ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ରେ କିନ୍ନର ସମାଜର ନିଆରା ପୂଜା

ଧର୍ମଗଡ଼ରେ କିନ୍ନର ସମାଜର ନିଆରା ପୂଜା

ଧର୍ମଗଡ଼ କିନ୍ନର ସମାଜ ପକ୍ଷରୁ ନୂତନ କିନ୍ନର ସଦସ୍ୟଙ୍କ ସାମିଲ ପ୍ରକ୍ରିୟା ପାଇଁ ପାରମ୍ପରିକ ରୀତିନୀତି ଅନୁଷ୍ଠିତ

ଧର୍ମଗଡ଼:କିନ୍ନର (ତୃତୀୟ ଲିଙ୍ଗୀ) ସମାଜର ଏକ ସ୍ୱତନ୍ତ୍ର ସାମାଜିକ ବ୍ୟବସ୍ଥା ରହିଛି। ଯେତେବେଳେ ଜଣେ ନୂତନ ସଦସ୍ୟ ଏହି ସମାଜରେ ଯୋଗ ଦିଅନ୍ତି, ସେମାନଙ୍କୁ ସଙ୍ଗେ ସଙ୍ଗେ ଗ୍ରହଣ କରାଯାଏ ନାହିଁ। ସେମାନଙ୍କ ସାମାଜିକ ରୀତିନୀତି ଓ ପରମ୍ପରା ଅନୁଯାୟୀ, ନୂତନ ସଦସ୍ୟଙ୍କୁ ୨୧ ଦିନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର କୋଠରୀରେ ଅଲଗା (ଆଇସୋଲେସନ) କରି ରଖାଯାଏ। ଏହି ୨୧ ଦିନ ଧରି ସେମାନଙ୍କ ଆରାଧ୍ୟ ଦେବୀ ମା’ ମଙ୍ଗଳମୁଖୀଙ୍କ ନିକଟରେ କ୍ରମାଗତ ଭାବେ ପୂଜାର୍ଚ୍ଚନା କରାଯାଇଥାଏ।

ଏହି ୨୧ ଦିନର ରୀତିନୀତି ସମାପ୍ତ ହେବା ପରେ, ସମଗ୍ର ଅଞ୍ଚଳର କିନ୍ନରମାନେ ଏକ ମହାପୂଜା ଉତ୍ସବ ପାଇଁ ଏକତ୍ରିତ ହୁଅନ୍ତି। ଏହି ପୂଜା ପରେ ହିଁ ନୂତନ ସଦସ୍ୟଙ୍କୁ ଆନୁଷ୍ଠାନିକ ଏବଂ ବୈଧ ଭାବେ କିନ୍ନର ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଏ।

ଧର୍ମଗଡ଼ କିନ୍ନର ସମାଜକୁ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ପାଇଁ ଆଜି ସଦସ୍ୟମାନଙ୍କ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଇଥିଲା। ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ସେମାନେ ନାଚଗୀତ କରି ମା’ ଭଣ୍ଡାରଘରଣୀଙ୍କ ମନ୍ଦିରକୁ ଯାଇଥିଲେ, ସେଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ।

କିନ୍ନର ସମାଜର ଏହି ଅନନ୍ୟ ପରମ୍ପରା ପିଢ଼ି ପିଢ଼ି ଧରି ଚାଲିଆସୁଛି। ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସାଧାରଣତଃ ସମାଜରେ କିନ୍ନର ସମ୍ପ୍ରଦାୟକୁ ନେଇ ବିଭିନ୍ନ ପ୍ରକାର ଧାରଣା ରହିଥାଏ। ତେବେ ସମାଜର ମଙ୍ଗଳ ଓ ଶାନ୍ତି କାମନା କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ କିନ୍ନର ସମ୍ପ୍ରଦାୟ ପକ୍ଷରୁ ଏହି ନିଆରା ପୂଜାର୍ଚ୍ଚନା। ସ୍ଥାନୀୟ ଲୋକଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ଶୋଭାଯାତ୍ରା ସହ ପୂଜା କରିଛନ୍ତି କିନ୍ନରମାନେ। ସମାଜର ମୁଖ୍ୟ ସ୍ରୋତରୁ ଅନେକ ସମୟରେ ଦୂରେଇ ରହୁଥିବା କିନ୍ନର ସମ୍ପ୍ରଦାୟଙ୍କର ଏକ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି ସହରରେ।

Related posts

India clinches triumphant victory in IDCA hosted ODI Deaf Series against Australia.

masiha

ପରିବହନ ବିଭାଗର ବରିଷ୍ଠ ମୋଟର ଯାନ ନିରୀକ୍ଷକ (ଏମ୍.ଭି.ଆଇ) ଇଂ. ରାଜ କୁମାର ବେହେରା ଅବସର ଗ୍ରହଣ ସମ୍ବର୍ଦ୍ଧନା 

ବସୁଧାରେ ପ୍ରଯ୍ୟାପ୍ତ ପାଣି ନ ମିଳିବାରୁ ଚିଚିଆ ସରପଞ୍ଚଙ୍କ ବିକଳ୍ପ ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!