ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଅଟିଜିମ୍ ଦିବସ ପାଳିତ

ପ୍ରିୟ ସ୍ଵେଚ୍ଛାସବୀ ଅନୁଷ୍ଠାନ ଦ୍ଵାରା ଲାଉଲାଇସ୍ଥିତ ଫିସିଓଥେରାପି କେନ୍ଦ୍ର ଠାରେ ବିଶ୍ବ ଅଟିଜିମ ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ୧୦୨ ଜଣ ଭିନ୍ନକ୍ଷମ ଶିଶୁ ଓ ଅଭିଭାବକ ଉପସ୍ଥିତ ଥିଲେ। ସମସ୍ତ ସିପି, ମାନସିକ ଅନଗ୍ରସର ଓ ଅଟିଜିମ ଭିନ୍ନକ୍ଷମ ମାନଙ୍କୁ ନେଇ ଡ଼ା. କୃଷ୍ଣଚନ୍ଦ୍ର ରାଏଙ୍କ ଦ୍ଵାରା ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ, ପ୍ରୋଟିନ ବଣ୍ଟାଯାଇଥିଲା। ଶିଶୁ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଅଭିଭାବକ ମାନଙ୍କୁ ନେଇ ସଚେତନ କରାଯାଇଥିଲା। ଉକ୍ତ ଶିବିରରେ ଫିସିଓଥେରାପିଷ୍ଟ୍ ଡ଼ା. ନିବେଦିତା ନାୟକ, ସ୍ଵତନ୍ତ୍ର ଶିକ୍ଷୟିତ୍ରୀ ପଙ୍କଜିନୀ ବେହେରା, ଇଲନପ୍ରଭା ସେନାପତି, ସ୍ୱାଗତିକା ରାଉତ, ଅନ୍ନପୂର୍ଣା ଧଳ, ପର୍ଶୁରାମ ଦାସ, ଦିବ୍ୟରଞ୍ଜନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରିୟର ନିର୍ଦ୍ଦେଶକ ଟଙ୍କଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ବାଣପୁର ଅଞ୍ଚଳର ବରିଷ୍ଟ ରାଜନେତା ତଥା ସମାଜସେବୀ ସୁଶିଲ୍ ବିଷୋୟୀଙ୍କ ଦ୍ବାଦଶାହ ସ୍ମୁତିଚାରଣ ସଭା

Sunil Chandra Nayak

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

masiha

ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କୁ ଅନୁସୂଚୀତ ଜାତି ମୋର୍ଚ୍ଚାର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!