ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ଡ଼ାବୁଗାଁ, ୨/୧୨(ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ-୨୦୨୩ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ପଞ୍ଚାୟତରେ ଥିବା ବିଦ୍ୟାଳୟରୁ ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ପ୍ରାୟ ୧୦୦ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଧାଡ଼ି ଧାଡ଼ି ହୋଇ ବ୍ୟାନର ଧରି ଏକ ରାଲି ସହର ପରିକ୍ରମା କରି ଫେରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ମଞ୍ଚ ରେ ବକ୍ତୃତା, ପ୍ରବନ୍ଧ ଲିଖନ, ମ୍ୟୁଜିକ ଚେୟାର, ଲେମ୍ବୁ ଚାମଚ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଏପରି ୭ ଗୋଟି ଇଭେଣ୍ଟ ରେ ଅଂଶ ଗ୍ରହଣ କରି ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରୀଛାତ୍ର ମାନଙ୍କୁ ମାନ ପତ୍ର ସହ କପ୍ ପୁରସ୍କୃତ ହୋଇଥିଲେ l ପୁରସ୍କାର ବିତରଣ ସଭାରେ ଏ ବି ଇ ଓ ତଥା ବି ଆର ସି ସି ଭାଗବାନ ମାଝୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଡାବୁଗାଁ ତହସିଲଦାର ସଦାଶିବ ଭତ୍ରl, ମୁଖ୍ୟ ବକ୍ତା ଏ ବି ଇ ଓ ଦେବରାଜ ଗୋପାଳ, ଆବାହକ ବି ଆର ଟି ଛନ୍ଦା ଚରଣ ମେହେର, ସି ଆର ସି ସି ହେମନ୍ତ ପଣ୍ଡା, ହେମେନ୍ଦ୍ର ନାଥ ବେହେରା, ଶ୍ରୀକାନ୍ତ ପଣ୍ଡା, ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ସୌଭାଗ୍ୟ ବିଶ୍ଵାଳ, ବିଶ୍ଵେଶ ତ୍ରିପାଠୀ, ସୁବ୍ରତ ମହାନ୍ତି, ଧଳେଦ୍ର ଦ୍ୱାରି, ଯୁଧିଷ୍ଟିର ମାଝୀ, ନିରଞ୍ଜନ ପଲାର, ପ୍ରତାପ ଜେନା ଓ ଜଗନ୍ନାଥ ରାଓ ପ୍ରମୁଖ ସହଯୋଗ କରିଥିଲେ l ସି ଆର ସି ସି ଗୁପ୍ତ ପ୍ରସାଦ ନାଗ ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ l ଉକ୍ତ ୭ ଟି ଇଭେଣ୍ଟ ରେ ପ୍ରଥମ ସ୍ଥାନ ପାଇଥିବା କୃତି ଛାତ୍ରୀ ଛାତ୍ର ମାନେ ଆସନ୍ତାକାଲି ତା ୩/୧୨ ରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ-୨୦୨୩ ରେ ଅଂଶଗ୍ରହଣ କରିବେ l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ଓଡ଼ିଆ ବିଭାଗ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶ 

Sunil Chandra Nayak

ଏଜେଓ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଦୁଇ ଦିନିଆ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!