ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ ଅଫ୍ ଇଣ୍ଡିଆ,ଆଂଚଳିକ କାର୍ଯ୍ୟାଳୟ ,ବାରିପଦା ପକ୍ଷରୁ ବାରିପଦା ଏବଂ ରାଇରଙ୍ଗପୁର ଠାରେ ବୃହତ ଗ୍ରାହକ ସମ୍ମିଳନୀ

ବ୍ୟାଙ୍କ ଅଫ୍ ଇଣ୍ଡିଆ,ଆଂଚଳିକ କାର୍ଯ୍ୟାଳୟ ,ବାରିପଦା ପକ୍ଷରୁ ବାରିପଦା ଏବଂ ରାଇରଙ୍ଗପୁର ଠାରେ ବୃହତ ଗ୍ରାହକ ସମ୍ମିଳନୀ

 ମୟୂରଭଂଜ – ୨୧/୦୬ — ବ୍ୟାଙ୍କ ଅଫ୍ ଇଣ୍ଡିଆ,ଆଂଚଳିକ କାର୍ଯ୍ୟାଳୟ ,ବାରିପଦା ପକ୍ଷରୁ ଶୁକ୍ରବାର ଦିନ ବାରିପଦା ହୋଲି ପାଲାସ ଏବଂ ଶନିବାର ଦିନ ରାଇରଙ୍ଗପୁରସ୍ଥ ହୋଟେଲ ହିନ୍ଦୁସ୍ତାନ ଇନନ୍ ପରିସରରେ ବୃହତ ଗ୍ରାହକ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଆଂଚଳିକ ପ୍ରବନ୍ଧକ କମଳେଶ ରଞ୍ଜନ ଜୀ ଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ତାଙ୍କ ସହିତ ଉପ ଆଂଚଳିକ ପ୍ରବନ୍ଧକ ନିଶ୍ଚିତ ଜୀ,ଶାଖା ପ୍ରବନ୍ଧକ ବାରିପଦା, ରିଜନ ଵର୍ତିଆ,ଏସ ଏମ ଇ ସିସି ମୁଖ୍ୟ ଚିନ୍ମୟ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ବାରିପଦା ହୋଟେଲ ପାଲାସ ରେ ୩୪ ଟି ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ଗ୍ରାହକମାନେ ଉପସ୍ଥିତ ଥିବାବେଳେ ଚିତ୍ତରଞ୍ଜନ ପାତ୍ର ପରିଚାଳନାରେ ସହଯୋଗ କରିଥିଲେ ।ସେହିଭଳି ରାଇରଙ୍ଗପୁର ହୋଟେଲ ହିନ୍ଦୁସ୍ତାନ ଇନନ୍ ରେ ୧୮ ଟି ବ୍ୟାଙ୍କ ଶାଖାରୁ ଗ୍ରାହକମାନେ ଉପସ୍ଥିତ ଥିବାବେଳେ ଶାଖା ପ୍ରବନ୍ଧକ ରିଜନ ଵର୍ତିଆ ପରିଚାଳନାରେ ସହଯୋଗ କରିଥିଲେ ।ଆଂଚଳିକ ପ୍ରବନ୍ଧକ କହିଥିଲେ ଏହି ଗ୍ରାହକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କ ଗ୍ରାହକମାନଙ୍କର ଅତି ନିକଟତର ହେବା ସହିତ ଗ୍ରାହକମାନେ ସହଜରେ ଏବଂ ସୁବିଧାରେ ବ୍ୟାଙ୍କ ପ୍ରଦତ୍ତ ବିଭିନ୍ନ ପ୍ରକାରର ଋଣ ଏବଂ ଯୋଜନା ମାନ କିପରି ସହଜ ପ୍ରକ୍ରୀୟାରେ ଲାଭ କରି ପାରିବେ ।ଦେଶର ଅର୍ଥନୈତିକ ପ୍ରଗତିରେ ବ୍ୟାଙ୍କ ଏବଂ ଗ୍ରାହକମାନଙ୍କୁ ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ ।ତେଣୁ ପରସ୍ପର ସହିତ ସୁସମ୍ପର୍କ ରହିବା ଉଚିତ ।ବ୍ୟାଙ୍କ ସବୁବେଳେ ଗ୍ରାହକମାନଙ୍କୁ ସମସ୍ୟା ସମାଧାନ ପାଇଁ ସହଯୋଗର ହାତ ବଢ଼ାଇଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମତରେ ଗ୍ରାହକ ମାନେ ହେଉଛନ୍ତି ଭଗବାନ ।ତେଣୁ ଗ୍ରାହକମାନଙ୍କୁ ବ୍ୟାଙ୍କ ତରଫରୁ ୨୪ ଘଣ୍ଟିଆ ସହଯୋଗର ସେବା ଯୋଗାଇଦିଆଯିବ ।ବ୍ୟାଙ୍କ ଆସନ୍ତୁ ସମସ୍ତେ ଯୋଜନା ,ସଂରକ୍ଷିତ,ଋଣ ,ଋଣ ପରିଶୋଧ,ଆକାଉଣ୍ଟ ହିସାବ ସବୁକିଛି ବୁଝିଲେ ବ୍ୟବସାୟ ବଢିବା ସହ ନିଜର ଅର୍ଥନୀତି ବଢିବା ସହ ବ୍ୟାଙ୍କର ଉନ୍ନତି ହେବ ।ଏହାପରେ ପର୍ଯ୍ଯାୟକ୍ରମେ ବିଭିନ୍ନ ସ୍ଥାନରେ ଗ୍ରାହକ ସମ୍ମିଳନୀ କରାଯାଇ ଗ୍ରାହକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯିବ । ଏହି ବୃହତ ଗ୍ରାହକ ସମ୍ମିଳନୀରେ ବିଭିନ୍ନ ପ୍ରାନ୍ତରରୁ ବହୁ ସଂଖ୍ୟାରେ ଗ୍ରାହକମାନେ ଯୋଗ ଦେଇ ସଫଳ କରିଥିବାରୁ ସମସ୍ତଙ୍କୁ ଶାଖା ପ୍ରବନ୍ଧକ ରିଜନ ଵର୍ତିଆ କୃତଜ୍ଞତା ଜଣାଇଥିଲେ ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜମ୍ବେଶ୍ଵର ଡିଗ୍ରୀ ମହାବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ କାର୍ଯ୍ୟକ୍ରମ

Sunil Chandra Nayak

ଉତରାକାଶୀରେ ନିର୍ମାଣଧୀନ ଟନେଲରେ ଫଶିଥିବା ପୁଅର ଉଦ୍ଧାର ପାଇଁ ବାପା ମା, ଭଉଣୀଙ୍କ ଆକୁଳ ନିବେଦନ 

masiha

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

Sunil Chandra Nayak

Leave a Comment

error: Content is protected !!