ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ପୁଣି ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ମହୁରି ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ ଦୁଇଟି ଓଡ଼ିଆ କବିତା ‘କାଲି ଯାହା ସତ ଥିଲା ଆଜି ମିଛ’ ଓ ‘କାନ୍ଦିଛି କେଉଁ ଶତାଦ୍ଧି ରେ ଜଣା ନାହିଁ’ କୁ ଇମାନୁଏଲ ରିଜ୍ଜୋ ଇଟାଲୀ ଭାଷାରେ ଅନୁବାଦିତ କରିଛନ୍ତି । ଏହି କବିତାକୁ ଇଂରାଜୀ ଭାଷାରେ ପ୍ରଫେସର ଡ଼.ତପନ କୁମାର ରଥ ଅନୁବାଦ କରିଥିଲେ । ଡ଼.ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ,ସ୍ବିଡ଼ିଶ,ପାର୍ସିଆ, ପୋଲିସ,ସ୍ପେନିସ,ଆଳବାନିୟନ,ଫିଲିପିନୋ,ଭିଏତନାମା,ଜାପନ,କିର୍ଗିଜ୍,ହିବ୍ରୁ ଭଳି ୨୦ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ପୂର୍ବରୁ ଅନୁଦିତ ହୋଇଛି । ସୂଚନା ଯୋଗ୍ୟ ଯେ,କବି ଡ଼.ନିଆଲଙ୍କ ବହୁଚର୍ଚ୍ଚିତ ଇଂରାଜୀରେ ପ୍ରକାଶିତ ହୋଇଥିବା ‘ଲକଡାଉନ’ ର ଅନ୍ତର୍ଜାତୀୟ ସମୀକ୍ଷା ‘ଏ ଟେପେଷ୍ଟ୍ରି ଅଫ ୱାର୍ଡସ’,ଦି ପଏଟିକ ଲିଗାସୀ ଅଫ ଡ଼. ଭବାନୀ ଶଙ୍କର ନିଆଲ ପ୍ରକାଶିତ ହୋଇଛି । ଯାହାକି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତଥା ଭାଷାବିତ ପ୍ରଫେସର ଇରେନେ ଦୌରା କାବାଡିଆ ସମ୍ପାଦନା କରିଥିଲେ । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ ଦୁଇଟି ଓଡ଼ିଆ କବିତା ଇଟାଲୀ ଭାଷାରେ ଅନୁଦିତ ହେବାପରେ କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଡ଼.ନିଆଲଙ୍କ ଇଂରାଜୀ ସଂକଳନ ‘ଲକଡାଉନ’ ପୁସ୍ତକ ପୃଥିବୀର ଇଟାଲୀ,ଫ୍ରାନ୍ସ,ପର୍ତ୍ତୁଗୀଜ,ଜର୍ମାନ ଭାଷାରେ ପୁସ୍ତକ ଅନୁଦିତ ହୋଇ ପ୍ରକାଶିତ ହୋଇସାରିଛି ।

ମସିହା ନିଯୁଜ୍ ସର୍ଭିସ୍ 

Related posts

ପଞ୍ଚାୟତ ସମିତି, ରାୟଗଡ଼ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

Sunil Chandra Nayak

ଅବ୍ୟବସ୍ଥାରେ ରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

ଭୂମିହୀନ ଙ୍କୁ ଘରଡିହ ପଟ୍ଟା ଓ ଅନ୍ୟାନ୍ୟ ୫ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଶାଳ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!