ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଠାରେ ୯୦ତମ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର ଠାରେ ୯୦ତମ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ : ୧୩-୦୩-  // ଆଜି ପୂର୍ବାହ୍ନ ରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାମନଘାଟି ଉପଖଣ୍ଡ ର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଠାରେ ୯୦ତମ ଓଡିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକଟର ଶ୍ରୀ ମାନସ କୁମାର ବେହେରା, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସାହୁ ଓ ଶ୍ରୀମତୀ ଅନିତା ମହାନ୍ତ ପ୍ରମୁଖ ଯୋଗ ଦେଇଥବା ବେଳେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବରିଷ୍ଠ ନାଗରିକ, ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବି ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏହାପରେ ପୂର୍ବବର୍ଷ ବୈଠକ ର ବିବରଣୀ ପଠନ କରାଯାଇଥିଲା ଏବଂ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା ଏବଂ ସର୍ବସମ୍ମତି କ୍ରମେ ଦିବସ ପାଳନ ପାଇଁ କିଛି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତଦନୁଯାୟୀ ଓଡିଶା ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦିବସ ପାଳନ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି ଦିବସ ପାଳନ ଦିନ ପ୍ରାତଃ ୪ଘଣ୍ଟା ୩୦ମିନିଟ ସମୟରେ ରାଇରଙ୍ଗପୁର ସହରାଞ୍ଚଳ ରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧ ସଂଗୀତ ବାଦନ କରାଯିବ। ସକାଳ ୭ଘଣ୍ଟା ରୁ ୮ଘଣ୍ଟା ମଧ୍ୟରେ ଦିବସର ମୁଖ୍ୟ ଅତିଥିଙ୍କ ସମେତ ଜନପ୍ରତିନିଧି,ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ରାଇରଙ୍ଗପୁର ପୌରାଞ୍ଚଳରେ ଅବସ୍ଥାପିତ ମହାପୁରୁଷ ତଥା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯିବ। ସେହିପରି ସକାଳ ୯ଘଟିକା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବରପୁତ୍ର ମାନଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ସହିତ ସାଧାରଣ ସଭା ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ।

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ତଥା ମାତୃଭୂମି ପ୍ରତି ସମ୍ମାନ ପ୍ରଦର୍ଶନ ଉଦେଶ୍ୟରେ ସଭା କାର୍ଯ୍ୟ ପ୍ରାରମ୍ଭରେ “ବନ୍ଦେ ଉତ୍କଳ ଜନନୀ ” ବାଦନ କରାଯିବ । 

ଏତଦ ବ୍ୟତୀତ ଦିବସ ପାଳନ ସନ୍ଧ୍ୟାରେ ରାଇରଙ୍ଗପୁର ସହରରେ କାର୍ଯ୍ୟକରୁଥିବା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୃହ ଗୁଡିକ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯିବା ସହିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଗୁଡିକ ଆଲୋକମାଳାରେ ସଜ୍ଜିତ କରାଯିବା ପାଇଁ ନିଷ୍ପତ୍ତି ନିଆହୋଇଛି।

ଉପଖଣ୍ଡ ସ୍ତରରେ ଉକ୍ତ ଦିବସକୁ ସୁନ୍ଦର,ଆକର୍ଷଣୀୟ ତଥା ବ୍ୟବସ୍ଥିତ ଢଙ୍ଗରେ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବା ପାଇଁ ଉପଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ ପାଇଁ ନିର୍ଦେଶ ଦେବା ସହ ସମସ୍ତଙ୍କର ଆନ୍ତରିକ ସହଯୋଗ କାମନା କରିଥିଲେ।ବୈଠକ ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

“ଲକ୍ଷାଧିକ ଟଙ୍କା ବର୍ବାଦ-ସମୟ ବର୍ବାଦ” ଅଯୋଗ୍ୟ ପାଇଁ ବାଟ’ବଣା ନର୍ଭେରାମର ପ୍ଲାଣ୍ଟ ନିର୍ମାଣ

masiha

ଵିଷମ କଟକ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଓଡ଼ିଶାଭାସ୍କର ବାର୍ଷିକ ସମାରୋହରେ ସମ୍ମାନିତ ହେଲେ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀରଞ୍ଜନ ବାଗ

Sunil Chandra Nayak

Leave a Comment

error: Content is protected !!