ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ନାରୀ ଶକ୍ତି ଓ ୱାନ୍ ଷ୍ଟେପ୍ ସେଣ୍ଟର ପକ୍ଷରୁ ପହଲଗାମ ଠାରେ ପ୍ରାଣ ହରାଇଥିବା ଦିବଂଗତଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଆତଙ୍କବାଦୀ ମାନଙ୍କ ଏପରି କାର୍ଯ୍ୟକଳାପକୁ କଲେ ଦୃଢ଼ ନିନ୍ଦା 

ନବରଙ୍ଗପୁର ଜିଲ୍ଲା ନାରୀ ଶକ୍ତି ଓ ୱାନ୍ ଷ୍ଟେପ୍ ସେଣ୍ଟର ପକ୍ଷରୁ ପହଲଗାମ ଠାରେ ପ୍ରାଣ ହରାଇଥିବା ଦିବଂଗତଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଆତଙ୍କବାଦୀ ମାନଙ୍କ ଏପରି କାର୍ଯ୍ୟକଳାପକୁ କଲେ ଦୃଢ଼ ନିନ୍ଦା 

ନବରଙ୍ଗପୁର:(୨୬|୪)(ରବି ନାରାୟଣ ମହାନ୍ତି))କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀ ମାନେ ନୀରିହ ପର୍ଯ୍ୟଟକ ମାନଙ୍କୁ ନେଇ ଯେଉଁ ନରସଂହାର ସ୍ରୁଷ୍ଟି କଲେ, ତାହାକୁ ନେଇ ବିଶ୍ୱର ପ୍ରମୁଖ ଦେଶ ଏବଂ ରାଷ୍ଟ୍ରନେତା ଗଣ ଦୃଢ଼ ନିନ୍ଦା କରିଛନ୍ତି l ତାହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ନାରୀ ଶକ୍ତି ଓ ୱାନ୍ ଷ୍ଟେପ୍ ସେନ୍ଟେର ପକ୍ଷରୁ ପହଲଗାମ ଠାରେ ପ୍ରାଣ ହରାଇଥିବା ଦିବଂଗତଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି ନବରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଗାନ୍ଧି ଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ଦୃଢ଼ ନିନ୍ଦା କରିଥିଲେ l ଏହି ଅବସରରେ ନାରୀ ଶକ୍ତି ର ମନୋରମା ମାଝୀ , ସ୍ଵର୍ଣ୍ଣଲତା ପଟନାୟକ , କିଶୋରୀ ପଟ୍ଟନାୟକ, ସଫିଆ ବାନ, ପ୍ରଭାସିନୀ ମହାନ୍ତି,ସାମା ଅହମଦ୍, ଅମ୍ବୀକା ରଥ, ବିନୟୀ ମିଶ୍ର, ମମତା ମହାରଣା, ପ୍ରଭାସିନି ପଟ୍ଟନାୟକ, ବବିତା ସାହୁ, ସନମ୍ ବେଗମ୍,ସାଇରା ବାନ, ସାକିନା ବାନ, ଦାମିନୀ ନାୟକ, ଜସମିନ୍ ନାୟକ, ସୁମିତା ଗରଡା, ଆଫସାନା ବେଗମ୍, ନାଜ୍ ଆଫରିନ୍, ବନ୍ଦିତା ମଲ୍ଲିକ, ସ୍ୱର୍ଣ ବାଗ୍,ନାସରିନ୍ ବାନ, ଦିପ୍ତୀମୟି ଆଚାରୀ, ଶୁଲେଖା ସୁନା, ସୁଜାତା ମାଝି, ସୁଚିସ୍ମିତା ପାଢି, ମନୀଷା ପଟ୍ଟନାୟକ, ଟୁନି କନ୍ଧପାନ ଓ ନାରୀଶକ୍ତି ର ଆଇନ ପରାମର୍ଶ ଦାତା ରାମ ପ୍ରସାଦ ପାତ୍ର ମଧ୍ଯ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ: ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଓ ଅଭିଭାବକ

Sunil Chandra Nayak

ଖଡ଼ିଆଳ ଥାନାରେ ନୂତନ ଥାନା ଅଧିକାରୀ

masiha

ସହକାରୀ ଉଦ୍ୟାନ କୃଷି ଅଧିକାରୀ କାର୍ଯ୍ୟାଳୟରେ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!