ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକଙ୍କ ଦ୍ବାରା ଉତ୍କଳ ଦିବସ ପାଳିତ

ବରିଷ୍ଠ ନାଗରିକଙ୍କ ଦ୍ବାରା ଉତ୍କଳ ଦିବସ ପାଳିତ

ବାଲେଶ୍ଵର,୦୧/୪/୨୪- ବାଲେଶ୍ଵର ଜିଲ୍ଲା ଖଇରା ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ୧୯୩୬ ଅପ୍ରେଲ ୧ ତାରିଖରେ ଓଡ଼ିଶାକୁ ଏକ ରାଜ୍ୟ ଭାବେ ଗଠନ କରାଯାଇଥିଲା । ଏହି ଦିନର ସ୍ମୃତିରେ ଏପ୍ରିଲ ମାସ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଇଥାଏ । ୧୨ ଭାଷା ଭିତରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ, ସୁଢଳ ଦେବ ଓ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା । ଏକ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ଯ ବିପ୍ଳବ ଭାବେ ଉତ୍କଳ ସମ୍ମିଳନୀ କାର୍ଯ୍ୟ କରିଥିଲା । ଏହା ଗଠନ ହେବା ଠାରୁ ତିନି ଦଶନ୍ଧି ଧରି ଏହି କାର୍ଯ୍ୟରେ ଲାଗି ରହିଥିଲା ଓ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନ କରାଯାଇଥିଲା । ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ, ସୁଢଳ ଦେବ, କୃଷ୍ଣ ଚନ୍ଦ୍ର ଗଜପତି, ନାରାୟଣ ଦେବ ପ୍ରମୁଖକଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୂର୍ନବିଭାଜନ କରି ୩୦ ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ କରାଯାଇ ସ୍ବତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାର ମାନଙ୍କୁ ସମ୍ମାନ ଅର୍ପଣ କରାଯାଇଥାଏ । ଏହି ଉତ୍କଳ ଦିବସ ପାଳନରେ ଖଇରା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶରତ କୁମାର ବିଶ୍ଵାଳଙ୍କ ଅଧ୍ୟକ୍ଷାତରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସମ୍ପାଦକ ମୁକ୍ତିକାନ୍ତ ଶତପଥୀ, କୋଷାଧ୍ୟକ୍ଷ ଅନାମ ଚରଣ ପଣ୍ଡା ଓ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ସେମାନଙ୍କ ମଧ୍ୟରୁ ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ କୁମାର ଖିଲାର, ଡଃ ଅବୟ କୁମାର ନାୟକ ଭାଷଣ ମଧ୍ୟାମରେ ଉତ୍କଳ ଦିବସ ପାଳନର ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୁଦ୍ଧି ରାମ ପାଣିଗ୍ରାହୀ, ସୁରେନ୍ଦ୍ର ପ୍ରସାଦ କବି, ସନ୍ତୋଷ କୁମାର ଶତପଥୀ, ନାରାୟଣ ପ୍ରସାଦ ପେଡା, ନାରାୟଣ ପଣ୍ଡା, ଉପେନ୍ଦ୍ର ପ୍ରସାଦ ଦାସ, ରାମକୃଷ୍ଣ ମହାପାତ୍ର, ପଦ୍ମନାଭ ପଣ୍ଡା, ବୈକୁଣ୍ଠ ନାଥ ପାଢ଼ୀ, ପଦ୍ମଲୋଚନ ଦାଶ, ଇନ୍ଦ୍ରମଣି ରାଉତ, କରୁଣାକର ମହାପାତ୍ର, ଅର୍ଜୁନ ଚରଣ ସେନାପତି, ଚିନ୍ତାମଣି ସାହାଣୀ, ଡ଼ା ପ୍ରଭାକର ପଣ୍ଡା, ଯୁଧିଷ୍ଠିର ମହାରଣା, ଲକ୍ଷ୍ମୀ ଧର ମହାପାତ୍ର, ମୂରଲୀଧର ପାଇକରାୟ ଓ ରମାକାନ୍ତ ଶତପଥୀ । ସମସ୍ତ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଅରୁଣ କୁମାର ସ୍ବାଇଁ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପଦ୍ମଲୋଚନ ଦାସ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଡ଼ିଆଳ ରେ ୧୨ ଘଣ୍ଟା ବନ୍ଦ ପାଳନ

masiha

ମୋ ସ୍କୁଲ୍ ଅଭିଯାନର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ,ନର୍ଲା ବ୍ଲକର ଷ୍ଟଲ୍ ଶ୍ରେଷ୍ଠ ବିବେଚିତ

Sunil Chandra Nayak

ରାଇରଙ୍ଗପୁରରେ ବ୍ଳକ ସ୍ତରୀୟ ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ 

masiha

Leave a Comment

error: Content is protected !!