ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ଟ୍ରାଫିକ ନି୍ୟନ୍ତ୍ରଣ ପାଇଁ ସିଟିଜେନ ଫୋରମର ଦାବୀ 

ଜୁନାଗଡ଼ ରେ ଟ୍ରାଫିକ ନି୍ୟନ୍ତ୍ରଣ ପାଇଁ ସିଟିଜେନ ଫୋରମର ଦାବୀ 

ଜୁନାଗଡ଼ ୧/୪ (ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେବା ରେ ଲାଗିଛି l ମଦ୍ୟପ ଗାଡି ଚାଳକ ଓ ଦ୍ରୁତ ବେଗ ରେ ଚଳାଉ ଥିବା ବାଇକ ଚାଳକ ଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ି ଚାଲିଛି l ଏଣୁ ଏହି ସବୁ ସମସ୍ୟା ର ସମାଧାନ ପାଇଁ ସିଟିଜେନ ଫୋରମ ଜୁନାଗଡ଼ ତରଫରୁ ଏକ ଦାବୀ ପତ୍ର ଥାନାଅଧିକାରୀ ଙ୍କ ଜରିଆରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ପ୍ରଦାନ କରାଯାଇଛି l ଉକ୍ତ ଦାବୀ ଗୁଡିକ ମଧ୍ୟରେ ଜୁନାଗଡ଼ ନୂଆ ବସଷ୍ଟାଣ୍ଡ, କଳମପୁର ଛକ, ପୁରୁଣା ବସଷ୍ଟାଣ୍ଡ, ଓରିଆନ ଛକ ରେ ସକାଳ ୧୦ ଘଣ୍ଟା ରୁ ୨ ଘଣ୍ଟା ଓ ସନ୍ଧ୍ୟା ୫ ଘଣ୍ଟା ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଏକ ପୋଲିସ ଅଫିସର ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏବଂ ପ୍ରତ୍ୟେକ ରବିବାର ଦିନ ଓରିଆନ ହୋଟେଲ ଛକ ଠାରୁ ତହସିଲ ଛକ ପର୍ଯ୍ୟନ୍ତ ଭାରି ଯାନ ଯାତାୟତ କୁ ସକାଳ ୧୦ ଘଣ୍ଟା ରୁ ୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯିବା ଓ ମଦ୍ୟପାନ କରି ଦ୍ରୁତ ଗତି ରେ ଟାଉନ ମଝିରେ ବାଇକ ଚାଳନା କରୁଥିବା ବ୍ୟକ୍ତି ଙ୍କୁ ଧରପଗଡ଼ କରିବା ସହ କୋର୍ଟ ଚାଲାଣ କରିବା ପ୍ରଭୁତି ଦାବୀ ଅନ୍ତର୍ଭୁକ୍ତ l ଏହି ଦାବିପତ୍ର ସିଟିଜେନ ଫୋରମ ତରଫରୁ ପ୍ରଦାନ ସମୟରେ ଫୋରମ ସଭାପତି ଅଶୋକ ପାତ୍ର, ଉପ ସଭାପତି ସନ୍ତୋଷ କୁମାର ସିଂହ ଦେଓ, ସମ୍ପାଦକ ବିଜୟ ବେହେରା, କୋଷାଧ୍ୟକ୍ଷ କୁଵଲେଶ୍ଵର ପାଣିଗ୍ରାହୀ, କାର୍ଯ୍ୟକାରିଣୀ ସଦସ୍ୟଈଶ୍ୱର ପୁଝାରୀ, ଯୁଗଳ କିଶୋର ନାୟକ, ଭୁବନେଶ୍ୱର ସାହୁ, ନବକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ସମସ୍ୟା ନେଇ ଅନେକ ଥର ସିଟିଜେନ ଫୋରମ ତରଫରୁ ଦାବୀ ପତ୍ର ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ ଏଣୁ ଆଗାମୀ ଦିନ ରେ ଏହି ଟ୍ରାଫିକ ସମସ୍ୟା ର ସମାଧାନ ଯଦି ନ ହୁଏ ତାହେଲେଏକ ଜୋରଦାର ଜନ ଆନ୍ଦୋଳନ ହେବ ବୋଲି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ଧର୍ମପ୍ରାଣ ବ୍ୟକ୍ତି ବିଷ୍ଣୁ ପ୍ରସାଦ ଜେନାଙ୍କ ଦେହାନ୍ତରେ ଗଭୀର ଶୋକ

masiha

ଶିଳାନ୍ଯାସକୁ ନେଇ ହେଲା ସାମ୍ବାଦିକ ସମ୍ମିଳନୀ

masiha

ନାରୀ ସବୁ ଯୁଗରେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛି.

Sunil Chandra Nayak

Leave a Comment

error: Content is protected !!