ତିର୍ତ୍ତୋଲ :-29/04/23:- ଗ୍ରହରାଜ ଶନିଦେବଙ୍କୁ ଶାନ୍ତି କରାଇବାକୁ ଭକ୍ତ ମାନଙ୍କ ଭିଡ ଲାଗିଯାଇଛି ଶନିଦେବ ଙ୍କ ପୀଠରେ ! ହାତରେ କଳସୀ ଧରି ସଂରକ୍ଷିତ ଜଳାଶ୍ରୟରୁ ଜଳ ବହନ କରି, ଭକ୍ତିରେ ଶନିଙ୍କ ଉପରେ ଢାଳୁଛନ୍ତୁ ଜଳ ! ମହିଳା,ପୁରୁଷ, ବାଳକ, ବାଳିକା ଓ ବୃଦ୍ଧବୃଦ୍ଧା ସାମିଲ ହେଉଛନ୍ତି ଏହି ଜଳ ଅଭିଷେକ ଉତ୍ସବରେ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କନିମୂଳ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣତୋୟା ମହାନଦୀ କୂଳରେ ଅବସ୍ଥିତ ତାସଙ୍ଗରା ବ୍ରହ୍ମପୁର ଶନି ମନ୍ଦିରରେ ଆଜି ପ୍ରବଳ ଭିଡ ଦେଖିବାକୁ ମିଳିଛି ! ଅକ୍ଷୟ ତୃତୀୟା ପରେ ଯେଉଁ ଶନିବାର ପଡେ ସେଇ ଦିନ ଶନିଦେବଙ୍କ ଅଭିଷେକ ଦିବସ ! ହିନ୍ଦୁଧର୍ମର ସଂସ୍କୃତି ଓ ଲୋକକଥା ଅନୁସାରେ ଏହି ଦିନ ଶନିଦେବଙ୍କୁ ଜଳାଭିଷେକ କଲେ ସର୍ବଗ୍ରହରିଷ୍ଟ ଖଣ୍ଡନ ହୋଇଥାଏ ! ଗତ ବର୍ଷ ପରି ଏବର୍ଷ ମଧ୍ୟ ସାହସ୍ରାଧିକ ଭକ୍ତ ଏହି ଅଭିଷେକ ମହୋତ୍ସବରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା ! ଅତି ପ୍ରଭାତରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ଅନୁଷ୍ଠାନ ତରଫରୁ କରାଯାଇଛି ବୋଲି ସୂଚନା ମିଳିଛି ! ଏହି କାର୍ଯ୍ୟକ୍ରମ ଯେପରି ଶାନ୍ତି ଶୃଙ୍ଖଳାରେ ପରିଚାଳନା ହୋଇପାରେ, ସେଥିପାଇଁ ସ୍ଥାନୀୟ କୃଷ୍ଣାନନ୍ଦପୁର ଥାନାର ସକ୍ରିୟ ସହାୟତା ଯୋଗାଇ ଦିଆଯାଇଛି ! ଏହିସବୁ କାର୍ଯ୍ୟରେ ସହଯୋଗ କରିଛନ୍ତି ପ୍ରଭାକର ମଲ୍ଲିକ, ପ୍ରଭାସ ସାହୁ, ରତ୍ନାକର ସାହୁ, ଟୁନବର ସାହୁ, ଅଜୟ କୁମାର ସାହୁ, ଅନିରୁଦ୍ଧ ସାହୁ, ଟୁକୁ ଭାଇ, ବିଶ୍ୱଜିତ ପଲେଇ, ପ୍ରଦୀପ୍ତ ନାୟକ ଏବଂ ଗ୍ରାମର ଯୁବ ବାହିନୀ !