ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ ଡ଼ହ ଏସଡିଓ

ଭିଜିଲାନ୍ସ ଜାଲରେ ଡ଼ହ ଏସଡିଓ

ଭଞ୍ଜନଗର,୨୬/୩ ଆୟ ବ‌ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭଞ୍ଜନଗର ଡହ ଜଳସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।ଭିଜିଲାନ୍ସର ୩ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ କର୍ମଚାରୀ ମିଳିତ ଭାବେ, ବ୍ରହ୍ମପୁର ଭିଜିଲାନ୍ସ ବିଶେଷ ନ୍ୟାୟାଧୀଶଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବସନ୍ତ ବିହାର ସ୍ଥିତ ତାଙ୍କ ବାସଗୃହ, ଭଞ୍ଜନଗର ସରକାରୀ କାର୍ଯାଳୟ, ସରକାରୀ ବାସଭବନ,ପୋଲସରା ସ୍ଥିତ ପୈତୃକ ଘର ସହ ବ୍ରହ୍ମପୁରର ଜଣେ ଆତ୍ମୀୟଙ୍କ ଘରେ ଚଢ଼ାଉ କରିଛନ୍ତି । ଚଢାଉ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା ଙ୍କ ଘରୁ ନଗଦ ୧୮ ଲକ୍ଷ ୯୦ ହଜାର ଟଙ୍କା ମିଳିଛି।ଯେଉଁଥିରେ ବ୍ରହ୍ମପୁର ବାସଭବନରୁ ୧୫.୧୩ ଲକ୍ଷ ଟଙ୍କା ଠାବ କରାଯାଇଥିବା ବେଳେ ଭଞ୍ଜନଗର ସରକାରୀ ବାସଭବନରୁ ୩ ଲକ୍ଷ ୭୨ ହଜାର ଟଙ୍କା ଠାବ କରାଯାଇଛି। ସେହିଭଳି ବ୍ରହ୍ମପୁର ସହରରେ ବାବୁଙ୍କ ଗୋଟିଏ ବହୁତଳ କୋଠା ସହ ୫ଟି ପ୍ଲଟ୍‌ ରହିଛି। ଏହା ସହ ୫୭ ଲକ୍ଷର ଗୋଟିଏ କଂକ୍ରିଟ୍‌ ମିକ୍ସର ମେସିନ୍‌ ଓ ୩୭ ଲକ୍ଷ ଟଙ୍କାର ଗୋଟିଏ ଜେସିବି କୁ ମଧ୍ୟ ଭିଜିଲାନ୍ସ ଠାବ କରିଥିବା ବେଳେ ଘରୁ ଗୋଟିଏ କାର୍,୩ଟି ବାଇକ୍ ମଧ୍ୟ ଠାବ କରାଯାଇଛି। କେବଳ ଏତିକି ନୁହେଁ, ତାଙ୍କ ଘରୁ ପୁଳାପୁଳା ସୁନା ଗହଣା ମଧ୍ୟ ମିଳିଛି। ବ୍ୟାଙ୍କ, ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ଆର୍ଥିକ ନିବେଶ ବିଷୟରେ ଯାଞ୍ଚ କରାଯାଉଛି। ତାଙ୍କ କାର୍ଯ୍ୟାଳୟ ସମେତ ବାସଭବନରୁ ଜରୁରି କାଗଜପତ୍ର, କମ୍ପ୍ୟୁଟର ହାର୍ଡ ଡିସ୍କ ଆଦି ଭିଜିଲାନ୍ସ ଟିମ୍ ସଂଗ୍ରହ କରିଛି। ପ୍ରକାଶ ଥାଉକି, ଶ୍ରୀ ବେହେରା ୨୦୨୨ ମସିହାରୁ ଭଞ୍ଜନଗରରେ କାଯ୍ୟରତ ଅଛନ୍ତି।

Related posts

ଡାକ୍ତରଙ୍କୁ ଲୁଟ ଘଟଣାରେ  ଜଣେ ଡାକ୍ତର ସମେତ ସହଯୋଗୀ ଲୁଟେରା ଗରିଫ

Sunil Chandra Nayak

ତିରିଂ ପୋଲିସର ସଫଳତା ! ଦେଓଗାଁ ର ବହୁ ଚର୍ଚ୍ଚିତ ମହିଳା ସୁହାଗି ଗଇପାଇ ହତ୍ଯାକାଣ୍ଡର ମୁଖ୍ୟ ଆସାମୀ ସ୍ବାମୀକୁ ବାନ୍ଧିଲା ପୋଲିସ

Sunil Chandra Nayak

Big breaking –  ମାଓବାଦୀ ଙ୍କ ତାଣ୍ଡବ ,ଜାଳି ଦେଲେ ଜେସିପି

masiha

Leave a Comment

error: Content is protected !!