ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି : ମୋବାଇଲ ପାଇଁ ଚାଲିଗଲା ୨ ଜୀବନ

ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି : ମୋବାଇଲ ପାଇଁ ଚାଲିଗଲା ୨ ଜୀବନ

କନ୍ଧମାଳ : ତା, ୨୧/୧୧:(ମନିସ): ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମୂଲ୍ୟବାନ ଜୀବନ । ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀ ଙ୍କ ନିଜ ଘରେ ଆତ୍ମହତ୍ୟା | ତେବେ ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ସ୍ବାମୀ ସ୍ତ୍ରୀ ଙ୍କୁ ବଞ୍ଚେଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଅନ୍ୟ ଏକ କୋଠରୀ ରେ ସ୍ବାମୀ ମଧ୍ୟ ଆତ୍ମହତ୍ୟା କରିଥିଲେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଥାନା ବୁଡୁରୁକିଆ ପଞ୍ଚାୟତର ମଝିସାହି ରେ । ଏହି ଗ୍ରାମର ପ୍ରମୋଦ ମଲିକ ଗତ ୨ ବର୍ଷ ହେବ ପୁଆରୀ ମଲିକଙ୍କୁ ବିବାହ କରିଥିଲେ । ବିବାହ ସମୟରେ ନିଜ ବାପା ଘରୁ ସ୍ତ୍ରୀ ପୁଆରୀ ଏକ ମୋବାଇଲ ଆଣିଥିଲେ । ତେବେ ଅଭାବ ରେ ପଡି ପ୍ରମୋଦ ମୋବାଇଲକୁ ବନ୍ଧା ରଖିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ କେନ୍ଦ୍ର କରି ସ୍ତ୍ରୀ ପୁଆରୀ ମଲିକ ପ୍ରଥମେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ସ୍ବାମୀ ପ୍ରମୋଦ ମଧ୍ୟ ନିଜକୁ ସହ୍ୟ କରି ନ ପାରି ଅନ୍ୟ ଏକ କୋଠରୀ ମଧ୍ଯରେ ଆତ୍ମହତ୍ୟା କରିଥିଲେ | ଖବର ପାଇ ବାଲିଗୁଡା ପୋଲିସ ଓ ମାଜିଷ୍ଟ୍ରେଟ ତଥା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବନ୍ଦ ଘରୁ ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର କରିଛି । ଏ ନେଇ ଘଟଣା ର ଅଧିକ ତଦନ୍ତ ଜାରୀ ରଖୁଛି ବାଲିଗୁଡା ପୋଲିସ ।ଉଭୟଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l 

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଏକ୍ ପେଡ୍ ମା କେ ନାମ୍-୨.୦ ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ

Sunil Chandra Nayak

ମଣିପୁର ଘଟଣାକୁ ନେଇ ମହିଳା ସଂଗଠନର ପତିବାଦ

Sunil Chandra Nayak

ବିପଦ ପୂର୍ଣ୍ଣ ଅବସ୍ଥାରେ ସରବରାହ ଜୋର ବ୍ରିଜ ରାସ୍ତା

masiha

Leave a Comment

error: Content is protected !!