ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତା ମହିଳାମଞ୍ଚ କଳାହାଣ୍ଡି ଦ୍ୱାରା ତିନି ଦିନିଆଁ ମହିଳା ସଶକ୍ତିକରଣ ପ୍ରଶିକ୍ଷଣ ତାଲିମ ଶିବିର ସଦର ବ୍ଲକ ଗୁଭାପଡା ରେ ଅନୁଷ୍ଠିତ

ଭବାନୀପାଟଣା ତା.11.03.2023 // ଏକତାପରିଷଦ ଜନସଂଗଠନ ର ଏକତା ମହିଳାମଞ୍ଚ କଳାହାଣ୍ଡି ଶାଖା ଏବଂ ମାନବ ଜୀବନ ବିକାଶ ସମିତି ମଧ୍ୟପ୍ରଦେଶ ର ସହଯୋଗରେ ଭବାନୀପାଟଣା ବ୍ଲକ ଶ୍ରୀପୁର ଗ୍ରାମପଞ୍ଚାୟତ ର ଗୁଭାପଡା ଗ୍ରାମରେ ମହିଳା ସଶକ୍ତିକରଣ ତାଲିମ ଶିବିର ତା 10ମାର୍ଚ୍ଚ ରୁ 12ମାର୍ଚ୍ଚ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି l     ଏଥିରେ ଉଭୟ ରାୟଗଡା ଓ କଳାହାଣ୍ଡି ଜିଲ୍ଲା ର ପ୍ରାୟ ପଚାଶ ଜଣ ମହିଳା ଅଂଶଗ୍ରହଣ କରି ତାଲିମ ନେଉଛନ୍ତି l କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ଏକତାପରିଷଦ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାରତ ଭୂଷଣ ଠାକୁର, ଏକତା ମହିଳା ମଞ୍ଚ ତଥା ଏକତାପରିଷଦ ର ବରିଷ୍ଠ ସଦସ୍ୟା ରୋଶନlରl ମହାନ୍ତି, ଏକତା ମହିଳାମଞ୍ଚ ର ରାଜ୍ୟ ସଂଯୋଜିକା ଭାରତୀ ନାୟକ,ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ବରିଷ୍ଠ ସଦସ୍ୟା ତଥା ମହିଳା କଂଗ୍ରେସ ର ପୂର୍ବତନ ସଭାନେତ୍ରୀ ସୁକାନ୍ତି ସରାଫ, ଏକତାପରିଷଦ ର କଳାହାଣ୍ଡି ସଂଯୋଜକ ସରୋଜ ବାଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବାସହ ତାଲିମlର୍ଥି ମାନଙ୍କୁ ଉଚ୍ଚlହିତ କରିଥିଲେ l ସେହିପରି ଅପରାହ୍ନ ରେ ଜିଲ୍ଲା କଂଗ୍ରେସ ର ସଭାପତି ଭାରତ ବେମାଲ ଉପସ୍ଥିତ ରହି ମହିଳା ମାନଙ୍କୁ ତାଙ୍କର ଅଧିକାର ସମ୍ପର୍କରେ ସୂଚନା ଦେଇଥିଲେ ତିନିଦିନ ଧରି ଶିବିର ରେ କଳାହାଣ୍ଡି ସଂଯୋଜକ ସଂଯୋଜନା କରୁଥିବା ବେଳେ ରାଜ୍ୟ ସଂଯୋଜିକା ଭାରତୀ ନାୟକ ତାଲିମ ଦେଉ ଅଛନ୍ତି  l କାର୍ଯ୍ୟକ୍ରମ କୁ ସହଯୋଗ କରୁଛନ୍ତି ଏକତାମହିଳା ମଞ୍ଚ ରାୟଗଡା ସଂଯୋଜିକା ମମତା ପ୍ରଧାନୀ, କଳାହାଣ୍ଡି ସଂଯୋଜିକା ଯlଜ୍ଞସିନୀ ନାଏକ, ମାର୍ଜିନା ପ୍ରଧାନ ଚିନ୍ମୟୀ ବେହେରା, ନିରାକାର ଦୁର୍ଗା, କାଁହୁ ପ୍ରଧାନ ସହଯୋଗ କରିଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

Sunil Chandra Nayak

ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

masiha

ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ରେ ଉଲ୍ଲେଖନୀୟ  ଅବଦାନ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହି ପୁଣି ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!