ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଆଉ ଜଣେ ଯୁବକଙ୍କର ଦାଦନରେ ମୃତ୍ୟୁ ,ଜନ ଶୁନ୍ୟ ହେଲା ପରିବାର 

ରଜ୍ୟ ସରକାର ଓଡ଼ିଶାର ସୁଶାସନ କଥା ଡିଣ୍ଡିମ ପିଟୁଥିବା ବେଳେ ବାରମ୍ବାର ପଶ୍ଚିମ ଓଡ଼ିଶାରେ ଘଟୁଥିବା ଦାଦନ ଦୁଃଖ ଆମେ କେତେ ସମୃଦ୍ଧ ସହଜେ ଅନୁମେୟ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଲମପୁର ଥାନା ଅନ୍ତର୍ଗତ ଭେଲାଗାଁରେ । ବର୍ଷକ ମଧ୍ୟରେ ଗୋଟିଏ ପରିବାରର ବାବା,ମାଁ ଆର ପାରିକୁ ଚାଲି ଯିବାପରେ ବେସାହାରା ହୋଇ ଯାଇଥିଲେ ଦୁଇ ଜଣ ଭାଇ ଭଉଣୀ । ଭଉଣୀକୁ ବିବାହ ଦେବାପାଇଁ ଅର୍ଥ ବାଧକ ସାଜି ଥିବାରୁ ଭାଇ ସ୍ଥାନୀୟ ଅଞ୍ଚଳରେ କାମ ଧନ୍ଦା ନପାଇ ସୁଦୂର ଚେନ୍ନାଇକୁ ଦାଦନ ଖଟିବାକୁ ଚାଲି ଯାଇଥିଲେ । କିନ୍ତୁ ନିୟତିର ବିଧାନ କିଛି ଅଲଗା ଥିଲା । ସୂଚନା ମୁତାବକ ଭେଳାଗାଁର ଧନିରାମ ନାଏକ (୨୩) ଗତ ୧ ମାସ ତଳେ ବାହାର ରାଜ୍ୟ ଚେନ୍ନାଇ କୁ ଯାଇ ଏକ ଘରୋଇ କମ୍ପାନୀ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ l କୌଣସି କାରଣରୁ ଦେହ ଅସୁସ୍ଥ ହେବା ପରେ ସେଠାରେ କିଛି ସମ୍ପର୍କୀୟ ଏକ ମେଡ଼ିକାଲରେ ରେ ନେଇ ଶୁକ୍ରବାର ଦିନ ଭର୍ତ୍ତି କରାଇଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ରେ କିଛି ଉନ୍ନତି ହେଲା ନାହିଁ ଏବଂ ଶନିବାର ଦିନ ୧୨ ଟାରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା l ଫଳରେ ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଦେଇଥିଲା l ଖବର ପାଇ ଘରେ ଏକୁଟିଆ ରହିଥିବା ତାର ଭଉଣୀ ଯାଜ୍ଞସେନୀ (୨୭) ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି l ଯେହେତୁ ଗତ ୨ ମାସ ତଳେ ତାଙ୍କ ବାପା ହୁକନ ନାଏକ ଙ୍କ ମୃତ୍ୟ ହୋଇଥିଲା l ବର୍ଷକ ମଧ୍ୟରେ ମା ଙ୍କ ମଧ୍ୟ ମୃତ୍ୟ ହୋଇଥିଲା l ମୃତକ ଧନିରାମ ର ଶବକୁ ନିଜ ଭିଟାମାଟିକୁ ଆଣିବା ପାଇଁ ଭଉଣୀର ସାମର୍ଥ୍ୟ ନଥିବାରୁ ଚେନ୍ନାଇରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ବର୍ତ୍ତମାନ ପରିସ୍ଥିତି ଜଟିଳ । ଏକୁଟିଆ କିଭଳି ଦିନ କଟାଇବ ନିରୀହ ଝିଅଟି । ଏପରି ଦୁର୍ବଳ ମୁହୁର୍ତ୍ତରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ତଥା ପ୍ରଶାସନ ଉକ୍ତ ଅବଳା ପ୍ରତି କୃପାଦୃଷ୍ଟି ଦେଇ ଉପଯୁକ୍ତ ଥଇଥାନ ପାଇଁ ସାଧାରଣ ରେ ଦାବି ହେଉଛି ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Related posts

ମାଧ୍ୟମିକ ଶିକ୍ଷକ ସଂଘ ର ସାମ୍ବିଧାନିକ ସମ୍ମିଳନୀ

masiha

ଭାଗିରଥୀ ପାଣିଗ୍ରାହୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

Sunil Chandra Nayak

ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ସ୍ୱାଗତ

Leave a Comment

error: Content is protected !!