ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନସୁରକ୍ଷା ଯୋଜନା ଉପରେ ସଚେତନତା ଶିବିର

ଡାବୁଗାଁ, ୬/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ପଞ୍ଚାୟତ କାର୍ଯ୍ୟ|ଳୟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଜନସୁରକ୍ଷା ଯୋଜନା ଉପରେ ଏକ ସଚେତନତା ଶିବିର ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଲିଡ ବ୍ୟାଙ୍କ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ତପନ କୁମାର ସାହୁ ଯୋଗଦେଇ ସରକାର ଙ୍କ ତରଫରୁ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ବିଭିନ୍ନ ଯୋଜନା ଯଥା:- ଜନଧନ ଖାତା ଖୋଲିବା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା ଉପରେ ବୁଝାଇଥିଲେ | ଜନସାଧାରଣ ଏହି ଯୋଜନାର ଲାଭ ଉଠାଇବା ପାଇଁ ସଚେତନ କରିଥିଲେ | ଏଥିରେ ଲିଡ ବ୍ୟାଙ୍କ ଚିଫ ମ୍ୟାନେଜର କେ. ନାରାୟଣ ରାଓ, ଆରସେଟି ନିର୍ଦ୍ଦେଶକ ଜି. ପ୍ରସାଦ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଜୁନାପାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ହଳଧର ଯାନୀ ଓ ଜନସାଧାରଣ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସିବିଏସଇ ପରୀକ୍ଷା ରେ ଇଏମଆରଏସ ବହଳଦା ଛାତ୍ର ଛାତ୍ରୀ ଙ୍କ ସଫଳତା 

Sunil Chandra Nayak

ବାବା ତାରକେଶ୍ଵର ଯଜ୍ଞ ମହୋତ୍ସବ ଅନୁଷ୍ଠିତ 

Sunil Chandra Nayak

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

Sunil Chandra Nayak

Leave a Comment

error: Content is protected !!