ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନୋଟି ସନ୍ତାନ ଥାଇ ସରପଞ୍ଚ ହୋଇଥିବାରୁ ପଦ ରୋଦ୍ଧ କଲେ କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ 

ତିନୋଟି ସନ୍ତାନ ଥାଇ ସରପଞ୍ଚ ହୋଇଥିବାରୁ ପଦ ରୋଦ୍ଧ କଲେ କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ 

 ଲଷ୍ମୀପୂର :- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୁନପାର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧୁ ଧାଙ୍ଗଡ଼ାମାଝୀଙ୍କୁ ଆଜି କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ ତାଙ୍କ ସରପଞ୍ଚ ପଦକୁ ରୋଦ୍ଧ କରିଛନ୍ତି। ମଧୁ ଧାଙ୍ଗଡ଼ାମାଝୀଙ୍କ ଦୁଇଟି ରୁ ଅଧିକ ସନ୍ତାନ ଥିଲେ ସୁଦ୍ଧା ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟ ହୋଇଥିଲେ । ହେଲେ ତାଙ୍କ ପ୍ରତିପକ୍ଷ ଆରଟିଆଇ ଜରିଆରେ ମିଡିକାଲ୍ ଠାରୁ ପ୍ରମାଣ ପତ୍ର ସଂଗ୍ରହ କରି ଅଦାଲତର ଆଶ୍ରୟ ନେଇ ଥିଲେ ମାନ୍ୟବର ଅଦାଲତ ସମସ୍ତ ପ୍ରମାଣକୁ ନେଇ ତୁନପାର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧୁ ଧାଙ୍ଗଡ଼ାମାଝୀଙ୍କୁ ରାୟ ଆସିବା ପରେ କୋରାପୁଟ ଜିଲ୍ଲା ପାଳ ନିକଟରେ ଅପିଲ କରାଯାଇଥିଲା। କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ ଅଦାଲତ ରାୟ କୁ ସମ୍ମାନ ଦେଇ ତୁନପାର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧୁ ଧାଙ୍ଗଡ଼ାମାଝୀଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି। ତୁନପାର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧୁ ଧାଙ୍ଗଡ଼ାମାଝୀଙ୍କ ପଦ ରୋଦ୍ଧ ହେବା ପରେ ଲକ୍ଷ୍ମୀପୁର ବିଡ଼ିଓ ଏହି ଗ୍ରାମ ପଞ୍ଚାୟତ ସରପଞ୍ଚ ଦାୟିତ୍ୱ ତୁଲାଇବା ପାଇଁ ଜିଲ୍ଲା ପାଳ ନିର୍ଦେଶ ଦେଇଛନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଳବ୍ ର ବାର୍ଷିକ ଉତ୍ସବ

Sunil Chandra Nayak

୧- ବର୍ଷା କମିଛି କିନ୍ତୁ ଚାଷୀ ଙ୍କର ଦୁର୍ଦଶା କମିନି , ୨- ଖାଉଟି ମୁଣ୍ଡରେ ଚଡ଼କ, ବୃଦ୍ଧି ପାଉଛି ଚିନି ଦର ,୩- ଭୁବନ ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ ଛାତ୍ର ଛାତ୍ରୀ ନିଶାମୁକ୍ତ ପାଇଁ ଶପଥ ନେଲେ , ୪- ସିଲ୍ ହେଲା ସାହୁ ହୋଟେଲ ଆଣ୍ଡ ଲଜ୍ , ୫- ବିଦ୍ୟୁତ ଆଘାତରେ ମୃତକ ଙ୍କ ପରିବାର ବର୍ଗ କୁ ଭେଟିଲା ବିଜେଡି ଟିମ୍ ବିଦ୍ୟୁତ ବିଭାଗ କ୍ଷତିପୂରଣ ଦେବାକୁ ଦାବି , ୬- ମଠକରଗୋଳା ମହାବିଦ୍ୟାଳୟରେ ମହିଳା ସୁରକ୍ଷା ସମ୍ପର୍କିତ ଆଇନଗତ ଅଧିକାର ଉପରେ କର୍ମଶାଳା, ୭ – ଛଦେଶ ବିକାଶ ପରିଷଦର ୩୦ ଜଣିଆ ଟିମ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ , ୮- ଢେଙ୍କାନାଳ ଭାପୁରରୁ ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ 

Sunil Chandra Nayak

ବରିଷ୍ଟ ଓକିଲ ଜଗବନ୍ଧୁ ନାୟକ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!