ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଅମିନଙ୍କ ଦ୍ବାରା ସୀମା ନିର୍ଦ୍ଧାରଣରେ ଅସନ୍ତୁଷ୍ଟ ଆବେଦନରକାରୀ,ପୁନଃ ଆବେଦନ

ସରକାରୀ ଅମିନଙ୍କ ଦ୍ବାରା ସୀମା ନିର୍ଦ୍ଧାରଣରେ ଅସନ୍ତୁଷ୍ଟ ଆବେଦନରକାରୀ,ପୁନଃ ଆବେଦନ

ଖଇରା,୦୯/୪/୨୫ – ବାଲେଶ୍ବର ଜିଲ୍ଲା ଖଇରା ତହସିଲ, ଖଇରା ଆର ଆଇ ଅଧିନ ନିଛିପୁର ମୌଜାର ଦାମୋଦର ରଣା ପିତା କ୍ଷେତ୍ରମୋହନ ରଣାଙ୍କ ନାମିତ ଖାତା ୬୯ ପ୍ଲଟ ୭୯୫ ଘରବାରି କିସମ ଜାଗାର କିଛି ଅଂଶ ତୁଷାରକାନ୍ତ ଜେନାଙ୍କ ଜବରଦଖଲରେ ଥିବା ନେଇ ମନରେ ସନ୍ଦେହ ଜାତ ହେବାରୁ ଗତ ୨୦୨୪ ମସିହାରେ ଖଇରା ତହସିଲରେ ସୀମା ନିର୍ଦ୍ଧାରଣ ନିମନ୍ତେ ଆବେଦନ କରିଥିଲେ । ଯାହାର କେସ ନମ୍ବର ୧୯/୨୦୨୪ ଅଟେ । ଉକ୍ତ କେସ ମୂଳେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଖଇରା ଆର ଆଇ ସୁବ୍ରତ ସିଂ, ତହସଲ ଅମିନ ସଞ୍ଜୀବ ସାହୁ, ସୁପରଭାଇଜର ଏବଂ ପୋଲିସ ଉପସ୍ଥିତରେ ୦୯/୮/୨୦୨୪ ରିଖରେ ମାପ ହୋଇଥିଲା । ହେଲେ କେଉଁଥି ପାଇଁ ପ୍ରକୃତ ସୀମା ନିର୍ଦ୍ଧାରଣ ହୋଇ ପାରିଲା ନାହିଁ ତାହା ଏବେବି ସନ୍ଦେହ ଘେରରେ । ସରକାରୀ ଜାଗାକୁ ଆବେଦନକାରୀର ନିଜ ଜାଗା ଦର୍ଶାଇ ଆବେଦନକାରୀର ପ୍ରକୃତ ଜାଗାକୁ ଶ୍ରୀ ଜେନାଙ୍କୁ ପ୍ରଦାନ କରାଯିବା ଭଳି ମାପ ହୋଇଥିବା ଶ୍ରୀ ରଣା ଅଭିଯୋଗ କରିଥିଲେ । କିନ୍ତୁ ସରକାରୀ ଅମିନ ଆବେଦନକାରୀ ଏବଂ ଉପସ୍ଥିତ ଗ୍ରାମବାସୀଙ୍କର କୌଣସି କଥାକୁ କର୍ଣ୍ଣପାତ ନକରି ମାପ ଠିକ୍ ହୋଇଛି ବୋଲି କହିଥିଲେ । ଅମିନଙ୍କ ଭୁଲ୍ ସୀମା ନିର୍ଦ୍ଧାରଣ ବିରୋଧରେ ଆର ଆଇଙ୍କ ଜରିଆରେ ତହସିଲଦାରଙ୍କ ନିକଟରେ ତା ୨୩/୮/୨୦୨୪ ରିଖରେ ବସନ୍ତ କୁମାର ବେଜ, ପଞ୍ଚାନନ ଜେନା, ବଳଦେବ ଗତିକୃଷ୍ଷ ଦାଶଙ୍କ ସମେତ କେତେକ ଗ୍ରାମବାସୀ ଏବଂ ଅଭିଯୋଗକାରୀ ଅଭିଯୋଗ ମଧ୍ୟ କରିଥିଲେ । ପରେ ଶ୍ରୀ ରଣା ତହସଲ କାର୍ଯ୍ଯାଳୟରୁ ଅବିକଳ ନକଲ ବାହାର କରି ଜାଣିବାକୁ ପାଇଲେ ଯେ ଅମିନ ଠିକ୍ ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରି ନାହାନ୍ତି । ବାରମ୍ବାର ଆର ଆଇ ଏବଂ ତହସଲ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ନୂତନ ତହସିଦର ଅମିତ ରଞ୍ଜନ ହୋତାଙ୍କୁ ଭେଟି ପୁନର୍ବାର ସୀମା ନିର୍ଦ୍ଧାରଣ ନିମନ୍ତେ ଆବେଦନ କରିଛନ୍ତି ଶ୍ରୀ ରଣା । ଏଥର ଯଦି ଠିକ୍ ଭାବେ ସୀମା ନିର୍ଦ୍ଧାରଣ ନହୁଏ କିମ୍ବା ନ୍ଯାୟ ନ ମିଳେ ବାଧ୍ୟ ହୋଇ କୋର୍ଟରେ ଆଶ୍ରୟ ନେବେ ବୋଲି ଆବେଦନକାରୀ ଶ୍ରୀ ରଣା ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କୁ ଯାଦବ ମହାସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ 

Sunil Chandra Nayak

ନର୍ଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ

masiha

ବସ କର୍ମଚାରୀଙ୍କୁ ମାଡ ମାରିଥ‌ିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି 

masiha

Leave a Comment

error: Content is protected !!