ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଜେଇ ହେଲାଣି ବାଣପୁର ମେଳଣ ପଡ଼ିଆ ଭକ୍ତ ଓ ଭଗବାନଙ୍କ ଅପେକ୍ଷାରେ ପଞ୍ଚୁଦୋଳ

ବାଣପୁର:- ଆଉ କେତେ ଘଣ୍ଟାର ଅପେକ୍ଷା ମାତ୍ର। ରାତି ପାହିଲେ ବାଣପୁର ପଞ୍ଚୁଦୋଳ। ମହାମାରୀ କରୋନା ଦୁଇ ବର୍ଷ ଧରି ଛଡେଇ ନେଇଥିଲା ସବୁ ଆନନ୍ଦ ଉଲ୍ଲାସ । ଘରେ ରହି ହୃଦୟ ନେତ୍ରରେ ଶ୍ରଦ୍ଧାଳୁମାନେ ଅନୁଭବ କରୁଥିଲେ ଐତିହାସିକ ପଞ୍ଚୁଦୋଳଯାତ୍ରା। ଖାଁ ଖାଁ ଲାଗୁଥିଲା ପଡ଼ିଆ । ଭକ୍ତଙ୍କୁ ନଦେଖି ଦେବା ଦେବୀଙ୍କ ମନରେ ମଧ୍ୟ ଥିଲା ଅନେକ ଦୁଃଖ । ଆଜି କିନ୍ତୁ ତାଙ୍କରି ଇଚ୍ଛାରେ ସବୁ ପରିବର୍ତ୍ତନ ହୋଇଛି । ମହାମାରୀ କରୋନା ଯାଇଛି। ଏ ବର୍ଷ ଜମିବ ପଞ୍ଚୁଦୋଳ। ଗାଁ ଗଣ୍ଡା ପୁରପଲ୍ଲୀରେ ଘରେ ଘରେ ଜମିଲେଣି କୁଣିଆ । କାହିଁ କେତେ ବାଟରୁ ଆସିଲାଣି ରଙ୍ଗ ବେରଙ୍ଗର ପସରା । ରାସ୍ତାଘାଟରେ ବେଲୁନ୍‌ବାଲା ବଜେଇ ଲେଣି ଫେଁକାଳି । ଝିଅ ଶାଶୁ ଘରକୁ ଦେବା ପାଇଁ କାଠ ପଥର,କୁଲା ବାଉଂଶିଆ, କସାଂ ବାସନ, ଲୁହା ଲହୁରୁଣି , ଛାଞ୍ଚୁଣି, ପହଁରା, ମନୋହରୀରର ମନଲୋଭା ପସରାରେ ପୁରିଗଲାଣି ପଡ଼ିଆ । କୁନା କୁନି ପାଇଁ ଭଳିକି ଭଳି କଣ୍ଢେଇ, ଚକ୍ର ଦୋଳି, ଯାଦୁ ଖେଳ ପ୍ରସ୍ତୁତ ହେଲେଣି ସବୁ ।ମଥୁରା କେକ୍ ଠାରୁ ଆରମ୍ଭ କରି କଟକର ଠୁଙ୍କାପରି ,ଦହିବରା ଆଳୁ ଦମ୍, ଦୋସା ସମ୍ବର , ପକଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍, ସାଲେପୁର ରସଗୋଲା ରମହ ମହବାସ୍ନା ମନ କିଣି ନେଲାଣି। ଠାକୁର ଠାକୁରାଣିଙ୍କୁ ବୁକୁରେ ଧରିବାକୁ ଝୋଟି ଚିତାରେ ଚିତ୍ରିତ ହେଲାଣି ଦୋଳ ପିଣ୍ଡି । ମନ୍ଦିରମାନଙ୍କରେ ରଙ୍ଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳ ରେ ସଜେଇ ହେଲାଣି ଦୋଳବିମାନ, ଗରୁଡ଼ , ହନୁମାନ ବାହାନ । ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ, ପାଇକ ଆଖଡ଼ା ଢୋଲ,ଚାଙ୍ଗୁ, ବାଘ , ଘୋଡ଼ାଇ, କେଳା କେଳୁଣୀ,ରଜା ରାଣି , ଷଣ୍ଡ ନୃତ୍ୟସବୁ ପଟୁଆରରେ ସାମିଲ ହେବାକୁ ଗାଁଗାଁରେ ଚାଲିଛିପ୍ରସ୍ତୁତି । ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିସାରିଲେଣି ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେବ । ଜଗତଜନନୀ ମା’ଭଗବତୀ ଙ୍କୁଖଣ୍ଡୁଆ ପାଟ ପତନୀରେ ବନ ଦୁର୍ଗା ବେଶରେ ପିନ୍ଧେଇ ଦେଲେଣୀ କାଠି ନାହାକ । ଅଗଣିତ ଭକ୍ତଙ୍କ ଠେଲ। ପେଲା ଖାଇ ଯାତ୍ରାରେ ଦେବା ଦେବୀଙ୍କୁ ଭେଟିବାକୁ ବଢି ଲାଣି ମନରେ ଉତ୍କଣ୍ଠ।। ହରିବୋଲ ହୁଳହୁଳି ଧୂନୀରେ ପୁରି ଉଠିବ ମେଳଣ ପଡିଆ । ମା’ ଭଗବତୀଙ୍କ ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ମହାମିଳନର ମାହେନ୍ଦ୍ର ବେଳାକୁ ଦର୍ଶନ କରି ଅଶେଷ ପୂର୍ଣ୍ୟ ଅର୍ଜନ କରିବାକୁ ଶ୍ରଦ୍ଧାଳୁଙ୍କ ବଢି ଲାଣି ଆବେଗ। ବସନ୍ତ ଋତୁର ଏହି ମହା ମିଳନ ମହୋତ୍ସବ ସମସ୍ତ ଙ୍କମନରେ ଭରିଦେବ ଅଶେଷ ଆନନ୍ଦ।

ବାଣପୁରରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ମହାବିଦ୍ୟାଳୟ / ବିଶ୍ବବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଅଖିଳ ଭାରତୀୟ ଛାତ୍ର ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ଦଶ ଦିନ ହେଲା ଲିମସେର ଗାଁରେ ପିଇବା ପାଣି ପାଇଁ ଡହକ ବିକଳ

Sunil Chandra Nayak

ଉତ୍କଳ ଆଲୁମିନାରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

masiha

Leave a Comment

error: Content is protected !!