ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ତହସିଲ ଅନ୍ତର୍ଗତ ତେନ୍ତୁଳିଡିହି ସ୍କୁଲ ଖେଳ ପଡିଆରେ ପ୍ରୟାନ ଓଡିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ତରଫରୁ ୨୪ ଲକ୍ଷ ଟନ ଲୌହ ଉତ୍ପାଦନ ପ୍ଳାଣ୍ଟ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ 

କୋଇଡା ତହସିଲ ଅନ୍ତର୍ଗତ ତେନ୍ତୁଳିଡିହି ସ୍କୁଲ ଖେଳ ପଡିଆରେ ପ୍ରୟାନ ଓଡିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ତରଫରୁ ୨୪ ଲକ୍ଷ ଟନ ଲୌହ ଉତ୍ପାଦନ ପ୍ଳାଣ୍ଟ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ 

କୋଇଡା – ୧୪/୦୨ // ସୁନ୍ଦରଗଡ଼ ଜିଲ୍ଲା କୋଇଡା ତହସିଲ ଅନ୍ତର୍ଗତ ତେନ୍ତୁଳିଡ଼ିହି ଠାରେ ଥିବା ପ୍ରୟାନ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ପ୍ରସ୍ତାବିତ ବାର୍ଷିକ ୨୪ ଲକ୍ଷ ଟନ କ୍ଷମତା ବିଶିଷ୍ଠ ଲୁହାପଥର ବେନିଫିକେସନ୍ ପ୍ଲାଣ୍ଟ୍ ର ସ୍ଥାପନା ନିମନ୍ତେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ ତେନ୍ତୁଳିଡ଼ିହି ଗ୍ରାମ ସ୍ଥିତ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନଶୁଣାଣୀ ରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ , ବଣାଇଁ ଉପଜିଲ୍ଲାପାଳ ଆଇ ଏ ଏସ ଅକ୍ଷୟ ପିଲେ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକ , କୋଇଡା ତହସିଲଦାର ଆଶୀଷ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଜନଶୁଣାଣୀ ରେ ଅଂଚଳ ର ଜନ ପ୍ରତିନିଧି ଙ୍କ ସମେତ ନିକଟସ୍ଥ ଗ୍ରାମ ର ୪୩ ଜଣ ଗ୍ରାମବାସୀ ଯୋଗ ଦେଇ ନିଜର ମତାମତ ପ୍ରଦାନ କରିବା ସହିତ ପ୍ରୟାନ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ର ଏହି ପ୍ରକଳ୍ପ କୁ ସମର୍ଥନ ଜଣାଇଥିଲେ ।ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଜନ ପ୍ରତିନିଧି ମାନେ ଅଞ୍ଚଳବାସୀଙ୍କ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ସ୍ଥାନୀୟ ଜନସାଧାରଣ ଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି,ରାସ୍ତାର ମରାମତି ଓ ଉନ୍ନତି କରଣ, ପାନୀୟ ଜଳ ଯୋଗାଣ, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ସେବା ନିମନ୍ତେ ଆମ୍ବୁଲାନ୍ସ ଯୋଗେଇଦେବା ପାଇଁ ଗ୍ରାମବାସୀ ମାନେ ଦାବୀ ଉପସ୍ଥାପନ କରିଥିଲେ ।ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ସମସ୍ତ ଦାବିକୁ ପୂରଣ କରାଯିବ ବୋଲି ପ୍ରୟାନ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ ର ଆର ଆର ନାୟକ ପ୍ରତିଶ୍ରୁତି ଦେଇଥିଲେ । ଏହି ଜନଶୁଣାଣୀ ରେ ଅଞ୍ଚଳର ୫୦୦ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିଲେ । ପିଟିଏ ଖଣି କମ୍ପାନୀ ପକ୍ଷରୁ ଟଙ୍କଧର ବେହେରା ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ର ସୁପରିଚାଳନା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସିଆର୍‌ପିଏଫ୍ ତରଫରୁ ଜନ ସଂପର୍କ ଶିବିର

Sunil Chandra Nayak

ରାଜ୍ୟ ବି ଜେ ପି ସରକାର ଶ୍ରମିକ ଙ୍କ କାର୍ଯ୍ୟ ଦିବସକୁ ୮ ରୁ ୧୨ ଘଣ୍ଟା କୁ ବୃଦ୍ଧି କରିବା ନିଷ୍ପତ୍ତି ବିରୁଦ୍ଧରେ ଏନ୍ ଏସ ପି ସି ଏଲ୍ ଓରକର୍ସ ୟୁନିୟନର ବିକ୍ଷୋଭ, ପ୍ରତ୍ୟାହାର ପାଇଁ ଦାବି

Sunil Chandra Nayak

ଘୁମୁରାର ତାଳେ ତାଳେ ଦୁଲୁକିଵ ମା ଲଙ୍କେଶ୍ୱରୀ ମଞ୍ଚ

masiha

Leave a Comment

error: Content is protected !!