ତିର୍ତୋଲ :- ନଦୀର ବାଲି ରାଜ୍ୟ ରାଜକୋଷର ସମ୍ପତ୍ତି ପାଲଟି ଥିବା ବେଳେ, ସରକାରୀ ସ୍ଥରରେ ନଦୀ ମାନଙ୍କରୁ ବାଲି ଉଠାଇବାକୁ ନିଲାମ ପ୍ରକ୍ରିୟା ରେ ରୟାଲିଟି ଆଦାୟ କରାଯିବାର ବ୍ୟବସ୍ଥା ରହିଛି ! ପୁଣି ଅନେକ ବାଲି ମାଫିଆ ରାଜନୈତିକ ଫାଇଦା ମାରିବାକୁ ବାଲି କୁ ଚୋରା ଚାଲାଣ କରିଥାନ୍ତି ! ସେଇପରି ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବା ବାଲି ବୋଝେଇ ଦୁଇଟି ହାଇୱା ଗାଡିକୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ତହସିଲ ଅଫିସ ନିକଟସ୍ଥ ସାରଳାରୋଡ଼ ପାଖରୁ ତିର୍ତ୍ତୋଲ ତହସିଲଦାର ଜବତ କରି ଫାଇନ କାଟି ଛାଡି ଦେଇଥିବାର ସୂଚନା ମିଳିଛି ! ଆଜି ସକାଳ 6 ଟା ସୁଦ୍ଧା ଜବତ କରାଯାଇଥିବା ଗାଡି ନମ୍ବର OD 05 AY 4796 ଏବଂ OD 16 A 7291 ଥିବାବେଳେ ଗାଡି ଦୁଇଟି ପାଖରୁ ଫାଇନ ବାବଦରେ 70,560/ ଟଙ୍କା ଆଦାୟ କରାଯାଇ ପରେ ଗାଡିକୁ ଛାଡି ଦିଆ ଯାଇଛି ! ତିର୍ତ୍ତୋଲ ଅଞ୍ଚଳର ମହାନଦୀ ଓ ଶାଖାନଦୀ ପାଇକାରୁ ଶହ ଶହ ଟ୍ରକ ବାଲି ପ୍ରତିଦିନ ଉଠୁଛି ! ରାସ୍ତାଘାଟର ଅବସ୍ଥା ଅତି ଶୋଚନୀୟ ହୋଇଗଲାଣି ! ସବୁ ଦେଖି ସବୁ ଶୁଣି ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ! ଯିଏ ଧରା ପଡୁଛି ତା ଉପରେ ପେଚା ବସିଲା ପରି ଖରାପ ବେଳ ଆସିଯାଉଛି ! ନଚେତ ରାତି ସାରା ଗୋଠେ ଗାଈ ରାତି ପାହିଲେ ମୋତେ ନାହିଁ ନୀତିରେ ଉଠା ଯାଉଛି ବାଲି ! ଦେଖାଯାଉ ଫାଇନ ଭରିଥିବା ହାଇୱା ମଲିକ ଶବକ ଶିଖୁଛି ନା ଭରିଥିବା ଫାଇନ ଅସୁଲ କରିବାକୁ ଆଉ କିଛି ହାତସଫେଇ ର ବ୍ୟବସ୍ଥା କରୁଛି !