ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ କିଣା ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ କୃଷକ ସଭାର ଦାବୀ 

ଧାନ କିଣା ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ କୃଷକ ସଭାର ଦାବୀ 

ଜଳେଶ୍ଵର,୨୬/୩(ମନିସ)-ରବି ଚାଷୀଙ୍କ ପଞ୍ଜୀକରଣ ଅବଧି ଶେଷ ହେଲା। କିନ୍ତୁ ବହୁ ଚାଷୀ ଧାନ ବିକ୍ରି ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରି ନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି।ଏହି ସଙ୍ଗୀନ ପରିସ୍ଥିତିକୁ ଅନୁଭବ କରି ଓଡ଼ିଶା କୃଷକ ସଭାର ଜଳେଶ୍ଵର ବ୍ଲକ କମିଟି ତରଫରୁ ପଞ୍ଜୀକରଣ ଅବଧି ବୃଦ୍ଧି କରିବା ନିମନ୍ତେ ଜଳେଶ୍ଵର ତହସିଲଦାରଙ୍କ ଜରିଆରେ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

     ସୂଚନା ଥାଉକି ସୋସାଇଟିରେ ଧାନ ବିକ୍ରି ପାଇଁ ରବି ଚାଷୀଙ୍କ ନାମ ପଞ୍ଜୀକରଣ ନିମନ୍ତେ ସରକାର ମାର୍ଚ୍ଚ ୨୫ ତାରିଖକୁ ଶେଷ ତାରିଖ ଭାବରେ ଧାର୍ଯ୍ୟ କରିଥିଲେ। ବହୁ ଚାଷୀ ସୋସାଇଟି ସମ୍ମୁଖରେ ଦିନ ରାତି ଧାଡ଼ିରେ ଛିଡ଼ା ହୋଇ ମଧ୍ଯ ନିଜ ନାମ ପଞ୍ଜୀକରଣ କରିବାରେ ବିଫଳ ହୋଇଛନ୍ତି।ଏହାର ପ୍ରମୁଖ କାରଣ ହେଲା ସମୟ ସୀମା କମ୍ ରହିବା। ଦ୍ବିତୀୟରେ ଅଧିକାଂଶ ସମୟରେ ନେଟୱାର୍କ ନଥିବା ହେତୁ ପଞ୍ଜୀକରଣ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଲା। ତୃତୀୟରେ ଲିଗାଲ୍ ହେୟାର ସାର୍ଟିଫିକେଟ ଯୋଗାଡ଼ କରି ଠିକ୍ ସମୟରେ ଦେଇ ନପାଇବା ହେତୁ ବହୁ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ଫଳରେ ରବି ଋତୁରେ ଯେଉଁମାନେ ଧାନ ଚାଷ କରନ୍ତି ସେମାନଙ୍କ ଭିତରେ ନୈରାଶ୍ୟ ସୃଷ୍ଟି ହୋଇଛି। କାରଣ ସରକାରୀ ଦରରେ ଧାନ ବିକ୍ରୟ କରିନପାରିଲେ ସେମାନେ ଚାଷରେ ବହୁ କ୍ଷତି ସହିବା ସହିତ ଋଣ ଯନ୍ତାରେ ପଢ଼ିବେ। ଏଣୁ ସରକାର ଏହି ପଞ୍ଜୀକରଣ ଅବଧିକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ସହିତ ଲିଗାଲ ହେୟାର ସାର୍ଟିଫିକେଟ କ୍ଷେତ୍ରରେ ଖରିଫ ଚାଷ ଭଳି କେବଳ ସ୍ବ ଲିଖିତ ଘୋଷଣାନାମା ନେଇ ପଞ୍ଜୀକରଣ କରିବା ପାଇଁ ଓଡ଼ିଶା କୃଷକ ସଭା ପକ୍ଷରୁ ଦୃଢ଼ ଦାବୀ ଉପସ୍ଥାପନ କରାଯାଇଛି। ଦାବୀପତ୍ର ଦେବା ସହିତ କୃଷକ ସଭାର ଏକ ପ୍ର ନିଧି ଦଳ ଜଳେଶ୍ଵର ତହସିଲଦାରଙ୍କ ସହିତ ଏ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ପଞ୍ଜୀକରଣ ଅବଧି ବୃଦ୍ଧି କରାନଗଲେ କୃଷକ ସଭା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ରାଜ୍ୟ ସଭାପତି ସୀତାଂଶୁ ସେନାପତି,ଜିଲ୍ଲା ସମ୍ପାଦକ ଦିଲ୍ଲୀପ କୁମାର ଗିରି, ବ୍ଲକ ସଭାପତି ରବୀନ୍ଦ୍ର କୁମାର ବାରିକ ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

 

Related posts

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ଆସନ୍ତା ଅକ୍ଟୋବର ୪ ତାରିଖ “ଧର୍ମଗଡ ଉପଖଣ୍ଡ ବନ୍ଦ ଡାକରା” ଦେଲା କ୍ରିୟାନୁଷ୍ଠାନ କମିଟି

masiha

ନାବରା ମହିଳା ମହାବିଦ୍ୟାଳୟ ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ

masiha

ଜିଲ୍ଲା ଟପର ହେଲେ ଅନିକେତ

masiha

Leave a Comment

error: Content is protected !!