ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ 

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ 

      ଡାବୁଗାଁ, ୨୮/୧୦ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୋମବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଭିଡିଓ କନଫରେନ୍ସି ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦବୋଧନ ଦେଇ ଶପଥ ପାଠ କରାଇଥିଲେ | ପରେ ବିଡିଓ ଶରତ ମାଝି ନିଜ ମନ୍ତବ୍ୟରେ ଯେତେବେଳେ ଦେଶରେ ଅର୍ଥନୀତିକୁ ଗୁରୁତ୍ଵ ଦିଆଯାଇଥାଏ, ସେତେବେଳେ ଆମକୁ ସାମାଜିକ ଓ ରାଜନୈତିକ ସମସ୍ତ କ୍ଷେତ୍ରରେ ଦୁର୍ନୀତି କୁ ମୂଳତ୍ପାଟନ କରିବା ଦରକାର, ଦୁର୍ନୀତି ସମ୍ପର୍କିତ କୌଣସି ଘଟଣାକୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇବା, ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖିବା, ଜନ ସାଧାରଣ ଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଏଥି ସହିତ ସମସ୍ତ ଦାୟିତ୍ଵ କୁ ସାଧୁତା ବଜାୟ ରଖିବା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । ଏଥିରେ ତହସିଲଦାର ହରିଓମ ଭୋଇ, ଆଇଆଇସି ସୁନୀଲ କୁମାର ପ୍ରଧାନ, ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟୀ ଏବଂ ବ୍ଲକ, ତହସିଲ, ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟ|ଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲୋକକଳା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ:ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଲାଗୁଛି ମେସିନ :ଯୋଜନା ଶ୍ରମିକ ଙ୍କ ପାଇଁ ନା ଠିକାଦାରଙ୍କ ପାଇଁ ?

masiha

ଏଚଡିଏଫସି ବ୍ୟାଙ୍କ ଜୁନାଗଡ଼ ଶାଖା ଉଦଘାଟିତ

masiha

Leave a Comment

error: Content is protected !!