ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଢେ଼ଙ୍କାନାଳ (ମ ସୀ ହା)ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା (ରିଜିଓନାଲ ଇନିସିଆଟିଭ ଫର ସେକସୁଆଲ ହେଲଥ ଫର ଟୁଡେଜ ଆଡଲୋସେନ୍ଟ) ଟିମ୍ ପକ୍ଷରୁ ଆଜି କମଳାଙ୍ଗ ଗ୍ରାମପଂଚାୟତରେ ଏକ ସଚେତନତା ଅଧିବେଶନ ଆୟୋଜନ ସହିତ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ହୋଇଯାଇଛି । କିଶୋରୀ ଏବଂ ମା ମାନଙ୍କର ଋତୁସ୍ରାବ ଜନିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ବିଷୟରେ ସଚେତନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ ଥିଲା ।

ମେ ୨୮ ତାରିଖରେ ଋତୁସ୍ରାବ ସ୍ୱଚ୍ଛତା ଦିବସ ଏବଂ ଚଳିତ ବର୍ଷର ବିଷୟବସ୍ତୁ ‘‘ଋତୁସ୍ରାବ ମିତବ୍ୟୟୀ ବିଶ୍ୱ ପାଇଁ ଏକତ୍ରିତ ହେବା ’’ ଶୀର୍ଷକ ସହ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ସୁରକ୍ଷିତ ଋତୁସ୍ରାବ ଏବଂ ଏହାର ପରିଚାଳନା ଉପରେ ଗୁରୁତ୍ୱାରୋପ ପ୍ରଦାନ କରୁଛି ।ଏହି ସଚେତନତା ଅଧିବେଶନରେ କମଳାଙ୍ଗ ଗ୍ରାମ ପଂଚାୟତର ୧୦ରୁ ୧୯ ବର୍ଷର ବାଳିକା ଏବଂ ମା ମାନେ, ଅଙ୍ଗନବାଡ଼ି କର୍ମୀ, ଆଶା, ଏଏନଏମ ଏବଂ ସୁପରଭାଇଜରଙ୍କ ସମେତ ୭୦ ଜଣ ଅଂଶଗ୍ରହଣ କରିଥିଲେ । ରିସ୍ତାରେ ଯୋଗ ଦେବା ପରେ ଋତୁପର୍ଣ୍ଣା ନାୟକ ଓ ମନୀଷା ନାୟକଙ୍କ ଭଳି ଯୁବ ପରିବର୍ତନକାରୀ ନିଜର ଅନୁଭୂତି ବାଂଟିଥିଲେ ଯାହା ସେମାନଙ୍କ ଅଂଚଳର ଅନ୍ୟ ମହିଳାମାନଙ୍କୁ ପ୍ରଭାବିତ କରିପାରିଛି ।

ଟାଟା ଷ୍ଟିଲର ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟକ୍ଷମ ପ୍ଳାଣ୍ଟ ପାଶ୍ୱବର୍ତୀ ଗ୍ରାମଞ୍ଚଳରେ ରିସ୍ତା ପ୍ରକଳ୍ପ ଦ୍ୱାରା କିଶୋର ଓ ଯୁବ ଦମ୍ପତି ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷିତ କରାଯାଉଛି, ଯେଉମାନେ ଏହି ସ୍ୱାସ୍ଥ୍ୟସେବା ଅଭିଯାନକୁ ଆଗକୁ ନେଇ ପାରିବେ । ଏହାର ଉଦ୍ଦେଶ୍ୟ ହେଉଛି କିଶୋରୀ ମାନଙ୍କର ସ୍ୱାସ୍ଥ୍ୟ ସେବା ସମସ୍ୟା ବିଶେଷକରି ପ୍ରଜନନ ଏବଂ ଯୌନ ସ୍ୱାସ୍ଥ୍ୟ ଯାହା ଫଳରେ ବିବାହ ବୟସ ବିଳମ୍ବିତ ହୋଇଥାଏ ତାହାର ସମାଧାନ କରିବା ଏବଂ ଯୁବପିଢ଼ିଙ୍କୁ ନେତୃତ୍ୱ ଶିବିର ଅନୁଭୂତି ପ୍ରଦାନ କରିବା ଏବଂ ଅନ୍ୟାନ୍ୟ ଜୀବନ-କୌଶଳ ନିୟୋଜନ ଅନୁଭବ କରିବାକୁ ସକ୍ଷମ କରିବା ସହ ସେମାନଙ୍କୁ ଜୀବନରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବାରେ ସଶକ୍ତ କରିବ ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲା ରେ ମାଳମାଳ ସାମ୍ବାଦିକ : ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ

Sunil Chandra Nayak

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

masiha

ଶ୍ରଦ୍ଧା ପକ୍ଷରୁ ଟିପିଡବ୍ଲୁଓଡିଏଲ୍ ସହଯୋଗରେ ଭିନ୍ନକ୍ଷମଙ୍କ ପାଇଁ ଥେରାପି ଅନ୍ ହୁଇଲ୍ସ ଉଦ୍ଘାଟିତ

Leave a Comment

error: Content is protected !!