ଜୁନାଗଡ଼,୯/୮(ମ ନି ସ)କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେସା ରେଡ୍ଡୀ ଜୁନାଗଡ଼ ମେଡିକାଲକୁ ପ୍ରଦର୍ଶନରେ ଆସି ୫ଟି ଅଧୀନରେ ଚାଲୁଥିବା ମେଡିକାଲ କାମର ତଦାରଖ କରିଥିଲେ। ଜୁନାଗଡ଼ ମେଡିକାଲରେ ୫ଟିଅଧୀନରେନିର୍ମାଣ କାର୍ଯ୍ୟ ଚାଲୁଅଛି।ଏହି କାର୍ଯ୍ୟ ମଧ୍ୟରେ ଲୋକାଶକ୍ତି ଭବନ ,କେବିନ ଓ ବେଡ଼ ସମୂହର ପୁନଃ ନିର୍ମାଣ, ଗୋଷ୍ଠୀ ଶୌଚାଳୟ, ମିଶନସକ୍ତି କାଫେ ପ୍ରଭୃତି କାର୍ଯ୍ୟ ପ୍ରାୟ ୪କୋଟି ଟଙ୍କାରେ ନିର୍ମାଣାଧୀନ ଅଛି।ଏହିସବୁ ନିର୍ମାଣ ସ୍ଥଳୀ ସବୁ ଜିଲ୍ଲାପାଲ ପରିଦର୍ଶନ କରି ତଦାରଖ କରିଥିଲେ। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଓ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।ଗୁଣାତ୍ମକ ଶୈଳୀ ରେ ନିର୍ମାଣ ସହ ଏହା ତୁରନ୍ତ ସମାପନ ପାଇଁ ନିର୍ଦ୍ଧେଶ ଦେଇଥିଲେ।ଚିକିତ୍ସା ଅଧିକାରୀ ଭଗବାନ ପଣ୍ଡା, ବିଡ଼ିଓ ଦେବାଶିଷ କର, ବିପିଏମ, ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଅନେକ ଅଧିକାରି ପ୍ରମୁଖ ଏଥିରେ ଉପସ୍ଥିତ ରହି ଥିଲେ।
previous post