ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ବରେଣ୍ୟ ସଂପାଦକଙ୍କୁ ସମ୍ବର୍ଧନା ପ୍ରଦାନ 

ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ବରେଣ୍ୟ ସଂପାଦକଙ୍କୁ ସମ୍ବର୍ଧନା ପ୍ରଦାନ 

କଟକ : ସାଂସ୍କୃତିକ ସଂଗଠନ ସରସ୍ବତୀ କଳା ପରିଷଦ କନ୍ଦରପୁର କଟକ ସଦରର ବରେଣ୍ୟ ସମ୍ପାଦକ ନାଟ୍ୟକାର ସାରସ୍ଵତ ସାଧକ ପ୍ରଣମ୍ୟ ଗୁରୁ ଆଶୋକ କୁମାର ପଟ୍ଟନାୟକଙ୍କୁ କଳା କ୍ଷେତ୍ରରେ ସଫଳତା ନେଇ ଜିଲ୍ଲା କଳା ବିକାଶ କେନ୍ଦ୍ର ଜଗତସିଂହପୁର ପକ୍ଷରୁ ଅନୁଷ୍ଟିତ ହୋଇଥିବା ବାର୍ଷିକ ଉତ୍ସବ ଓ ରାଜ୍ଯ ସ୍ତରୀୟ ସମ୍ବର୍ଧନା ପର୍ବରେ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ନାଟ୍ୟ ନିର୍ଦ୍ଦେଶକ,ଲୋକପ୍ରିୟ ଅଭିନେତା, ସାହିତ୍ୟିକ ତଥା କଳାର ପୂଜାରୀ ଗୁରୁ ଆଶୋକ କୁମାର ପଟ୍ଟନାୟକ ଜୀ କଳା,ସାହିତ୍ୟ,ସଂସ୍କୃତି ଓ ସମାଜସେବା,ପରିଷଦ ମାଧ୍ୟମରେ ଗ୍ରାମାଞ୍ଚଳ ପ୍ରତିଭାଙ୍କ ବିକାଶ,ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ,ପୂଜ୍ୟପୂଜା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ନେଇ ରାଜ୍ଯ ସ୍ତରୀୟ ଓ ଜାତୀୟ ସ୍ତରୀୟ ସମ୍ମାନ ଲାଭ କରିଛନ୍ତି । ତାଙ୍କ ଏହି ମହା ସଫଳତା ନେଇ ସମଗ୍ର କଟକ ସଦର ଓ ସହର ଅଂଚଳରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କୁଁଡୁଖ୍ ଭାଷା ଓ ବନ୍ନା ଲିପି କୁ ସାଂବିଧାନିକ ମାନ୍ୟତା ଦାବି କରି ବିଶାଳ ରାଲି ୯ରେ

masiha

ସର୍ଟ ସର୍କିଟ ଲାଗି ଘରେ ଲାଗିଲା ନିଆଁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ

masiha

ଛେଣ୍ଡ ସ୍ଥିତ ନୋ ପ୍ରେସକିପସନ ପଏଣ୍ଟରେ ନିଃଶୁଳ୍କ ସ୍ବାସ୍ଥ୍ୟ ପରାମର୍ଶ କର୍ମଶାଳା ଆସନ୍ତା ୧୬ ରୁ….

masiha

Leave a Comment

error: Content is protected !!