ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୦୯/୭/୨୪- ସାହିତ୍ୟ ସାଧନା ଛୋଟିଆ କଥା ନୁହେଁ, ନିଜର ଆତ୍ମ ସନ୍ତୋଷ ଓ ଖୁସି ପାଇଁ ସାହିତ୍ୟ ଲେଖିବା ଓ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ହେଉଥିବା ଗଦ୍ୟ ଏବଂ ପଦ୍ଯ ପ୍ରତିଯୋଗିତାରେ ଭାଗ ନେବା ଜଣେ ସାରସ୍ୱତ ସାଧିକା/ସାଧକ ପାଇଁ ଅତ୍ୟନ୍ତ ଖୁସି ଓ ଗୌରବର କଥା । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ହ୍ବାର୍ଟସ୍ଅପ୍ ଗୃପ୍ ରେ ଗତ ତା ୩୦/୬/୨୪ ରିଖ ରବିବାର ଅନୁଷ୍ଠିତ ହୋଇଥିଲା କବିତା ପ୍ରତିଯୋଗିତା । ଶୀର୍ଷକ ଥିଲା ” ହସୁଛି ମାଳିକା କାନ୍ଦୁଛି ବେଦ ” । ଏଥିରେ ବିଭିନ୍ନ ସ୍ଥାନରୁ ଇଚ୍ଛୁକ ସାହିତ୍ୟ ବନ୍ଧୁମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ (୧) ଅପରାଜିତା ପରିଡା, କୁଜଙ୍ଗ, ଜଗତସିଂହପୁର (୨) ଅପରାଜିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା (୩) ଅଭିପ୍ସା ପ୍ରିୟଦର୍ଶିନୀ, ଜଟଣୀ, ପୁରୀ (୪) ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା (୫) ଅବନ୍ତି ପଣ୍ଡା, ଜଗତସିଂହପୁର (୬) ଅଶୋକ କୁମାର ପତି, ଖଙ୍କିରା, ଢେଙ୍କାନାଳ (୭) ରଶ୍ମିତା ନାୟକ, ଜଗତସିଂହପୁର (୮) ଗୋଲାପ କୁମାରୀ ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା (୯) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୧୦) ଡ. ଚପଳା ପଣ୍ଡା, ଖୋର୍ଦ୍ଧା (୧୧) ଜୟନ୍ତୀ ଓଝା, ଧର୍ମଶାଳା, ଯାଜପୁର (୧୨) ଗୀତା ମଞ୍ଜରୀ ସାହୁ, ମୁଣ୍ଡିମରା, ବରପଦା, ଭଦ୍ରକ (୧୩) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଆସିକା ଗଞ୍ଜାମ (୧୪) ଜ୍ଯୋତିର୍ମୟୀ ଦାଶ, ଗୁଣୁପୁର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା (୧୫) କାନ୍ତିଲତା ଷଡ଼ଙ୍ଗୀ, ଜନାର୍ଦ୍ଦନପୁର, ଲେଣ୍ଡୁରା, କଟକ (୧୬) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୭) ଗୀତାଞ୍ଜଳି ପୃଷ୍ଟି, ଗତିରାଉତ ପାଟଣା, କଟକ (୧୮) ଲୀଳାମୟୀ ଦାଶ, ଧନିଆପଡା, କେନ୍ଦ୍ରାପଡା ପ୍ରମୁଖ ।        ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ ଯାଜପୁରର କବୟିତ୍ରୀ ସରସ୍ୱତୀ ପଣ୍ଡା । ତାଙ୍କ ସମୀକ୍ଷାରୁ ଅବନ୍ତି ପଣ୍ଡା ପ୍ରଥମ, ସୁକାନ୍ତି ସ୍ବାଇଁ ଦ୍ବିତୀୟ ଓ ରଞ୍ଜୁଲତା ପାଢ଼ୀଙ୍କୁ ମିଳିଛି ତୃତୀୟ ସ୍ଥାନ । ଉକ୍ତ ୩ ଜଣଙ୍କୁ ଡିଜିଟାଲ ପ୍ରମାଣ ପତ୍ର ଓ ମାନପତ୍ର ଦେଇ ଚଳିତ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । ଅନୁରୋଧ ଉପସ୍ଥିତ ରହି ନିଶ୍ଚୟ ଗ୍ରହଣ କରିବା ହେବେ । ଏଥିସହିତ ଉପସ୍ଥିତ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ । ସ୍ଥାନ ମିଳିବା ନ ମିଳିବା ବଡ଼ କଥା ନୁହେଁ ତେଣୁ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଲେଖା ଜାରି ରଖିବା ନିମନ୍ତେ ପରାମର୍ଶ ଦେଇଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସମ୍ମାନିତ ଉତ୍ସବ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ , ବିଷ୍ଣୁ ଚରଣ ସ୍ୱାଇଁ ସମ୍ମାନିତ 

masiha

ଅସହାୟ ଲୋକ ମାନଙ୍କୁ ଭେଟି ସମବେଦନା ଜଣାଇଲେ ବିଜେଡି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା 

सामाजिक कार्यकर्ता बासुदेव पात्र

masiha

Leave a Comment

error: Content is protected !!