ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ମେଡିକାଲ କାମ ପରିଦର୍ଶନ

ଜୁନାଗଡ଼,୯/୮(ମ ନି ସ)କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେସା ରେଡ୍ଡୀ ଜୁନାଗଡ଼ ମେଡିକାଲକୁ ପ୍ରଦର୍ଶନରେ ଆସି ୫ଟି ଅଧୀନରେ ଚାଲୁଥିବା ମେଡିକାଲ କାମର ତଦାରଖ କରିଥିଲେ। ଜୁନାଗଡ଼ ମେଡିକାଲରେ ୫ଟିଅଧୀନରେନିର୍ମାଣ କାର୍ଯ୍ୟ ଚାଲୁଅଛି।ଏହି କାର୍ଯ୍ୟ ମଧ୍ୟରେ ଲୋକାଶକ୍ତି ଭବନ ,କେବିନ ଓ ବେଡ଼ ସମୂହର ପୁନଃ ନିର୍ମାଣ, ଗୋଷ୍ଠୀ ଶୌଚାଳୟ, ମିଶନସକ୍ତି କାଫେ ପ୍ରଭୃତି କାର୍ଯ୍ୟ ପ୍ରାୟ ୪କୋଟି ଟଙ୍କାରେ ନିର୍ମାଣାଧୀନ ଅଛି।ଏହିସବୁ ନିର୍ମାଣ ସ୍ଥଳୀ ସବୁ ଜିଲ୍ଲାପାଲ ପରିଦର୍ଶନ କରି ତଦାରଖ କରିଥିଲେ। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଓ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।ଗୁଣାତ୍ମକ ଶୈଳୀ ରେ ନିର୍ମାଣ ସହ ଏହା ତୁରନ୍ତ ସମାପନ ପାଇଁ ନିର୍ଦ୍ଧେଶ ଦେଇଥିଲେ।ଚିକିତ୍ସା ଅଧିକାରୀ ଭଗବାନ ପଣ୍ଡା, ବିଡ଼ିଓ ଦେବାଶିଷ କର, ବିପିଏମ, ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଅନେକ ଅଧିକାରି ପ୍ରମୁଖ ଏଥିରେ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ସରକାରୀ ଅନୁଦାନ ଜୀନା ପାଇଁ ସାତ ସପନ

Sunil Chandra Nayak

ରାଇରଙ୍ଗପୁର ରେ ଜଗତ ଗୁରୁ ଶ୍ରୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା ଓ ସତସଙ୍ଗ

masiha

Leave a Comment

error: Content is protected !!