ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଳରାମପୁରୁ ଘରପୋଡି ବିପନ୍ନଙ୍କୁ ସାଂସଦ ଵୈଜୟନ୍ତଙ୍କ ସହାୟତା

ବଳରାମପୁରୁ ଘରପୋଡି ବିପନ୍ନଙ୍କୁ ସାଂସଦ ଵୈଜୟନ୍ତଙ୍କ ସହାୟତା

ରାଜନଗର-29.10.024 ସାଂସଦ ହେଵତ ଏମିତି ଯିଏକି ସୁଖ ଦୁଃଖର ସାଥି ହୋଇ ପାଖରେ ଛିଡା ହେଉଥିବ ସେ ହେଉଛନ୍ତି ଵିଜେପି ଆଦର୍ଶ ଦଳର ସାଂସଦ ବୈଜୟନ୍ତ ଜୟପଣ୍ଡା।ଯାହାକୁ ପାଇ କେନ୍ଦ୍ରାପଡା ଲୋକସଭା ମଣ୍ଡଳୀ ଜନସାଧାରଣ ଗର୍ବିତ।ଯେତେଵେଳେ ଦାଦନ ଖଟିବାକୁ ଲୋକମାନେ ସୁଦୂର ଵିଦେଶ ଯାଇ ନିର୍ଯ୍ୟାତନାର ଶିକାର ହୋଇ ବିପଦରେ ପଡିଥାନ୍ତି,ମା ଆଖିରୁ ଲୁହ ଝରୁଥାଏ ପିଲାକୁ ଫେରି ପାଇବାକୁ,ସେତେବେଳେ ଏହି ପଣ୍ଡା ବାବୁ ବିଦେଶରୁ ଦୁଃଖିନୀ ମାର ପିଲାମାନଙ୍କୁ ଫେରାଇ ଆଣି ମା ଆଖିରୁ ଲୁହ ପୋଛି ଦେଇ ହସଫୁଟାଇ ଥାଏ,ଏତିକି ନୁହେ ଵାତ୍ୟା,ବନ୍ୟା ସଵୁ କ୍ଷେତ୍ରରେ ଠିଆ ହୋଇ ଆସୁଛନ୍ତି ଦରଦ ମଣିଷ ଵୈଜୟନ୍ତ।ଏହି ସେବା ମନୋବୃତି ନେଇ ବାତ୍ୟା ଦାନାର ଖବର ପାଇ ସ୍ଥଳ ପଥରେ ଆସି ବାତ୍ୟାଞ୍ଚଳ ପରିଦର୍ଶନ କରି ଫେରିଥିଲେ।ଗତକାଲି ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଧାନ ଵିଲ ଘର ଭାଙ୍ଗା ଏପରି ଵହୁ ଅଭାବନୀୟ ଦୃଶ୍ୟ ଦେଖିବା ସହ ଜାଣିବାକୁ ପାଇଲେ ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତ ବଳରାମପୁରୁ ଗାଁର ବାବୁଲି ବେହେରାଙ୍କ ଘର ପୋଡିଯାଇଛି। ଦୁଃଖ ପସରାକୁ ସାଉଁଟୁଥିବା ମଣିଷର ମନମାନିନଥିଲା ସେ ସହାୟତା ଦେଵାକୁ ହାତ ବଢାଇଥିଲେ।ରାଜନଗର ନିର୍ଵାଚନ ମଣ୍ଡଳୀର ଵିଜେପି ପ୍ରଭାରୀ ଶ୍ରୀ ସୁନାକର ପ୍ରଧାନ,31ନମ୍ବର ଜୋନ ନେତା ରାଜୀବ ଲୋଚନ ନାୟକ ଓ ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାଉତଙ୍କ ମାଧ୍ୟମରେ ସାସଂଦ ଵୈଜନ୍ତ ପଣ୍ଡା ପଠାଇଥିବା ଅର୍ଥ ରାସିକୁ ଘରପୋଡିରେ ବିପନ୍ନ ବାବୁଲାକୁ ଆଜି ପ୍ରଦାନ କରା ଯାଇଥିଲା,ଏହି କାର୍ଯ୍ୟକ୍ରମରେ ପ୍ରମୋଦ ଦାସ,ଦିପୁ ସେଠି,ଶ୍ରୀଧର ପ୍ରଧାନ,ସମେତ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଖଇରା କଲେଜ ସଂସ୍କୃତ ବିଭାଗର ଆୟୁର୍ବେଦ ଭୂମିକା ପାଠଚକ୍ର ଅନୁଷ୍ଠିତ

masiha

୧୧୮ତମ ସାମୁହିକ ଜନ୍ମଦିବସ ପାଳନ 

Sunil Chandra Nayak

ଜୀବନ ଚାଲିଗଲା ହେଲେ ପୋତି ଥିବା ଟଙ୍କା ମିଳିଲା, ଆଉ କିଛି ଥିବା ନେଇ ଆଶାରେ ପରିବାର ଲୋକେ 

masiha

Leave a Comment

error: Content is protected !!