ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଙ୍ଗୁଡ଼ି ପୋଖରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ 

ଚିଙ୍ଗୁଡ଼ି ପୋଖରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ 

  ମୟୂରଭଞ୍ଜ – ୨୪/୦୩ ( ମସିହା)ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ର ଚିଙ୍ଗୁଡ଼ି ପୋଖରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ହାଟ ବାଦଡା ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ରିତେଶ ଚୈତନ୍ୟ ମୁର୍ମୁ ଙ୍କ ଅଧ୍ୟକ୍ଷତା ଓ ବାଦାମ ପାହାଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ବରିଷ୍ଠ ଯକ୍ଷ୍ମା ତଦରଦକାରି ରୋହିତ କୁମାର ବାରିକ୍ ଙ୍କ ଆୟୋଜିତ ସଭାରେ ଆଲୋଚନାରେ ମାଧ୍ୟମରେ ଯକ୍ଷ୍ମା ପାଇଁ ସରକାରୀ ଯୋଜନା ଓ ସହାୟତା ସଂପର୍କ ରେ ସୂଚନା ଦେଇ ଥିଲେ । ଏହି ଅବସରରେ ବିଦ୍ୟାଳୟର ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ମାର୍ଗଦର୍ଶନ ରେ ଛାତ୍ରୀ ମାନଙ୍କୁ ନେଇ ଯକ୍ଷ୍ମା କୁଇଜ୍ ଓ ଯକ୍ଷ୍ମା ରୋଗ ଏ ଅଞ୍ଚଳ ରୁ କେମିତି ଦୂର୍ ହେଇପାରିବ ସେ ବିଷୟ କୁ ନେଇ ଏକ ଯକ୍ଷ୍ମା ର ନାଟକ ପରିବେଷଣ କରାଯାଇଥିଲା । ଏହି ନାଟକ ମାଧ୍ୟମରେ ସଚେତନତା କରାଯାଇଥିଲା ।ଯକ୍ଷ୍ମା କୁଇଜ୍ ରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପବିତ୍ର ଦିବସରେ ଡାକ୍ତର ରିତେଶ ଚୈତନ୍ୟ ମୁର୍ମୁ ଛାତ୍ରୀ ମାନଙ୍କୁ ଯକ୍ଷ୍ମା ବିରୋଧରେ ସଚେତନତା ବାର୍ତ୍ତା ପ୍ରଦାନ କରିବା ସଙ୍ଗେ ସଙ୍ଗେ 2025 ମସିହା ସୁଦ୍ଧା ଯକ୍ଷ୍ମା ରୋଗ ମୁକ୍ତ କରିବା ପାଇଁ ପ୍ରଧାମନ୍ତ୍ରୀଙ୍କ ସପ୍ନକୁ ସଫଳ କରିବା ଲକ୍ଷ୍ୟ ନେଇ ସ୍ୱାସ୍ଥ୍ୟ ବିଭାଗରେ ଯୋଜନା ପ୍ରସ୍ତୁତ କରି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁରହିଛି । ଶେଷରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଯକ୍ଷ୍ମା ତଦାରଖ କାରୀ ରୋହିତ କୁମାର ବାରିକ୍ ପୁଷ୍ଟିକର ଖାଦ୍ୟ ଓ ଆର୍ଥିକ ସହାୟତା ବିଷୟରେ ଆଲୋଚନା କରିଥିଲେ । ଏହି ଦିବସରେ ବିଦ୍ୟାଳୟ ର ଛାତ୍ରିଗଣ, ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷୟତ୍ରୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

masiha

ବାଲୁଙ୍କେଶ୍ବର ଝାନ୍ସୀରାଣୀ ଗାଇଡ ବିଦ୍ୟାର୍ଥିଙ୍କ ଦ୍ବାରା ଜଳ ସେବା ଶିବିର 

masiha

ଜିଲ୍ଲାସ୍ତରୀୟ ସର୍ଗିଫୁଲ ୨୦୨୫ ପାଳନ 

Sunil Chandra Nayak

Leave a Comment

error: Content is protected !!