ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଏପ୍ରିଲ୍ ୧୨ତାରିଖରୁ ୧୪ ତାରିଖ ୩ ଦିନ ଧରି ରାଉରକେଲା ମେଫେୟାର ଭିଲେଜରେ ଆଧ୍ଯାତ୍ମିକ ଉତ୍ସବ ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ସହିତ ଆଧ୍ଯାତ୍ମିକ ଉତ୍ସବ

ଏପ୍ରିଲ୍ ୧୨ତାରିଖରୁ ୧୪ ତାରିଖ ୩ ଦିନ ଧରି ରାଉରକେଲା ମେଫେୟାର ଭିଲେଜରେ ଆଧ୍ଯାତ୍ମିକ ଉତ୍ସବ

ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ସହିତ ଆଧ୍ଯାତ୍ମିକ ଉତ୍ସବ 

ରାଉରକେଲା ୯/୪, ତ୍ରେତୟା ଯୁଗର ଭଗବାନ ଶ୍ରୀରାମଚନ୍ଦ୍ର ଓ ଭକ୍ତ ଶ୍ରୀହନୁମାନଙ୍କ ବଳିଷ୍ଠ କାହାଣୀକୁ ନେଇ ରଚିତ ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ଭକ୍ତମାନଙ୍କ ହୃଦୟକୁ ବେଶ୍ ସ୍ପର୍ଶ କରୁଥିଲା ବେଳେ ରାଉରକେଲାର ମେଫେୟାର ହକି ଭିଲେଜ ଠାରେ ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ପାଠ ସହିତ ଆଧ୍ଯାତ୍ମିକ ଉତ୍ସବ ଆୟୋଜିତ ହେବ ବୋଲି ଆଜି ମେଫେୟାର ଭିଲେଜ୍ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। କାର୍ଯ୍ୟକ୍ରମର ଆୟୋଜକ ସର୍ବଶ୍ରୀ ହରିହର ରାଉତରାୟ,ଅମିତାଭ ସାମଲ, ସୈାମ୍ୟ ପ୍ରଧାନ ଓ ସଂଗ୍ରାମ କେଶରୀ ବେହେରା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଭାରତର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ପ୍ରୟାସରେ ଏପ୍ରିଲ ୧୨ ତାରିଖ ଦିନ ଶ୍ରୀହନୁମାନ ଜୟନ୍ତୀ ଉପଲକ୍ଷେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି। ଏପ୍ରିଲ ୧୨ ଓ ୧୩ ଦୁଇ ଦିନ ମଧ୍ଯପ୍ରଦେଶର ଆଧ୍ୟାତ୍ମିକ ପ୍ରବଚକ ବ୍ରଜ କିଶୋରୀ ସରକାର, ଅନିକେତ ମହାରାଜଙ୍କ ଦିବ୍ଯ ଦରବାରରେ ଶ୍ରୀରାମ କଥା ଚରିତାମୃତ ଅନୁଷ୍ଠିତ ହେବ। ଯେଉଁଥିରେ ଭଗବାନ ରାମଙ୍କର ଅମର ଗାଥା ଜୀବନ୍ତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏପ୍ରିଲ୍ ୧୪ ତାରିଖରେ ବୃନ୍ଦାବନରୁ ଆସିଥିବା ସ୍ବାମୀ ପଦ୍ମନାଭାଚାର୍ଯ୍ଯ, ରାମାୟଣର ଏକ ଶକ୍ତିଶାଳୀ ଅଧ୍ଯାୟ ସୁନ୍ଦରକାଣ୍ଡ ପାଠ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଆଧ୍ଯାତ୍ମିକ ଉତ୍ସବରେ ଦୁବାଇ ପୋଲିସର ମେଜର ଡକ୍ଟର ଓମାର ଅଲ୍ ମର୍ଜୁକି ବିଶିଷ୍ଟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ, ଏକ ଲୋକପ୍ରିୟ ଧାରାବାହିକରେ ଭଗବାନ ରାମ ଏବଂ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ବଲିଉଡ୍ ତାରକା ଗୁରୁମୀତ୍ ଚୌଧୁରୀ ଏବଂ ଦେବିନା ବେନାର୍ଜୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମେଫେୟାର ଭିଲେଜରେ ଆୟୋଜିତ ଆଧ୍ଯାତ୍ମିକ ଉତ୍ସବ ପ୍ରତିଦିନ ସନ୍ଧ୍ୟା ୪ଟା ୩୦ରୁ ରାତ୍ର ୯ଟା ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ, ଏଥିପାଇଁ ପ୍ରାୟ ୫ହଜାର ଶ୍ରଦ୍ଧାଳୁ ଯୋଗ ଦେବେ ବୋଲି ଆଶା କରାଯାଉଛି । ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ସହିତ ଆଧ୍ଯାତ୍ମିକ ଉତ୍ସବରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦେବାକୁ ଅନୁରୋଧ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଁ ଶ୍ରୀ ଶ୍ରୀ ହନୁମାନ ଜୀୟୁ ଙ୍କ ପ୍ରତିଷ୍ଠା ଦିବସ ଉତ୍ସବ

Sunil Chandra Nayak

ଜୀବନ ଜଗନ୍ନାଥ…. ଭିନ୍ନ ଏକପରମ୍ପରା,ଭିନ୍ନ ଏକ ରଥଯାତ୍ରା

Sunil Chandra Nayak

ଧର୍ମଗଡ଼ ବ୍ଲକ ତରାପୁର ଠାରେ ରେ ମହାଭାରତ ପାରାୟଣ ଜ୍ଞାନଯଜ୍ଞ ରେ ଭକ୍ତଙ୍କ ପ୍ରବଳ ସମାଗମ

Leave a Comment

error: Content is protected !!