ ଏବଂ ଭାଲକିଚୁଆ ଗ୍ରାମବାସୀ ଙ୍କୁ ପାନୀୟ ଜଳ ମିଳିଲା

Sunil Chandra Nayak

ଜିଓ ନେଟ୍ଓ୍ଵର୍କର ଗାତରେ ପଡି ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!