ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଂହପୁର ଠାରେ ବିଂଝାରପୁର ସୁରଭି ପକ୍ଷରୁ ବିଶ୍ୱ ଯୋଗ ଦିବସ 

ସିଂହପୁର ଠାରେ ବିଂଝାରପୁର ସୁରଭି ପକ୍ଷରୁ ବିଶ୍ୱ ଯୋଗ ଦିବସ 

  ଯାଜପୁର / ୨୧ ଜୁନ୍ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ବିଶ୍ୱ ଯୋଗ ଦିବସ ଅବସରରେ ସୁରଭି ପରିବାର ବିଂଝାରପୁର ତରଫରୁ ଯୋଗାଭ୍ୟାସ କାର୍ଯ୍ୟକ୍ରମ ହୋଇଥିଲା। ସିଂହପୁର ସ୍ଥିତ କାକୁଡି ପଡ଼ିଆରେ ସକାଳ ୭ରୁ ଘ୧.୩୦ ମିନିଟ୍ କାଳ ଯୋଗ ଅଭ୍ୟାସ ଓ ବେଦ ମନ୍ତ୍ରୋଚ୍ଚାରିତ ଯଜ୍ଞ ଆୟୋଜନ କରାଯାଇଥିଲା।  ପ୍ରଥମେ ନାରାୟଣ କୋଚ ମଠ ଡିମିରିପାଳର, ଆଳିର ମଠାଧିଶ ହୃଦାନନ୍ଦ ଦାସ ମହାରାଜ ଓ ସହଯୋଗୀ ବିଦଗ୍ଧ ମାଧବ ଦାସଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ ପରେ ଯୋଗ ପ୍ରାରମ୍ଭ କରାଯାଇଥିଲା | ପ୍ରଥମେସୁକ୍ଷ୍ମ ବ୍ୟାୟାମ କରାଯାଇଥିଲା। ପରେ ଠିଆ ହୋଇ ତାଡାସନ, ତ୍ରିକୋଣାସନ, ପାଦହସ୍ତାସନ, ଅର୍ଦ୍ଧ ଚକ୍ରାସନ, ବୀର ଭଦ୍ରାସନ (୧) ଏବଂ ବସିକରି ଭଦ୍ରାସନ, ବକ୍ରାସନ, ଅର୍ଦ୍ଧ ଉଷ୍ଟ୍ରାସନ, ଶଶକାସନ, ପଦ୍ମାସନ, ଉତ୍ତନ ମଣ୍ଡୁକାସନ ଅଭ୍ୟାସ କରାଯାଇଥିଲା। ସେହିପରି ଶୋଇକରି ଅର୍ଦ୍ଧହଳାସନ, ପବନମୁକ୍ତାସନ, ଭୁଜଙ୍ଗାସନ, ଶଲଭାସନ, ସେତୁବନ୍ଧାସନ ସମେତ ଶୀତଳୀ ପ୍ରାଣାୟାମ, ଭ୍ରମରି ପ୍ରାଣାୟାମ, କପାଳ ଭାରତୀ, ନାଡି ଶୋଧନ ପ୍ରଦର୍ଶନୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପତଞ୍ଜଳୀ ସମିତିର ଯୋଗାଚାର୍ଯ୍ୟ ଗୌରୀ ଶ୍ୟାମ ଦାମ୍ ଓ ରଂଜୀତ ମହାପାତ୍ର ପରିଚାଳନା କରିଥିଲେ । ଯଜ୍ଞକୁ ପରିଚାଳନା କରିଥିଲେ ଶିଶି ଭୂଷଣ ନାୟକ ଓ ଓମ୍ ପ୍ରକାଶ ଦାସ ।

ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳ ବିଭିନ୍ନ ଅନୁଷ୍ଠାନ ସହଯୋଗର ହାତ ବଢାଇ ଥିଲେ । ସୁରଭିର ସଭାପତି ନିର୍ମଳ ମଲ୍ଲିକ, ରାମ ନାରାୟଣ ବଳିୟାର ସିଂ , ମନୋଜ ଜେନା, ବଳିଆ ପୃଷ୍ଟି, ନାରାୟଣ ଚନ୍ଦ୍ର ଦାସ, ରତ୍ନାକର ସାହୁ, ବିଜେପି ନେତ୍ରି ବବିତା ମଲ୍ଲିକ , ବିଜେପି ନେତା ନିରଂଜନ ବେଉରିଆ , କଳାକର ପାତ୍ର , ଗୋପାଳ ଚନ୍ଦ୍ର ପ୍ରଧାନ , ସୁବାଷ ଚନ୍ଦ୍ର ପ୍ରଧାନ , ଆଦି କାର୍ଯ୍ୟକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ସୁରଭି ପରିବାର ବିଂଝାରପୁର ଦ୍ୱାରା ଆୟୋଜିତ ଏହି ଉତ୍ସବର ୨୦୦ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ ।

Related posts

ନର୍ଲା ବ୍ଲକ ଯାଦବ ସମିତିର ସାଙ୍ଗଠନିକ ବୈଠକ

ଜୁନାଗଡ଼ରେ ଶବ କୁ ଅସମ୍ମାନ, ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବା ନେଇ ଥାନା ସମ୍ମୁଖରେ ଧାରଣା

masiha

ଧାନ କିଣା ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ କୃଷକ ସଭାର ଦାବୀ 

Sunil Chandra Nayak

Leave a Comment

error: Content is protected !!