ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରଗି ଫୁଲ ହେଉଛି ଆଦିବାସୀ ଯୁବପିଢି ଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଉଜ୍ଜୀବିତ କରିବାର ଅନନ୍ୟ ପ୍ରୟାସ 

ସରଗି ଫୁଲ ହେଉଛି ଆଦିବାସୀ ଯୁବପିଢି ଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଉଜ୍ଜୀବିତ କରିବାର ଅନନ୍ୟ ପ୍ରୟାସ 

 ମୟୂରଭଞ୍ଜ -୨୨/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ରାଇରଙ୍ଗପୁର ର ମହୁଲଡିହା ଗ୍ରାମରେ ଓଡ଼ିଶାର ବିଶିଷ୍ଟ ଆଦିବାସୀ ନେତା ଭଞ୍ଜଵୀର ତଥା ପ୍ରାକ୍ତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ସୁନାରାମ ସୋରେନଙ୍କ ଦ୍ଵାରା ଓଡ଼ିଶାରେ ସ୍ଥାପିତ ହୋଇଥିବା ପ୍ରଥମ ସରକାରୀ ଆଦିବାସୀ ଅନୁସୂଚିତ ଜାତି ଓ ଜନଜାତି ବାଳିକା ବିଦ୍ୟାଳୟ ( ଏସ୍ ଏସ୍ ଡି ସ୍କୁଲ) ପରିସରରେ ଉପଖଣ୍ଡ ସ୍ତରୀୟ ୧୫ ତମ ‘ସରଗୀ ଫୁଲ ‘ ଉତ୍ସବ, ବିଜ୍ଞାନ ମୋରା ଓ ଭଲିବଲ୍ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମ ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରଶାସକ ଅଧିକାରୀ ଶ୍ରୀ ପରିକ୍ଷିତ ଦାସଙ୍କ ସଭାପତିତ୍ବ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନ ଏବଂ +୨ ବିଜ୍ଞାନ ସ୍କୁଲର ଅଧ୍ୟକ୍ଷ ଦିଲିପ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଅତିଥି ଵାମନଘାଟି ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ( ଆଇଏଏସ୍), ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶ୍ଵାଳ,ଏସଡିଏମଓ ଡଃ ରବୀନ୍ଦ୍ର ମାରାଣ୍ଡି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଆଦିବାସୀ ଶିଶୁ ଓ ଯୁବପିଢୀ କୁ ଜାତୀୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ମଧ୍ୟରେ ଭଗବାନ ପ୍ରଦତ୍ତ ଲୁକ୍କାୟିତ ପ୍ରତିଭାକୁ ଜାଗରଣ କରିବା, ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋଭାବ ସୃଷ୍ଟି କରିବା, ସେମାନଙ୍କୁ ନିଜର ଅଧିକାର ଉପରେ ସଚେତନ କରାଇବା ହେଉଛି ସରଗୀ ଫୁଲର ମହାନ ଯୁଗାନ୍ତକାରୀ ଉଦେଶ୍ଯ ବୋଲି ବକ୍ତବ୍ୟ ରଖିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ପରେ ଆୟୋଜିତ ହୋଇଥିବାବିଜ୍ଞାନ ପ୍ରଦର୍ଶନୀ ମେଳା ପରିଦର୍ଶନ କରି କୁନି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ ।

 ଉଦଯାପନୀ ଉତ୍ସବରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ,, ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା,, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ପ୍ରମୁଖ ଯୋଗଦେଇଥିଲେ । ଅତିଥି ଗଣ କହିଥିଲେ ସମସ୍ତଙ୍କ ଦେହରେ ନାରାୟଣ ଅଛନ୍ତି । ଭଗବାନ ସମସ୍ତଙ୍କୁ କିଛି ନା କିଛି ଶକ୍ତି ଓ ପ୍ରତିଭା ଦେଇଛନ୍ତି । ତେଣୁ ଦୁନିଆରେ କେହି ଅଲୋଡା ନୁହନ୍ତି । ସମସ୍ତେ କଠିନ ପରିଶ୍ରମ କରନ୍ତୁ ଏବଂ ନିଜ ପସନ୍ଦର କାର୍ଯ୍ୟ କରି ସଫଳତାର ଶିର୍ଷରେ ପହଞ୍ଚନ୍ତୁ । ସାଂପ୍ରତିକ ଯୁଗରେ ପାଠ ବ୍ୟତୀତ ଖେଳ,କୁଦ,ନାଚ,ଗୀତ, କାରିଗରୀ ସବୁଠି ଜୀବନ ଓ ଜୀବିକାର ଉତ୍ତମ ବାଟ ଅଛି । ତେଣୁ ଆଗକୁ ଯିବା ପାଇଁ ସ୍ବପ୍ନ ଦେଖିବା ସହ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା ।ତଦସହ ୧୮ ଟି ବିଭାଗରେ ହୋଇଥିବା ବିଭିନ୍ନ ଵିଭାଗର ପ୍ରତିଯୋଗିତାରେ କୃତୀ ପ୍ରତି ପ୍ରତିଯୋଗୀ, ବିଜ୍ଞାନ ପ୍ରକଳ୍ପରେ ଶ୍ରେଷ୍ଠ ପ୍ରକଳ୍ପ ଏବଂ ଭଲିବଲ ଟୁର୍ଣ୍ଣାମେଣ୍ଟରେ ବାଳକ ଓ ବାଳିକା ବର୍ଗର ଶ୍ରେଷ୍ଠ ଦଳକୁ ଅତିଥିଗଣ ମାନପତ୍ର, ଓ ସିଲଡ ଦେଇ ପୁରଷ୍କୃତ କରିଥିଲେ ।ବିଶୋଇ ଏସ ଏସ ଡି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କାନ୍ତିପ୍ରଭା ଷଡ଼ଙ୍ଗୀ,ବିଜାତଳା ଏସ ଏହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୋଲାମଣି ମାରାଣ୍ଡି,ଵାଢୁଆଣି +୨ ଏସଏସଡି ସ୍କୁଲର ଅଧ୍ୟକ୍ଷ ରମାକାନ୍ତ ଦଳେଇ,ବାଦାମ ପାହାଡ଼ର ବିଭୁତି ଭୁଷଣ ସାହୁ ଓ ସସ୍ମିତା ଗିରି,ପାନେଶ୍ଵରୀ ମୁର୍ମୁ,ଵହଳଦା ଏକଲବ୍ୟ ମଡେ଼ଲ ସ୍କୁଲର ଅଧ୍ୟକ୍ଷ ବଳରାମ ଵାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସସ୍ମିତା ମହାନ୍ତ ଓ ସରସ୍ଵତୀ ମହଲା ସଭା ପରିଚାଳନା କରିଥିବାବେଳେ ପୁରସ୍କାର ବିତରଣ ଉତ୍ସବକୁ ଶିକ୍ଷକ ଗୁରୁପ୍ରସାଦ ମହାକୁଡ଼ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମରେ ୩ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,୧୪ ଟି ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ୩୯ ଟି ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆସନ୍ତା ୨୭ ତାରିଖରେ ଜିଲ୍ଲା ସ୍ତରୀୟ ସରଗୀ ଫୁଲ କାର୍ଯ୍ୟକ୍ରମ ରେ ଶ୍ରେଷ୍ଠ ହୋଇଥିବା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କୁ ନେଇ ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ 

masiha

ରାହାମାସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ର ବାର୍ଷିକ ଉତ୍ସବ

Sunil Chandra Nayak

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!