ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗ୍ରହରାଜ ଶନିଙ୍କ ପୀଠରେ ଜଳ ଅଭିଷେକ କଲେ ଭକ୍ତ 

ତିର୍ତ୍ତୋଲ :-29/04/23:- ଗ୍ରହରାଜ ଶନିଦେବଙ୍କୁ ଶାନ୍ତି କରାଇବାକୁ ଭକ୍ତ ମାନଙ୍କ ଭିଡ ଲାଗିଯାଇଛି ଶନିଦେବ ଙ୍କ ପୀଠରେ ! ହାତରେ କଳସୀ ଧରି ସଂରକ୍ଷିତ ଜଳାଶ୍ରୟରୁ ଜଳ ବହନ କରି, ଭକ୍ତିରେ ଶନିଙ୍କ ଉପରେ ଢାଳୁଛନ୍ତୁ ଜଳ ! ମହିଳା,ପୁରୁଷ, ବାଳକ, ବାଳିକା ଓ ବୃଦ୍ଧବୃଦ୍ଧା ସାମିଲ ହେଉଛନ୍ତି ଏହି ଜଳ ଅଭିଷେକ ଉତ୍ସବରେ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କନିମୂଳ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣତୋୟା ମହାନଦୀ କୂଳରେ ଅବସ୍ଥିତ ତାସଙ୍ଗରା ବ୍ରହ୍ମପୁର ଶନି ମନ୍ଦିରରେ ଆଜି ପ୍ରବଳ ଭିଡ ଦେଖିବାକୁ ମିଳିଛି ! ଅକ୍ଷୟ ତୃତୀୟା ପରେ ଯେଉଁ ଶନିବାର ପଡେ ସେଇ ଦିନ ଶନିଦେବଙ୍କ ଅଭିଷେକ ଦିବସ ! ହିନ୍ଦୁଧର୍ମର ସଂସ୍କୃତି ଓ ଲୋକକଥା ଅନୁସାରେ ଏହି ଦିନ ଶନିଦେବଙ୍କୁ ଜଳାଭିଷେକ କଲେ ସର୍ବଗ୍ରହରିଷ୍ଟ ଖଣ୍ଡନ ହୋଇଥାଏ ! ଗତ ବର୍ଷ ପରି ଏବର୍ଷ ମଧ୍ୟ ସାହସ୍ରାଧିକ ଭକ୍ତ ଏହି ଅଭିଷେକ ମହୋତ୍ସବରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା ! ଅତି ପ୍ରଭାତରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ଅନୁଷ୍ଠାନ ତରଫରୁ କରାଯାଇଛି ବୋଲି ସୂଚନା ମିଳିଛି ! ଏହି କାର୍ଯ୍ୟକ୍ରମ ଯେପରି ଶାନ୍ତି ଶୃଙ୍ଖଳାରେ ପରିଚାଳନା ହୋଇପାରେ, ସେଥିପାଇଁ ସ୍ଥାନୀୟ କୃଷ୍ଣାନନ୍ଦପୁର ଥାନାର ସକ୍ରିୟ ସହାୟତା ଯୋଗାଇ ଦିଆଯାଇଛି ! ଏହିସବୁ କାର୍ଯ୍ୟରେ ସହଯୋଗ କରିଛନ୍ତି ପ୍ରଭାକର ମଲ୍ଲିକ, ପ୍ରଭାସ ସାହୁ, ରତ୍ନାକର ସାହୁ, ଟୁନବର ସାହୁ, ଅଜୟ କୁମାର ସାହୁ, ଅନିରୁଦ୍ଧ ସାହୁ, ଟୁକୁ ଭାଇ, ବିଶ୍ୱଜିତ ପଲେଇ, ପ୍ରଦୀପ୍ତ ନାୟକ ଏବଂ ଗ୍ରାମର ଯୁବ ବାହିନୀ !

ତିର୍ତ୍ତୋଲ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ଆବିର୍ଭାବ ଦିବସ

Sunil Chandra Nayak

୧୬ ପ୍ରହର ନାମ ଯଜ୍ଞ ମହାସମାରୋହରେ ପାଳିତ

masiha

ସ୍ବଧର୍ମ ଚେତନା ପରିବାର… ଅନନ୍ତ ଚରଣ ମହାରାଜ ଙ୍କ ଆଧ୍ୟାତ୍ମିକ ପ୍ରବଚନ ଶ୍ରୀ ହରିକଥା

Sunil Chandra Nayak

Leave a Comment

error: Content is protected !!