ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିର୍ତ୍ତୋଲରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଦୁଇଟି ହାଇୱା ଜବତ !

ତିର୍ତୋଲ :- ନଦୀର ବାଲି ରାଜ୍ୟ ରାଜକୋଷର ସମ୍ପତ୍ତି ପାଲଟି ଥିବା ବେଳେ, ସରକାରୀ ସ୍ଥରରେ ନଦୀ ମାନଙ୍କରୁ ବାଲି ଉଠାଇବାକୁ ନିଲାମ ପ୍ରକ୍ରିୟା ରେ ରୟାଲିଟି ଆଦାୟ କରାଯିବାର ବ୍ୟବସ୍ଥା ରହିଛି ! ପୁଣି ଅନେକ ବାଲି ମାଫିଆ ରାଜନୈତିକ ଫାଇଦା ମାରିବାକୁ ବାଲି କୁ ଚୋରା ଚାଲାଣ କରିଥାନ୍ତି ! ସେଇପରି ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବା ବାଲି ବୋଝେଇ ଦୁଇଟି ହାଇୱା ଗାଡିକୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ତହସିଲ ଅଫିସ ନିକଟସ୍ଥ ସାରଳାରୋଡ଼ ପାଖରୁ ତିର୍ତ୍ତୋଲ ତହସିଲଦାର ଜବତ କରି ଫାଇନ କାଟି ଛାଡି ଦେଇଥିବାର ସୂଚନା ମିଳିଛି ! ଆଜି ସକାଳ 6 ଟା ସୁଦ୍ଧା ଜବତ କରାଯାଇଥିବା ଗାଡି ନମ୍ବର OD 05 AY 4796 ଏବଂ OD 16 A 7291 ଥିବାବେଳେ ଗାଡି ଦୁଇଟି ପାଖରୁ ଫାଇନ ବାବଦରେ 70,560/ ଟଙ୍କା ଆଦାୟ କରାଯାଇ ପରେ ଗାଡିକୁ ଛାଡି ଦିଆ ଯାଇଛି ! ତିର୍ତ୍ତୋଲ ଅଞ୍ଚଳର ମହାନଦୀ ଓ ଶାଖାନଦୀ ପାଇକାରୁ ଶହ ଶହ ଟ୍ରକ ବାଲି ପ୍ରତିଦିନ ଉଠୁଛି ! ରାସ୍ତାଘାଟର ଅବସ୍ଥା ଅତି ଶୋଚନୀୟ ହୋଇଗଲାଣି ! ସବୁ ଦେଖି ସବୁ ଶୁଣି ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ! ଯିଏ ଧରା ପଡୁଛି ତା ଉପରେ ପେଚା ବସିଲା ପରି ଖରାପ ବେଳ ଆସିଯାଉଛି ! ନଚେତ ରାତି ସାରା ଗୋଠେ ଗାଈ ରାତି ପାହିଲେ ମୋତେ ନାହିଁ ନୀତିରେ ଉଠା ଯାଉଛି ବାଲି ! ଦେଖାଯାଉ ଫାଇନ ଭରିଥିବା ହାଇୱା ମଲିକ ଶବକ ଶିଖୁଛି ନା ଭରିଥିବା ଫାଇନ ଅସୁଲ କରିବାକୁ ଆଉ କିଛି ହାତସଫେଇ ର ବ୍ୟବସ୍ଥା କରୁଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

Vigilance Nabs Rayagada SE with Rs 1.5 Lakh in Unaccounted Cash

masiha

ଅଜଣା ଗାଡି ଧକ୍କାରେ ମୋଟର ସାଇକେଲ ଆରୋହୀ ମୃତ

Sunil Chandra Nayak

ସ୍ତ୍ରୀ କୁ ପେଟ୍ରୋଲ ଢାଳି ପୋଡି ମାରିବା ଅଭିଯୋଗରେ ଅଭିଯୁକ୍ତ ସ୍ଵାମୀ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!